ନିଜ ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଆଜି ରାଜ୍ୟପାଳ ଭଗତ ସିଂହ କୋଶୟାରୀ କ୍ଷମା ମାଗିଛନ୍ତି। ରାଜ୍ୟପାଳ କହିଥିଲେ ଯେ, “ଯଦି ଗୁଜୁରାଟୀ ଓ ରାଜସ୍ଥାନୀଙ୍କୁ ମହାରାଷ୍ଟ୍ର, ବିଶେଷ କରି ମୁମ୍ବାଇ ଓ ଥାନେରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡ଼ିଯିବ। ଆର୍ଥିକ ରାଜଧାନୀ ବୋଲାଉଥିବା ମୁମ୍ବାଇ ପାଖରୁ ଏହି ଟ୍ୟାଗ୍‌ ହଟିଯିବ।” ରାଜ୍ୟପାଳଙ୍କ ଏହି ବୟାନକୁ ତମ୍ବିତୋଫାନ ଆରମ୍ଭ ହୋଇଥିଲା। ତାଙ୍କର ଏଭଳି ବିବୃତିକୁ ବ୍ୟାପକ ବିରୋଧ କରାଯାଇଥିବା ବେଳେ […]

ମୁମ୍ବାଇ: ମହାରାଷ୍ଟ୍ରକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଆଜି ରାଜ୍ୟପାଳ ଭଗତ ସିଂହ କୋଶୟାରୀ କ୍ଷମା ମାଗିଛନ୍ତି। ରାଜ୍ୟପାଳ କହିଥିଲେ ଯେ, “ଯଦି ଗୁଜୁରାଟୀ ଓ ରାଜସ୍ଥାନୀଙ୍କୁ ମହାରାଷ୍ଟ୍ର, ବିଶେଷ କରି ମୁମ୍ବାଇ ଓ ଥାନେରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡ଼ିଯିବ। ଆର୍ଥିକ ରାଜଧାନୀ ବୋଲାଉଥିବା ମୁମ୍ବାଇ ପାଖରୁ ଏହି ଟ୍ୟାଗ୍‌ ହଟିଯିବ।” ରାଜ୍ୟପାଳଙ୍କ ଏହି ବୟାନକୁ ତମ୍ବିତୋଫାନ ଆରମ୍ଭ ହୋଇଥିଲା। ତାଙ୍କର ଏଭଳି ବିବୃତିକୁ ବ୍ୟାପକ ବିରୋଧ କରାଯାଇଥିବା ବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜେ ଏହାକୁ ବିରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ସମସ୍ତ ରାଜନୈତିକ ଦଳର ବିରୋଧକୁ ଦୃଷ୍ଟିରେ ରଖି ରାଜ୍ୟପାଳ କୋଶୟାରୀ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। କ୍ଷମା ପ୍ରାର୍ଥନ କରି ସେ କହିଛନ୍ତି ଯେ, “ଜୁଲାଇ ୨୯ରେ ମୁମ୍ବାଇର ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଯୋଗଦାନ ସମ୍ପର୍କରେ ମୁଁ ଦେଇଥିବା ବୟାନ ଭୁଲ ଥିଲା। କେବଳ ମହାରାଷ୍ଟ୍ର ନୁହେଁ, ପୂରା ଭାରତର ବିକାଶ ପାଇଁ ସମସ୍ତଙ୍କର ସ୍ୱତନ୍ତ୍ର ଅବଦାନ ରହିଛି। ବିଶେଷ କରି ସମ୍ପୃକ୍ତ ରାଜ୍ୟର ଉଦାରତା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇଯିବାର ଉଜ୍ଜ୍ୱଳ ପରମ୍ପରା ଯୋଗୁଁ ଆଜି ଦେଶ ପ୍ରଗତି ଆଡ଼କୁ ଗତି କରୁଛି। ମୁଁ ନିଶ୍ଚିତ ଯେ ମହାରାଷ୍ଟ୍ରର ଲୋକମାନେ ମୁଁ ଦେଇଥିବା ମନ୍ତବ୍ୟ ପାଇଁ ମୋତେ କ୍ଷମା କରିବେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

କିନ୍ତୁ ସେଦିନର ଭାଷଣରେ ମୋର କିଛି ଭୁଲ ହୋଇଯାଇଛି। ସେହି ଭୁଲକୁ ମହାରାଷ୍ଟ୍ର ଭଳି ମହାନ ପ୍ରଦେଶର ଅବମାନନା ରୂପେ ବିବେଚନା କରିବା କଥା କେବେ ହେଲେ କଳ୍ପନା କରାଯାଇ ପାରିବନି। ମହାରାଷ୍ଟ୍ରର ମହାନ ସନ୍ଥ ପରମ୍ପରାରେ ଆପଣ ଏହି ବିନମ୍ର ରାଜ୍ୟ ସେବକକୁ କ୍ଷମା କରି ନିଜର ବିଶାଳ ହୃଦୟର ପରିଚୟ ଦିଅନ୍ତୁ।”

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ: ପୁଟିନଙ୍କ ସମେତ ଏକାଧିକ ରାଷ୍ଟ୍ରମୁଖ୍ୟ ସାମିଲ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର