ନିର୍ବାଚନର ଅନ୍ତିମ ପର୍ଯ୍ୟାୟ: ୫୭ ସଂସଦୀୟ କ୍ଷେତ୍ରରେ ଚାଲିଛି ମତଦାନ

The Sakala Picture
Published On

ନୂଆଦିଲ୍ଲୀ: ଗଣତନ୍ତ୍ରର ବଡ଼ ପର୍ବ ଶେଷ ହେବାକୁ ବସିଛି। ଆଜି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ (ସପ୍ତମ) ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟରମାନେ ମତଦାନ କରୁଛନ୍ତି। ଏଥିରେ ଉତ୍ତର ପ୍ରଦେଶର ୧୩ , ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗର ୯, କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ୧, ହିମାଚଳ ପ୍ରଦେଶର ୪, ଓଡ଼ିଶାର ୬, ଝାଡ଼ଖଣ୍ଡର ୩ ଲୋକସଭା ଆସନ ସାମିଲ […]

ନୂଆଦିଲ୍ଲୀ: ଗଣତନ୍ତ୍ରର ବଡ଼ ପର୍ବ ଶେଷ ହେବାକୁ ବସିଛି। ଆଜି ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ (ସପ୍ତମ) ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ ଭୋଟରମାନେ ମତଦାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅଷ୍ଟମ ବେତନ କମିଶନ ଗଠନକୁ ମିଳିଲା ମଞ୍ଜୁରୀ...

ଏଥିରେ ଉତ୍ତର ପ୍ରଦେଶର ୧୩ , ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗର ୯, କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ୧, ହିମାଚଳ ପ୍ରଦେଶର ୪, ଓଡ଼ିଶାର ୬, ଝାଡ଼ଖଣ୍ଡର ୩ ଲୋକସଭା ଆସନ ସାମିଲ ରହିଛି। ଏହି ୫୭ ଲୋକସଭା ଆସନରେ ପଞ୍ଜାବର ୩୨୮, ଉତ୍ତର ପ୍ରଦେଶର ୧୪୪, ବିହାରର ୧୩୪, ଓଡ଼ିଶାର ୬୬, ଝାଡ଼ଖଣ୍ଡର ୫୨, ହିମାଚଳ ପ୍ରଦେଶର ୩୭ ଓ ଚଣ୍ଡିଗଡ଼ର ୪- ଏହିଭଳି ମୋଟ ୯୦୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ଆହୁରି ପଢ଼ନ୍ତୁ: ନୂଆପଡ଼ା ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ସୁପ୍ରିମୋଙ୍କ ଭିଡିଓ ବାର୍ତ୍ତା

ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(ବାରାଣସୀ) ଏବଂ କଂଗ୍ରେସର ଅଜୟ ରାୟ, ମଣ୍ଡିରୁ କଙ୍ଗନା ରାଣାୱତ ଏବଂ କଂଗ୍ରେସର ବିକ୍ରମାଦିତ୍ୟ ସିଂହ, ଗୋରଖପୁରରୁ ରବି କିଷନ ଏବଂ କାଜଲ ନିଷାଦ (ସମାଜବାଦୀ ପାର୍ଟି), ହମିରପୁରରୁ ଅନୁରାଗ ଠାକୁର ଏବଂ ସତପାଲ ସିଂହ ରାଏଜାଦା(କଂଗ୍ରେସ), ଡାଏମଣ୍ଡ ହାର୍ବରରୁ ଟିଏମ୍‌ସିର ଅଭିଷେକ ବାନାର୍ଜୀ ଲଢୁଛନ୍ତି।

ଆହୁରି ପଢ଼ନ୍ତୁ: କମୁଛି ସୁନା ଚମକ, ଆହୁରି ବଢ଼ିବ ରୁପା ଦର...

Join Us @ WhatsApp

About The Author

Google News
Join Us @ WhatsApp