ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ବିଲ୍, ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ ମମତା ବାନାର୍ଜୀ

The Sakala Picture
Published On

କୋଲକାତା : ପଶ୍ଚିମବଙ୍ଗର ସବୁ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ ମମତା ବାନାର୍ଜୀ । ରାଜ୍ୟପାଳ ଜଗଦୀପ ଧନଖଡଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଞ୍ଚାଳିତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ। ଏ ସମ୍ପର୍କିତ ବିଲ୍ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇଛି । ତେବେ ଆଜି ବିଜେପି ବିଧାୟକମାନେ ଏହି ବିଧେୟକକୁ ବିରୋଧ କରିଥିଲେ ମଧ୍ୟ ୧୮୨ ବିଧାୟକଙ୍କ ସମର୍ଥନରେ ଏହି ବିଲ୍ ବିଧାନସଭାରେ ପାରିତ ହୋଇଥିଲା । ୪୦ ଜଣ ବିଜେପି ବିଧାୟକ […]

କୋଲକାତା : ପଶ୍ଚିମବଙ୍ଗର ସବୁ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ ମମତା ବାନାର୍ଜୀ । ରାଜ୍ୟପାଳ ଜଗଦୀପ ଧନଖଡଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଞ୍ଚାଳିତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ। ଏ ସମ୍ପର୍କିତ ବିଲ୍ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇଛି । ତେବେ ଆଜି ବିଜେପି ବିଧାୟକମାନେ ଏହି ବିଧେୟକକୁ ବିରୋଧ କରିଥିଲେ ମଧ୍ୟ ୧୮୨ ବିଧାୟକଙ୍କ ସମର୍ଥନରେ ଏହି ବିଲ୍ ବିଧାନସଭାରେ ପାରିତ ହୋଇଥିଲା । ୪୦ ଜଣ ବିଜେପି ବିଧାୟକ ଏହି ବିଲକୁ ବିରୋଧ କରିଥିଲେ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ସମସ୍ତ ରାଜ୍ୟର ରାଜ୍ୟପାଳମାନେ ରାଜ୍ୟରେ ସଞ୍ଚାଳିତ ବିଶ୍ୱ ବିଦ୍ୟାଳୟ ଗୁଡିକର କୁଳାଧିପତି ହୋଇଥାନ୍ତି।ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିବାର ଅଧିକାର ରାଜ୍ୟପାଳଙ୍କ ପାଖରେ ରହିଥାଏ। କିନ୍ତୁ ପଶ୍ଚିମବଙ୍ଗ ସରକାର ଏହାକୁ ପରିବର୍ତ୍ତନ କରିଛନ୍ତି। ଆଜି ବେଙ୍ଗଲ ବିଧାନସଭାରେ ପାରିତ ହୋଇଥିବା ବିଲ୍‌ ଅନୁଯାୟୀ, ରାଜ୍ୟରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିବାର ଅଧିକାର ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ। ଏଥିସହ ରାଜ୍ୟର ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ରାଜ୍ୟପାଳ କୁଳାଧିପତିର ମାନ୍ୟତା ପାଉଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦ ସମ୍ଭାଳିବା କିଛି ବି ଭୁଲ୍ ନୁହେଁ । ପ୍ରଧାନମନ୍ତ୍ରୀ ଯେତେବେଳେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ବିଶ୍ୱଭାରତୀର କୁଳାଧିପତି ରହୁଛନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟର କୁଳାଧିପତି କାହିଁକି ରହିପାରିବେନି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ପୁଂଛି କମିଶନଙ୍କ ସୁପାରିଶ ଦେଖିବାକୁ ସେ କହିଛନ୍ତି ।ବର୍ତ୍ତମାନର ରାଜ୍ୟପାଳ ଯିଏ କୁଳାଧିପତି ଭାବେ କାର୍ଯ୍ୟ କରୁଛନ୍ତି, ସିଏ ଏକାଧିକ ପ୍ରସଙ୍ଗରେ ପ୍ରୋଟକଲ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ କୁଳାଧିପତି ହେବା ଦରକାର ବୋଲି ସେ ଯୁକ୍ତି ବାଢ଼ିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଅନ୍ୟପଟେ ପଶ୍ଚିମବଙ୍ଗ ବିଧାନସଭାରେ ଆଜି ଏହି ବିଲ୍ ପାରିତ କରାଯାଇଥିଲା। ୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ୧୮୨ ବିଧାୟକ ବିଧେୟକ ସପକ୍ଷରେ ମତଦାନ କରିଥିବା ବେଳେ ୪୦ ସଦସ୍ୟ ଏହା ବିରୋଧରେ ମତଦାନ କରିଛନ୍ତି । ଏହାର ବିରୋଧ କରି ବିରୋଧୀ ଦଳ ବିଜେପି କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ କୁଳାଧିପତି ଭାବେ ନିଯୁକ୍ତି କରିବାର ଅର୍ଥ ବର୍ତ୍ତମାନ ଶିକ୍ଷା ପ୍ରଣାଳୀରେ ସିଧାସଳଖ ରାଜନୈତିକ ହସ୍ତକ୍ଷେପ ରହିବ । ଏନେଇ ବିଜେପି ବିଧାୟକ ଅଗ୍ନିମିତ୍ର ପଲ୍ କହିଛନ୍ତି, ରାଜ୍ୟ ସରକାର ସବୁ କିଛି ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କୁଳାଧିପତି ଭାବେ ନିଯୁ୍‌କ୍ତ କରିବାର ନିର୍ଣ୍ଣୟ କେବଳ ରାଜ୍ୟର ଶିକ୍ଷା ପ୍ରଣାଳୀରେ କ୍ଷମତାସୀନ ଦଳର ସିଧାସଳଖ ହସ୍ତକ୍ଷେପକୁ ଆହୁରି ସୁବିଧାଜନକପାଇଁ ଉଦ୍ଦିଷ୍ଟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର