‘କରୋନା ମୁକ୍ତ ଗ୍ରାମ’ ପ୍ରତିଯୋଗିତା, ମିଳିବ ୫୦ ଲକ୍ଷ ଟଙ୍କା

The Sakala Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାର ବୁଧବାର ଏକ ନୂଆ ଘୋଷଣା କରିଛନ୍ତି। ଗ୍ରାମାଞ୍ଚଳରେ କରୋନାକୁ ହରାଇବା ପାଇଁ ଏକ ପ୍ରତିଯୋଗିତା ଘୋଷଣା କରିଛନ୍ତି। ଏହି ପ୍ରତିଯୋଗିତାର ନାଁ “କରୋନା ମୁକ୍ତ ଗ୍ରାମ” ରଖାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ବିଭିନନ୍ନ ଗ୍ରାମ ଦ୍ୱାରା କରାଯାଇଥିବା ପ୍ରୟାସକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ ପ୍ରଶଂସା କରିଥିଲେ ଏବଂ “ମୋ ଗ୍ରାମ କରୋନା ମୁକ୍ତ” ପଦକ୍ଷେପ ଘୋଷଣା କରିଥିଲେ। କୋଭିଡ -୧୯ ପରିଚାଳନାରେ ଭଲ କାମ କରୁଥିବା ତିନୋଟି ଗ୍ରାମ ପଞ୍ଚାୟତକୁ ପୁରସ୍କାର […]

ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାର ବୁଧବାର ଏକ ନୂଆ ଘୋଷଣା କରିଛନ୍ତି। ଗ୍ରାମାଞ୍ଚଳରେ କରୋନାକୁ ହରାଇବା ପାଇଁ ଏକ ପ୍ରତିଯୋଗିତା ଘୋଷଣା କରିଛନ୍ତି। ଏହି ପ୍ରତିଯୋଗିତାର ନାଁ “କରୋନା ମୁକ୍ତ ଗ୍ରାମ” ରଖାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସଂକ୍ରମଣକୁ ରୋକିବା ପାଇଁ ବିଭିନନ୍ନ ଗ୍ରାମ ଦ୍ୱାରା କରାଯାଇଥିବା ପ୍ରୟାସକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ ପ୍ରଶଂସା କରିଥିଲେ ଏବଂ “ମୋ ଗ୍ରାମ କରୋନା ମୁକ୍ତ” ପଦକ୍ଷେପ ଘୋଷଣା କରିଥିଲେ। କୋଭିଡ -୧୯ ପରିଚାଳନାରେ ଭଲ କାମ କରୁଥିବା ତିନୋଟି ଗ୍ରାମ ପଞ୍ଚାୟତକୁ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ରାଶି ୫୦ ଲକ୍ଷ ଟଙ୍କା, ଦ୍ୱିତୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ରହିଥିବା ବେଳେ ତୃତୀୟଙ୍କ ପାଇଁ ପୁରସ୍କାର ରାଶି ୧୫ ଲକ୍ଷ ଟଙ୍କା ରଖାଯାଇଥିବା ମହାରାଷ୍ଟ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମୁଶାରିଫ କହିଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ରାଜ୍ୟରେ ୬ଟି ରାଜସ୍ୱ ବିଭାଗ ଅଛି, ତେଣୁ ମୋଟ ୧୮ଟି ପୁରସ୍କାର ମିଳିବ। ମୋଟ ପୁରସ୍କାର ରାଶି ହେଉଛି ୫.୪ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି। ଏହି ପ୍ରତିଯୋଗିତାରେ ଜିତୁଥିବା ଗ୍ରାମଗୁଡିକୁ ପୁରସ୍କାର ରାଶି ସହିତ ଅତିରିକ୍ତ ରାଶି ମିଳିବ। ଏହି ପୁରସ୍କାର ରାଶିର ଅର୍ଥ ଗ୍ରାମଗୁଡିକରେ ବିକାଶ କାର୍ଯ୍ଯରେ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ତେବେ ଅଂଶଗ୍ରହଣକାରୀ ଗ୍ରାମଗୁଡିକ ୨୨ଟି ମାନଦଣ୍ଡକୁ ନେଇ ବିଚାର କରାଯିବ। ଗ୍ରାମଗୁଡିକର ବିଚାର ପାଇଁ ଏକ କମିଟି ଗଠନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର