ତାଲିବାନୀ ବର୍ବରତାର ଲୋମଟାଙ୍କୁରା କାହାଣୀ; ଜୀବନ୍ତ ଲୋକଙ୍କ ଚମଡ଼ା ଉତାରି ଦେଉଛି ତାଲିବାନ !

The Sakala Picture
Published On

କାବୁଲ: ତାଲିବାନୀ ବର୍ବରତାର ଆଉ ଏକ ଲୋମଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି। କ୍ଷମତା ଦଖଲ ପରେ ତାଲିବାନ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କୁ ଏଭଳି କଠୋର ନିର୍ଯାତନା ଦେଉଛନ୍ତି ଯାହା ଶୁଣିଲେ ବି ବିଶ୍ବାସ ହେବ ନାହିଁ। ସେମାନେ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କୁ ଦଣ୍ଡ ଦେବା ସ୍ବରୂପ ଲୋକଙ୍କ ଶରୀରରୁ ଚମଡ଼ା ଉତାରି ଦେଉଛନ୍ତି। ସେହିପରି ସର୍ବସମ୍ମୁଖରେ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କୁ ଖୁଣ୍ଟରେ ଝୁଲାଇ ଫାଶୀ ଦେଉଛନ୍ତି। ବିଶେଷ କରି ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନଙ୍କୁ ଏଭଳି ଟାର୍ଗେଟ କରାଯାଉଛି। […]

କାବୁଲ: ତାଲିବାନୀ ବର୍ବରତାର ଆଉ ଏକ ଲୋମଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି। କ୍ଷମତା ଦଖଲ ପରେ ତାଲିବାନ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କୁ ଏଭଳି କଠୋର ନିର୍ଯାତନା ଦେଉଛନ୍ତି ଯାହା ଶୁଣିଲେ ବି ବିଶ୍ବାସ ହେବ ନାହିଁ। ସେମାନେ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କୁ ଦଣ୍ଡ ଦେବା ସ୍ବରୂପ ଲୋକଙ୍କ ଶରୀରରୁ ଚମଡ଼ା ଉତାରି ଦେଉଛନ୍ତି। ସେହିପରି ସର୍ବସମ୍ମୁଖରେ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କୁ ଖୁଣ୍ଟରେ ଝୁଲାଇ ଫାଶୀ ଦେଉଛନ୍ତି। ବିଶେଷ କରି ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନଙ୍କୁ ଏଭଳି ଟାର୍ଗେଟ କରାଯାଉଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ତାଲିବାନୀଙ୍କ ଏଭଳି କ୍ରୁରତା ସମ୍ପର୍କରେ ଆମେରିକାର ପୂର୍ବତନ କଂଗ୍ରେସ ସଦସ୍ୟ ମାର୍କ ୱାଲକର କହିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ମୁଁ ସବୁବେଳେ ଭୟର ଶବ୍ଦକୁ ଘୃଣା କରେ। କିନ୍ତୁ ଏବେ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ସ୍ଥିତି ତାଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ତାଲିବାନର ବର୍ବରତା ସବୁ ସୀମା ଟପି ଯାଇଛି। ସବୁ ଧର୍ମର ଧର୍ମଗୁରୁମାନେ ପ୍ରାର୍ଥନା ବେଳେ ୫ ମିନିଟ ପାଇଁ ଆଫଗାନ ଲୋକଙ୍କ ସୁରକ୍ଷା ପାଇଁ ଈଶ୍ବରଙ୍କୁ ପ୍ରାର୍ଥନା ନିବେଦନ କରନ୍ତୁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର