ଟଙ୍କା ନେଇ ପ୍ରଶ୍ନ କରିବା ମାମଲା: ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ

The Sakala Picture
Published On

ନୂଆଦିଲ୍ଲୀ: ଲୋକସଭା ସାଂସଦ ପଦରୁ ମହୁଆ ମୈତ୍ର ବହିଷ୍କୃତ । ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ସାଂସଦ ପଦରୁ ବହିଷ୍କୃତ ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ମହୁଆ ମୈତ୍ରଙ୍କୁ ବହିଷ୍କୃତ କରାଯାଇଛି । ମହୁଆଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି ବାଚସ୍ପତି । ଏନଡିଏ ତରଫରୁ ମହୁଆଙ୍କୁ ବରିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ […]

ନୂଆଦିଲ୍ଲୀ: ଲୋକସଭା ସାଂସଦ ପଦରୁ ମହୁଆ ମୈତ୍ର ବହିଷ୍କୃତ । ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ସାଂସଦ ପଦରୁ ବହିଷ୍କୃତ ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ମହୁଆ ମୈତ୍ରଙ୍କୁ ବହିଷ୍କୃତ କରାଯାଇଛି । ମହୁଆଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି ବାଚସ୍ପତି । ଏନଡିଏ ତରଫରୁ ମହୁଆଙ୍କୁ ବରିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ପେସ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

ଏଥିକ୍ସ କମିଟିର ରିପୋର୍ଟରେ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗ ସାଂଘାତିକ ବୋଲି କୁହାଯାଇଥିଲା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ଏପରିକି ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଥିଲା । ଯାହାକୁ ନେଇ ଲୋକସଭାରେ ଚର୍ଚ୍ଚା ହୋଇଥିଲା । ବିରୋଧୀ ସାଂସଦ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି କହିଛନ୍ତି, ମହୁଆ ମୋଇତ୍ରଙ୍କ ଆଚରଣ ଅନୈତିକ । ତେଣୁ ସେ ସଂସଦରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ ବାଚସ୍ପତି ।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

ଅନ୍ୟପକ୍ଷରେ ମହୁଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଧେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ ନିଜ ସାଥି ସାଂସଦଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ କରିଥିଲେ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ମଧ୍ଯ ତାଙ୍କ ସହିତ ଏହି ସମୟରେ ଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସୂଚନାଯୋଗ୍ୟ ଯେ, ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଉଥିଲେ। ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଥିବା ଅଭିଯୋଗ ହୋଇଥିଲା।

08 Dec 2023 By The Sakala

ଟଙ୍କା ନେଇ ପ୍ରଶ୍ନ କରିବା ମାମଲା: ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ଲୋକସଭା ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ: ଲୋକସଭା ସାଂସଦ ପଦରୁ ମହୁଆ ମୈତ୍ର ବହିଷ୍କୃତ । ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ସାଂସଦ ପଦରୁ ବହିଷ୍କୃତ ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ମହୁଆ ମୈତ୍ରଙ୍କୁ ବହିଷ୍କୃତ କରାଯାଇଛି । ମହୁଆଙ୍କ ସାଂସଦ ପଦ ରଦ୍ଦ କରିଛନ୍ତି ବାଚସ୍ପତି । ଏନଡିଏ ତରଫରୁ ମହୁଆଙ୍କୁ ବରିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ପେସ କରାଯାଇଥିଲା ।

ଏଥିକ୍ସ କମିଟିର ରିପୋର୍ଟରେ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗ ସାଂଘାତିକ ବୋଲି କୁହାଯାଇଥିଲା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ଏପରିକି ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଥିଲା । ଯାହାକୁ ନେଇ ଲୋକସଭାରେ ଚର୍ଚ୍ଚା ହୋଇଥିଲା । ବିରୋଧୀ ସାଂସଦ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି କହିଛନ୍ତି, ମହୁଆ ମୋଇତ୍ରଙ୍କ ଆଚରଣ ଅନୈତିକ । ତେଣୁ ସେ ସଂସଦରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ ବାଚସ୍ପତି ।

ଅନ୍ୟପକ୍ଷରେ ମହୁଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଧେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ ନିଜ ସାଥି ସାଂସଦଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ କରିଥିଲେ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ମଧ୍ଯ ତାଙ୍କ ସହିତ ଏହି ସମୟରେ ଥିଲେ ।

ସୂଚନାଯୋଗ୍ୟ ଯେ, ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଉଥିଲେ। ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଥିବା ଅଭିଯୋଗ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର