ଡରାଉଛି ଓମିକ୍ରନ: ସ୍ଥଗିତ ହେଲା ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନ

The Sakala Picture
Published On

ଭୋପାଳ: ଦେଶରେ କ୍ରମାଗତ ଭାବେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବ ବୋଲି କହିଛନ୍ତି।  ଏ ନେଇ କ୍ୟାବିନେଟ୍‌ ବୈଠକରେ ପୂର୍ବରୁ ପାରିତ ହୋଇଥିବା ଅଧ୍ୟଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ଏହା ସହିତ ନିର୍ବାଚନ ବନ୍ଦ ରଖିବା ଅଧ୍ୟାଦେଶକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କୁ ପଠାଯାଇଛି । ରାଜ୍ୟପାଳ, ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ନେଇ ଅଧ୍ୟାଦେଶ […]

ଭୋପାଳ: ଦେଶରେ କ୍ରମାଗତ ଭାବେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବ ବୋଲି କହିଛନ୍ତି।  ଏ ନେଇ କ୍ୟାବିନେଟ୍‌ ବୈଠକରେ ପୂର୍ବରୁ ପାରିତ ହୋଇଥିବା ଅଧ୍ୟଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ଏହା ସହିତ ନିର୍ବାଚନ ବନ୍ଦ ରଖିବା ଅଧ୍ୟାଦେଶକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କୁ ପଠାଯାଇଛି ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟପାଳ, ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବା ନେଇ ଅଧ୍ୟାଦେଶ ଗ୍ରହଣ କରିବାପରେ ଏହାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯିବ । ଏହାପରେ ଯାଇ ମଧ୍ୟ ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ବନ୍ଦ କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା ଇନ୍ଦୋରରେ ୮ଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସୂଚନା ଅନୁଯାୀ, ଗତ ଡିସେମ୍ବର ୪ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇଥିଲେ। ଯେଉଁଥିରେ ୩ଟି ପର୍ଯ୍ଯାୟରେ ନିର୍ବାଚନ ହେବାକୁ ନେଢଇ ଘୋଷଣା କରାଯାଇଥିଲା। କିନ୍ତୁ ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିର୍ବାଚନୀ ଅଧ୍ୟାଦେଶ ବିଧାନସଭାରେ ପାରିତ ହୋଇପାରିନଥିବାରୁ ଏହାକୁ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ରଖାଯାଇଥିଲା । ରାଜ୍ୟ କ୍ୟାବିନେଟ୍‌ରେ ନିର୍ବାଚନ ବାତିଲ ହେବାନେଇ ଅଧ୍ୟାଦେଶ ପାରିତ ହୋଇସାରିଥିବା ବେଳେ ଏବେ ଏହାକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି। ରାଜ୍ୟପାଳ ଅନୁମୋଦନ ଦେବା ପରେ ମଧ୍ୟ ପ୍ରଦେଶ ମୁଖ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନକୁ ବନ୍ଦ କରିବେ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର