ରାମ, କୃଷ୍ଣଙ୍କ ଅପମାନ ସାରା ଭାରତର ଅପମାନ, ରାମଙ୍କ ବିନା ଭାରତ ଅସମ୍ପୂର୍ଣ୍ଣ- ଆହ୍ଲାବାଦ ହାଇକୋର୍ଟ

The Sakala Picture
Published On

ପ୍ରୟାଗରାଜ: ଅଭିବ୍ୟକ୍ତିର ସ୍ଵାଧୀନତା ଅସିମୀତ ନୁହେଁ। ସମ୍ବିଧାନ ଅନୁଯାୟୀ ଏଥିରେ କିଛି କଟକଣା ମଧ୍ୟ ରହିଛି। ଅଭିବ୍ୟକ୍ତିର ସ୍ଵାଧୀନତା ଆଧାରରେ ଅନ୍ୟର ଧାର୍ମିକ ଭାବନାକୁ ଆଘାତ ଦେବାର ଅଧିକାର କାହାର ନାହିଁ। ଭଗବାନ ରାମଙ୍କ ବିନା ଭାରତ ଅସମ୍ପୂର୍ଣ୍ଣ। ସୋସିଆଲ ମିଡିଆରେ ଭଗବାନ ରାମ ଏବଂ କୃଷ୍ଣଙ୍କ ବିରୋଧରେ ଦିଆଯାଇଥିବା ଆପତ୍ତିଜନକ ଟିପ୍ପଣୀ ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁ ଦେଶରେ ରହୁଛନ୍ତି ସେହି ଦେଶର […]

ପ୍ରୟାଗରାଜ: ଅଭିବ୍ୟକ୍ତିର ସ୍ଵାଧୀନତା ଅସିମୀତ ନୁହେଁ। ସମ୍ବିଧାନ ଅନୁଯାୟୀ ଏଥିରେ କିଛି କଟକଣା ମଧ୍ୟ ରହିଛି। ଅଭିବ୍ୟକ୍ତିର ସ୍ଵାଧୀନତା ଆଧାରରେ ଅନ୍ୟର ଧାର୍ମିକ ଭାବନାକୁ ଆଘାତ ଦେବାର ଅଧିକାର କାହାର ନାହିଁ। ଭଗବାନ ରାମଙ୍କ ବିନା ଭାରତ ଅସମ୍ପୂର୍ଣ୍ଣ। ସୋସିଆଲ ମିଡିଆରେ ଭଗବାନ ରାମ ଏବଂ କୃଷ୍ଣଙ୍କ ବିରୋଧରେ ଦିଆଯାଇଥିବା ଆପତ୍ତିଜନକ ଟିପ୍ପଣୀ ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁ ଦେଶରେ ରହୁଛନ୍ତି ସେହି ଦେଶର ମହାପୁରୁଷ, ସଂସ୍କୃତିକୁ ସମ୍ମାନ ଦେବା ଜରୁରୀ। ଇଶ୍ବରକୁ ମାନନ୍ତୁ ଅବା ନ ମାନନ୍ତୁ ଅନ୍ୟର ଆସ୍ଥାକୁ ଆଘାତ କରିବାର ଅଧିକାର କାହାର ନାହିଁ। ଆମ ସଂସ୍କୃତି ବସୁଧୈବ କୁଟୁମ୍ବକମ୍‌ର ରହିଛି। ଆମେ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ଶନ୍ତୁ ନିରାମୟା । ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ କାମନା କରୁଥିବା ଲୋକ। ଭଗବାନ ରାମ-କୃଷ୍ଣଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେଇଥିବା ଆକାଶ ଜାଟବକୁ ପୁଣି ଏପରି ଅପରାଧ ନ କରିବାକୁ ଚେତାବନୀ ଦେଇ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କୋର୍ଟ ଶୁଣାଣି ସମୟରେ କହିଥିଲେ ଯେ, ଋଷିମୁନିମାନେ ମନୁଷ୍ଯକୁ ଭଗବାନ ବନାଇବାର ରାସ୍ତା ଦେଖାଇଛନ୍ତି । ରାମାୟଣ, ମହାଭାରତରେ ଭାରତର ଆତ୍ମା ଦର୍ଶନ ହୋଇଥାଏ ବୋଲି ଟାଗୋର କହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଜୀବନରେ ମଧ୍ୟ ରାମଙ୍କ ମହତ୍ତ୍ବ ରହିଛି। ସାମାଜିକ ସମନ୍ବୟ ରାମାୟଣ ବ୍ୟତୀତ ଆଉ କେଉଁଠାରେ ଦେଖିବାକୁ ମିଳେନାହିଁ। ଶବରୀଙ୍କ ଅଇଁଠା ଖାଇବା ଠାରୁ ନେଇ ନିଷାଦରାଜଙ୍କୁ ଆଲିଙ୍ଗନ କରିବା ପର୍ଯ୍ୟନ୍ତ ସବୁଠି ଶ୍ରୀରାମ ସାମାଜିକ ସମନ୍ବୟର ବାର୍ତ୍ତା ଦେଇଛନ୍ତି। ଭଗବତ ଗୀତାରେ
କର୍ମଫଳର ସିଦ୍ଧାନ୍ତ ବର୍ଣ୍ଣନା କରାଯାଇଛି।

ଆତ୍ମା ଅମର। ଗାଈଗୋଠରେ ବାଛୁରୀ ମା’କୁ ଖୋଜିବା ଭଳି ଆତ୍ମା ପୋଷାକ ପରି ଶରୀର ବଦଳି ଥାଏ। ମନ ଶରୀରର ଅଂଶ। ଶରୀର ସୁଖ-ଦୁଃଖର ଅନୁଭବ କରିଥାଏ। ଭଗବାନ ଶ୍ରୀକୃଷ୍ଣ କର୍ମ ଉପରେ ଧ୍ୟାନ ଦେବାକୁ କହିଛନ୍ତି। ବସୁଧୈବ କୁଟୁମ୍ବକମ୍‌ର ଭାବନା ଅନ୍ୟ କୌଣସି ଦେଶରେ ନାହିଁ । ରାମକୃଷ୍ଣଙ୍କ ଉପରେ ଅଶାଳୀନ ମନ୍ତବ୍ୟ କ୍ଷମାଯୋଗ୍ୟ ନୁହେଁ ଉପରେ କୋର୍ଟ କହିଥିଲେ ଯେ ଭଗବାନ ଧର୍ମ ରକ୍ଷା ପାଇଁ ଆସିଥାନ୍ତି। ଧର୍ମର କ୍ଷୟ ହେଲେ ଭଗବାନ ଅବତାର ନେଇଥାନ୍ତି। ଭାରତୀୟ ସମ୍ବିଧାନରେ ମଧ୍ୟ ରାମ ସୀତାଙ୍କ ଛବି ଅଙ୍କାଯାଇଛି। ଏଭଳି ସ୍ଥିତିରେ ରାମକୃଷ୍ଣଙ୍କ ବିରୋଧରେ ଟିପ୍ପଣୀ କ୍ଷମା ଯୋଗ୍ୟ ନୁହେଁ । କେବଳ ହିନ୍ଦୁ ନୁହେଁ, ମୁସଲମାନ ମଧ୍ୟ କୃଷ୍ଣ ଭକ୍ତ ରହିଛନ୍ତି। ରସଖାନ, ଅମିର ଖୁସରୋ, ଆଲମ ଶେଖ, ୱାଜିଦ ଅଲି ଶାହା ନଜିର ଅକବରବାଦୀ ରାମକୃଷ୍ଣ ଭକ୍ତ ଥିଲେ। ରାମକୃଷ୍ଣଙ୍କ ଅପମାନ ସାରା ଦେଶର ଅପମାନ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର