ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ମମତା ବାନାର୍ଜୀ, ୫ରେ ନେବେ ଶପଥ

The Sakala Picture
Published On

କୋଲକାତା: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ଗାଦିସୀନ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ଦଳର ବୃହତ ବିଜୟ ପରେ ଟିଏମସିର ସମସ୍ତ ନବନିର୍ବାଚିତ ବିଧାୟକ ଦିଦିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି । ତେଣୁ ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ବୈଠକରେ ଏକପ୍ରକାର ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ଟିଏମସିରେ ବିଧାୟକ ଦଳ ନେତା ହେବା ପାଇଁ କୈଣସି ଦାବିଦାର ନାହାଁନ୍ତି । ମମତା ବାନାର୍ଜୀ […]

କୋଲକାତା: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ଗାଦିସୀନ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ଦଳର ବୃହତ ବିଜୟ ପରେ ଟିଏମସିର ସମସ୍ତ ନବନିର୍ବାଚିତ ବିଧାୟକ ଦିଦିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି । ତେଣୁ ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ବୈଠକରେ ଏକପ୍ରକାର ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ଟିଏମସିରେ ବିଧାୟକ ଦଳ ନେତା ହେବା ପାଇଁ କୈଣସି ଦାବିଦାର ନାହାଁନ୍ତି । ମମତା ବାନାର୍ଜୀ ହିଁ ଦଳର ସର୍ବମାନ୍ୟ ନେତା । ତେଣୁ ସମସ୍ତ ବିଧାୟକ ସର୍ବ ସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ଦଳ ରୂପେ ଚୟନ କରିଛନ୍ତି । ସୂଚନା ମୁତାବକ ଆସନ୍ତା ୫ ତାରିଖରେ ଦିଦି ଶପଥ ନେବାକୁ ଯାଉଛନ୍ତି ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

କୋଭିଡ ଦୃଷ୍ଟିରୁ ଦିଦି କୌଣସି ଆଡମ୍ବରପୂର୍ଣ୍ଣ ଆୟୋଜନ କରିବେ ନାହିଁ । ଶପଥ ଗ୍ରହଣ ଉତ୍ସବକୁ ଅତି ସାଧାରଣ ଭାବେ ପାଳନ କରିବେ ବୋଲି ପ୍ରେସ ମିଟରେ ଗତକାଲି ସୂଚନା ଦେଇଥିଲେ ମମତା ବାନାର୍ଜୀ । ୫ ତାରିଖରେ ଦିଦିଙ୍କ ଶପଥ ଉତ୍ସବ ପରେ ମନ୍ତ୍ରୀ ମଣ୍ଡଳ ୬ ତାରିଖରେ ଶପଥ ନେଇପାରେ ବୋଲି ଜଣାପଡିଛି । ସମଗ୍ର ଦେଶରେ କୋଭିଡ ଭୟବହତା ଜାରି ରହିଛି । ପଶ୍ଚିମବଙ୍ଗରେ ମଧ୍ୟ କୋଭିଡ କଟକଣା ବଳବତ୍ତର ରଖିବାକୁ ଜିତିବା ପରେ ଦିଦି ସାମ୍ବାଦିକ ସମ୍ମଳନୀ ଜରିଆରେ ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ କୋଭିଡ ପରିସ୍ଥିତି ପ୍ରତିହତ ହୋଇନାହିଁ, ସେପର୍ଯ୍ୟନ୍ତ ଦଳ କୌଣସି ବିଜୟ ଉତ୍ସବ ପାଳନ କରିବା ନାହିଁ ବୋଲି କହିଛନ୍ତି ସୁପ୍ରିମୋ ମମତା ବାନାର୍ଜୀ ।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

03 May 2021 By The Sakala

ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ମମତା ବାନାର୍ଜୀ, ୫ରେ ନେବେ ଶପଥ

କୋଲକାତା: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ଗାଦିସୀନ ହେବାକୁ ଯାଉଛନ୍ତି ମମତା ବାନାର୍ଜୀ । ଦଳର ବୃହତ ବିଜୟ ପରେ ଟିଏମସିର ସମସ୍ତ ନବନିର୍ବାଚିତ ବିଧାୟକ ଦିଦିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି । ତେଣୁ ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ବୈଠକରେ ଏକପ୍ରକାର ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ଟିଏମସିରେ ବିଧାୟକ ଦଳ ନେତା ହେବା ପାଇଁ କୈଣସି ଦାବିଦାର ନାହାଁନ୍ତି । ମମତା ବାନାର୍ଜୀ ହିଁ ଦଳର ସର୍ବମାନ୍ୟ ନେତା । ତେଣୁ ସମସ୍ତ ବିଧାୟକ ସର୍ବ ସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ଦଳ ରୂପେ ଚୟନ କରିଛନ୍ତି । ସୂଚନା ମୁତାବକ ଆସନ୍ତା ୫ ତାରିଖରେ ଦିଦି ଶପଥ ନେବାକୁ ଯାଉଛନ୍ତି ।

କୋଭିଡ ଦୃଷ୍ଟିରୁ ଦିଦି କୌଣସି ଆଡମ୍ବରପୂର୍ଣ୍ଣ ଆୟୋଜନ କରିବେ ନାହିଁ । ଶପଥ ଗ୍ରହଣ ଉତ୍ସବକୁ ଅତି ସାଧାରଣ ଭାବେ ପାଳନ କରିବେ ବୋଲି ପ୍ରେସ ମିଟରେ ଗତକାଲି ସୂଚନା ଦେଇଥିଲେ ମମତା ବାନାର୍ଜୀ । ୫ ତାରିଖରେ ଦିଦିଙ୍କ ଶପଥ ଉତ୍ସବ ପରେ ମନ୍ତ୍ରୀ ମଣ୍ଡଳ ୬ ତାରିଖରେ ଶପଥ ନେଇପାରେ ବୋଲି ଜଣାପଡିଛି । ସମଗ୍ର ଦେଶରେ କୋଭିଡ ଭୟବହତା ଜାରି ରହିଛି । ପଶ୍ଚିମବଙ୍ଗରେ ମଧ୍ୟ କୋଭିଡ କଟକଣା ବଳବତ୍ତର ରଖିବାକୁ ଜିତିବା ପରେ ଦିଦି ସାମ୍ବାଦିକ ସମ୍ମଳନୀ ଜରିଆରେ ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ କୋଭିଡ ପରିସ୍ଥିତି ପ୍ରତିହତ ହୋଇନାହିଁ, ସେପର୍ଯ୍ୟନ୍ତ ଦଳ କୌଣସି ବିଜୟ ଉତ୍ସବ ପାଳନ କରିବା ନାହିଁ ବୋଲି କହିଛନ୍ତି ସୁପ୍ରିମୋ ମମତା ବାନାର୍ଜୀ ।

https://www.thesakala.in/national-international/mamata-banerjee-oath-ceremony-on-may-05/article-1976
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର