ସଂସଦରେ କେନ୍ଦ୍ରକୁ ପ୍ରିୟଙ୍କା ଗାନ୍ଧୀଙ୍କ ଜୋରଦାର ଟାର୍ଗେଟ

The Sakala Picture
Published On

ନୂଆଦିଲ୍ଲୀ: ହାଥରସରୁ ନେଇ ସମ୍ଭଲ, ଦେଶରେ ନ୍ୟିାୟିକ ବ୍ୟବସ୍ଥା ଧ୍ବସ୍ତ। ୧୦ ବର୍ଷ ହେଲା ସମ୍ବିଧାନକୁ ଭାଙ୍ଗିବାକୁ ବଦଳାଇବାକୁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର । ଶାସକ ଦଳର ଚାଲକୁ କିନ୍ତୁ ଜାଣିଗଲେ ଦେଶବାସୀ । ଭୋଟରେ ଦେଲେ କଡ଼ା ଜବାବ। ମିଳିଲାନି ସଂଖ୍ୟା ଗରିଷ୍ଠତା । କାରଣ ଲୋକେ ସମ୍ବିଧାନ ବଦଳା ନୀତିକୁ ସହଜରେ ଗ୍ରହଣ କରିପାରିଲେନି। ତେଣୁ ଭୋଟରେ ଜବାବ ଦେଲେ ବୋଲି କହି କେନ୍ଦ୍ରକୁ ଏମିତି ଟାର୍ଗେଟ କରିଛନ୍ତି ନବନିର୍ବାଚିତ ୱାୟନାଡ଼ ସାଂସଦ ପ୍ରିୟଙ୍କା […]

ନୂଆଦିଲ୍ଲୀ: ହାଥରସରୁ ନେଇ ସମ୍ଭଲ, ଦେଶରେ ନ୍ୟିାୟିକ ବ୍ୟବସ୍ଥା ଧ୍ବସ୍ତ। ୧୦ ବର୍ଷ ହେଲା ସମ୍ବିଧାନକୁ ଭାଙ୍ଗିବାକୁ ବଦଳାଇବାକୁ ଆରମ୍ଭ ହୋଇଛି ଷଡ଼ଯନ୍ତ୍ର । ଶାସକ ଦଳର ଚାଲକୁ କିନ୍ତୁ ଜାଣିଗଲେ ଦେଶବାସୀ । ଭୋଟରେ ଦେଲେ କଡ଼ା ଜବାବ। ମିଳିଲାନି ସଂଖ୍ୟା ଗରିଷ୍ଠତା । କାରଣ ଲୋକେ ସମ୍ବିଧାନ ବଦଳା ନୀତିକୁ ସହଜରେ ଗ୍ରହଣ କରିପାରିଲେନି। ତେଣୁ ଭୋଟରେ ଜବାବ ଦେଲେ ବୋଲି କହି କେନ୍ଦ୍ରକୁ ଏମିତି ଟାର୍ଗେଟ କରିଛନ୍ତି ନବନିର୍ବାଚିତ ୱାୟନାଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ସଂସଦରେ ପ୍ରଥମ ଉଦବୋଧନରେ ଖୁବ ଶାଣିତ ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଧୂଲେଇ କରିଛନ୍ତି ପ୍ରିୟଙ୍କା । ସମ୍ବିଧାନ ଦିବସରେ ସ୍ବତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରି ଆରମ୍ଭରୁ ହିଁ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ପ୍ରିୟଙ୍କା । କହିଥିଲେ, ଆମ ସମ୍ବିଧାନ ଆମ ସୁରକ୍ଷା କବଚ । ନ୍ୟାୟ ଓ ଏକତାର କବଚ ହେଉଛି ସମ୍ବିଧାନ । ଆମକୁ ସାମାଜିକ, ଆର୍ଥିକ ଓ ରାଜନୈତିକ ପ୍ରତିଶୃତି ଦେଇଛି । ଦେଶବାସୀଙ୍କ ସୁରକ୍ଷା କବଚ ସାଜି ଆଜି ପର୍ଯ୍ୟନ୍ତ ରକ୍ଷା କରି ଆସିଛି ଆମ ସମ୍ବିଧାନ ବୋଲି କହିବା ସହିତ ଏହାକୁ ବଦଳାଇବା ଯୋଜନାକୁ ଲୋକେ ହିଁ ଧୂଳିସାତ କରିଦେଇଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଆମର ସ୍ୱାଧୀନତା ସଂଗ୍ରାମ ଅହିଂସା ଉପରେ ଆଧାରିତ ଏକ ନିଆରା ସଂଗ୍ରାମ ଥିଲା । ଏହି ସଂଗ୍ରାମ ଏକ ଗଣତାନ୍ତ୍ରିକ ଲଢ଼େଇଥିଲା । ଆମ ଦେଶରେ କଥାବାର୍ତ୍ତା ଏବଂ ଆଲୋଚନାର ପରମ୍ପରା ରହିଆସିଛି। ଏହା ଏକ ଗୌରବମୟ ପରମ୍ପରା । ଏହି ପରମ୍ପରା ଦାର୍ଶନିକ ଗ୍ରନ୍ଥ ଏବଂ ବେଦରେ ମଧ୍ୟ ଦୃଶ୍ୟମାନ ହୁଏ। ଇସଲାମ, ସୁଫି, ଜୈନ ଧର୍ମ ଏବଂ ବୈଦ୍ଧ ଧର୍ମରେ ମଧ୍ୟ ଏହାର ସଂସ୍କୃତି ରହିଆସିଛି। ଆମର ସ୍ୱାଧୀନତା ସଂଗ୍ରାମ ଏହି ପରମ୍ପରାରୁ ବାହାରିଥିଲା ବୋଲି କହିଥିଲେ ପ୍ରିୟଙ୍କା।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର