ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପରଲୋକ

Madhusudan Das Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି (NCP) ମୁଖ୍ୟ ଅଜିତ ପାୱାରଙ୍କର ଆଜି ଏକ ଭୟାବହ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବାରାମତୀରେ ଘଟିଥିବା ଏହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ବିମାନରେ ଥିବା ୫ ଜଣଙ୍କର ମଧ୍ୟ ପ୍ରାଣହାନି ଘଟିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା କୈନ୍ଦ୍ରିକ ପାର୍ଟି ଗଢିବେ ମୋକିମ, ନାଁ ରହିବ 'ଓଡ଼ିଶା ଜନତା କଂଗ୍ରେସ' !

ମିଳିଥିବା ସୂଚନା ଅନୁଯାୟୀ, ଅଜିତ ପାୱାରଙ୍କୁ ନେଇ ମୁମ୍ବାଇରୁ ବାରାମତୀ ଯାଉଥିବା ଏକ ଚାର୍ଟର ବିମାନ ସକାଳ ୮.୪୫ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାରାମତୀ ଏୟାରପୋର୍ଟର ୧୧ ନମ୍ବର ରନୱେରେ ଜରୁରୀକାଳୀନ ଅବତରଣ (Emergency Landing) ଉଦ୍ୟମ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନଟି ଖଣ୍ଡଖଣ୍ଡ ହୋଇଯିବା ସହ ସେଥିରେ ନିଆଁ ଲାଗିଯାଇଥିଲା। ଏଥିରେ ଥିବା ଦୁଇ ପାଇଲଟ, ଜଣେ ପିଏସଓ ଏବଂ ଜଣେ ଆଟେଣ୍ଡାଣ୍ଟଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା; PUCC ନ ଥିଲେ ପେଟ୍ରୋଲ୍‌ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ

ସର୍ବାଧିକ ୬ ଥର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଏହି ବରିଷ୍ଠ ରାଜନେତା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରଚାର କରିବାକୁ ବାରାମତୀ ଯାଉଥିଲେ। ସେଠାରେ ୪ଟି ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ Bombardier Learjet 45 ଚାର୍ଟର ବିମାନଟି କ୍ରାଶ ହୋଇଯାଇଥିଲା। ଡିଜିସିଏ (DGCA) ସୂଚନା ମୁତାବକ, ବିମାନଟି ଦିଲ୍ଲୀ ଭିତ୍ତିକ ଚାର୍ଟର କମ୍ପାନୀ ଭିଏସ୍‌ଆର ଦ୍ୱାରା ପରିଚାଳିତ ହେଉଥିଲା।

ଆହୁରି ପଢ଼ନ୍ତୁ: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ଏକ ଷଡଯନ୍ତ୍ର! ସୁପ୍ରିମକୋର୍ଟ ତଦନ୍ତ ଦାବି କଲେ ମମତା ବାନାର୍ଜୀ

ଅଜିତ ପାୱାର ୧୯୯୧ରୁ ବାରାମତୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ସେ ତାଙ୍କ କାକା ଶରଦ ପାୱାରଙ୍କ ଛତ୍ରଛାୟାରେ ରାଜନୀତି ଆରମ୍ଭ କରିଥିଲେ ମଧ୍ୟ ୨୦୨୩ରେ ଅଲଗା ହୋଇ ବିଜେପି ସହ ହାତ ମିଳାଇଥିଲେ। ଦୁର୍ଘଟଣା ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇ ଶେଷ ପୋଷ୍ଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp