୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦେବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା

The Sakala Picture
Published On

ଜୟପୁର: ରାଜସ୍ଥାନରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର । ଏପ୍ରିଲ ପହିଲାରୁ ରାଜସ୍ଥାନରେ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ଦର ୫୦୦ ଟଙ୍କା ହେବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ସାରା ଦେଶରେ ଗ୍ୟାସ ଦର ଲୋକଙ୍କୁ କନ୍ଦାଇ ଦେଇଥିବାବେଳେ ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଏହି ଖୁସି ଖବର। ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ […]

ଜୟପୁର: ରାଜସ୍ଥାନରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର । ଏପ୍ରିଲ ପହିଲାରୁ ରାଜସ୍ଥାନରେ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ଦର ୫୦୦ ଟଙ୍କା ହେବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ସାରା ଦେଶରେ ଗ୍ୟାସ ଦର ଲୋକଙ୍କୁ କନ୍ଦାଇ ଦେଇଥିବାବେଳେ ରାଜସ୍ଥାନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଏହି ଖୁସି ଖବର। ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍‌ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ । ତେବେ ଏହି ଘୋଷଣା ସମସ୍ତଙ୍କ ପାଇଁ ନୁହେଁ । ଏହା କେବଳ ଗରିବ ଏବଂ ଉଜ୍ଜଳା ଗ୍ୟାସ ଯୋଜନାର ହିତାଧିକାରୀଙ୍କ ପାଇଁ ଉପଲବ୍ଧ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାରତ ଯୋଡ଼ୋ ଯାତ୍ରାର ଅବସରରେ ନିଜର ସମ୍ବୋଧନରେ ଗ୍ୟାସ ଟାଙ୍କି ମୂଲ୍ୟ ଅଧା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜି ଅଲୱର ଜିଲ୍ଲାର ମାଲାଖେଡାରେ ଏକ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି ଯେ, ଆମେ ଏକ କ୍ୟାଟେଗୋରୀ ବନାଉଛୁ । ଏହି କ୍ୟାଟେଗୋରୀର ଲୋକଙ୍କୁ ୧୦୫୦ ଟଙ୍କାର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ୫ଶହ ଟଙ୍କାରେ ଦେବୁ ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଆଗାମୀ ମାସରେ ଆମେ ବଜେଟ୍ ପ୍ରସ୍ତୁତ କରିବୁ, ସେଥିରେ ରୋସେଇରୁ ମହଙ୍ଗାର ବୋଝ଼ କମ୍ କରିବା ପାଇଁ କିଟ୍ ବାଣ୍ଚିବାର ଯୋଜନା ଆଣିବୁ । ସେ କହିଛନ୍ତି, ପୂର୍ବରୁ ଇନକମ୍ ଟ୍ୟାକ୍ସ, ଇଡିକୁ ନେଇ ଡରୁଥିଲେ, ଏବେ ଏମାନେ ନିଜ ଡରି ହୋଇ ରହିଛନ୍ତି । ଦେଶରେ ଲୋକତତନ୍ତ୍ରର ଚେର କମଜୋର ନୁହେଁ । ରାହୁଲ ଗାନ୍ଧି ଏକ ଉଦ୍ଦେଶ୍ୟ ନେଇ ଚାଲୁଛନ୍ତି । ସ୍ୱାଧିନତା ପରେ ପ୍ରଥମଥର ଭାରତ ଯୋଡୋ ଯାତ୍ରା ହେଉଛି ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର