ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପରଲୋକ

Madhusudan Das Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି (NCP) ମୁଖ୍ୟ ଅଜିତ ପାୱାରଙ୍କର ଆଜି ଏକ ଭୟାବହ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବାରାମତୀରେ ଘଟିଥିବା ଏହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ବିମାନରେ ଥିବା ୫ ଜଣଙ୍କର ମଧ୍ୟ ପ୍ରାଣହାନି ଘଟିଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ମିଳିଥିବା ସୂଚନା ଅନୁଯାୟୀ, ଅଜିତ ପାୱାରଙ୍କୁ ନେଇ ମୁମ୍ବାଇରୁ ବାରାମତୀ ଯାଉଥିବା ଏକ ଚାର୍ଟର ବିମାନ ସକାଳ ୮.୪୫ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାରାମତୀ ଏୟାରପୋର୍ଟର ୧୧ ନମ୍ବର ରନୱେରେ ଜରୁରୀକାଳୀନ ଅବତରଣ (Emergency Landing) ଉଦ୍ୟମ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନଟି ଖଣ୍ଡଖଣ୍ଡ ହୋଇଯିବା ସହ ସେଥିରେ ନିଆଁ ଲାଗିଯାଇଥିଲା। ଏଥିରେ ଥିବା ଦୁଇ ପାଇଲଟ, ଜଣେ ପିଏସଓ ଏବଂ ଜଣେ ଆଟେଣ୍ଡାଣ୍ଟଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ସର୍ବାଧିକ ୬ ଥର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଏହି ବରିଷ୍ଠ ରାଜନେତା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରଚାର କରିବାକୁ ବାରାମତୀ ଯାଉଥିଲେ। ସେଠାରେ ୪ଟି ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ Bombardier Learjet 45 ଚାର୍ଟର ବିମାନଟି କ୍ରାଶ ହୋଇଯାଇଥିଲା। ଡିଜିସିଏ (DGCA) ସୂଚନା ମୁତାବକ, ବିମାନଟି ଦିଲ୍ଲୀ ଭିତ୍ତିକ ଚାର୍ଟର କମ୍ପାନୀ ଭିଏସ୍‌ଆର ଦ୍ୱାରା ପରିଚାଳିତ ହେଉଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଅଜିତ ପାୱାର ୧୯୯୧ରୁ ବାରାମତୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ସେ ତାଙ୍କ କାକା ଶରଦ ପାୱାରଙ୍କ ଛତ୍ରଛାୟାରେ ରାଜନୀତି ଆରମ୍ଭ କରିଥିଲେ ମଧ୍ୟ ୨୦୨୩ରେ ଅଲଗା ହୋଇ ବିଜେପି ସହ ହାତ ମିଳାଇଥିଲେ। ଦୁର୍ଘଟଣା ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇ ଶେଷ ପୋଷ୍ଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର