ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟର ୮୮ ଆସନ ପାଇଁ ଚାଲିଛି ମତଦାନ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ମତଦାନ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୮ ଆସନ ପାଇଁ ମତଦାନ ହେଉଛି। କେରଳର ସମସ୍ତ ୨୦ଟି ଲୋକସଭା ଆସନ ସମେତ କର୍ଣ୍ଣାଟକର ୧୪,ରାଜସ୍ଥାନ ୧୩, ମହାରାଷ୍ଟ୍ର ୮,ଉତ୍ତରପ୍ରଦେଶ ୮,ମଧ୍ୟପ୍ରଦେଶ ୭, ଆସାମ ଓ ବିହାରରେ ପ୍ରତ୍ୟେକ ୫ , ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ପ୍ରତ୍ୟେକ ୩ ଏବଂ ମଣିପୁର, ତ୍ରିପୁରା ଓ ଜମ୍ମ-କାଶ୍ମୀରର ଗୋଟିଏ ଲେଖାଏଁ ଆସନରେ ମତଦାନ ଚାଲିଛି। ବିଏସପି ପ୍ରାର୍ଥୀଙ୍କ […]

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ମତଦାନ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୮ ଆସନ ପାଇଁ ମତଦାନ ହେଉଛି। କେରଳର ସମସ୍ତ ୨୦ଟି ଲୋକସଭା ଆସନ ସମେତ କର୍ଣ୍ଣାଟକର ୧୪,ରାଜସ୍ଥାନ ୧୩, ମହାରାଷ୍ଟ୍ର ୮,ଉତ୍ତରପ୍ରଦେଶ ୮,ମଧ୍ୟପ୍ରଦେଶ ୭, ଆସାମ ଓ ବିହାରରେ ପ୍ରତ୍ୟେକ ୫ , ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ପ୍ରତ୍ୟେକ ୩ ଏବଂ ମଣିପୁର, ତ୍ରିପୁରା ଓ ଜମ୍ମ-କାଶ୍ମୀରର ଗୋଟିଏ ଲେଖାଏଁ ଆସନରେ ମତଦାନ ଚାଲିଛି। ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଆସନରେ ଭୋଟ୍ ହେଉନାହିଁ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

୮୮ଟି ଆସନ ମଧ୍ୟରେ ଉତ୍ତରପ୍ରଦେଶର ମଥୁରା ଏବଂ କେରଳର ୱାଏନାଡ ଆସନ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ମଥୁରା ଆସନରେ ବିଜେପି ପ୍ରାର୍ଥୀ ଭାବେ ସାଂସଦ ହେମାମାଳିନୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୱାଏନାଡ୍‌ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟ ପ୍ରମୁଖ ଆସନ ମଧ୍ୟରେ କେରଳର ତିରୁଅନନ୍ତପୁରମ ଆସନ ଏବଂ ଉତ୍ତରପ୍ରଦେଶର ମିରଟ ଆସନ ରହିଛି। ତିରୁଅନନ୍ତପୁରମରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିପରି ମିରଟରେ ବିଜେପି ପ୍ରାର୍ଥୀ ଭାବେ ରାମାୟଣ ସିରିଅଲର ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କର୍ଣ୍ଣାଟକର ମାଣ୍ଡ୍ୟ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ଏବଂ ବିହାରର ପୁର୍ଣ୍ଣିଆ ଆସନରେ ପପୁ ଯାଦବ ସ୍ବାଧୀନ ଭାବେ ଲଢୁଥିବାରୁ ଏହି ଦୁଇ ଆସନ ମଧ୍ୟ ସମସ୍ତଙ୍କ ନଜରରେ ରହିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

26 Apr 2024 By The Sakala

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟର ୮୮ ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ମତଦାନ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୮ ଆସନ ପାଇଁ ମତଦାନ ହେଉଛି। କେରଳର ସମସ୍ତ ୨୦ଟି ଲୋକସଭା ଆସନ ସମେତ କର୍ଣ୍ଣାଟକର ୧୪,ରାଜସ୍ଥାନ ୧୩, ମହାରାଷ୍ଟ୍ର ୮,ଉତ୍ତରପ୍ରଦେଶ ୮,ମଧ୍ୟପ୍ରଦେଶ ୭, ଆସାମ ଓ ବିହାରରେ ପ୍ରତ୍ୟେକ ୫ , ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ପ୍ରତ୍ୟେକ ୩ ଏବଂ ମଣିପୁର, ତ୍ରିପୁରା ଓ ଜମ୍ମ-କାଶ୍ମୀରର ଗୋଟିଏ ଲେଖାଏଁ ଆସନରେ ମତଦାନ ଚାଲିଛି। ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଆସନରେ ଭୋଟ୍ ହେଉନାହିଁ।

୮୮ଟି ଆସନ ମଧ୍ୟରେ ଉତ୍ତରପ୍ରଦେଶର ମଥୁରା ଏବଂ କେରଳର ୱାଏନାଡ ଆସନ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ମଥୁରା ଆସନରେ ବିଜେପି ପ୍ରାର୍ଥୀ ଭାବେ ସାଂସଦ ହେମାମାଳିନୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୱାଏନାଡ୍‌ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟ ପ୍ରମୁଖ ଆସନ ମଧ୍ୟରେ କେରଳର ତିରୁଅନନ୍ତପୁରମ ଆସନ ଏବଂ ଉତ୍ତରପ୍ରଦେଶର ମିରଟ ଆସନ ରହିଛି। ତିରୁଅନନ୍ତପୁରମରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିପରି ମିରଟରେ ବିଜେପି ପ୍ରାର୍ଥୀ ଭାବେ ରାମାୟଣ ସିରିଅଲର ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କର୍ଣ୍ଣାଟକର ମାଣ୍ଡ୍ୟ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ଏବଂ ବିହାରର ପୁର୍ଣ୍ଣିଆ ଆସନରେ ପପୁ ଯାଦବ ସ୍ବାଧୀନ ଭାବେ ଲଢୁଥିବାରୁ ଏହି ଦୁଇ ଆସନ ମଧ୍ୟ ସମସ୍ତଙ୍କ ନଜରରେ ରହିଛି।

https://www.thesakala.in/national-international/lok-sabha-election-2024-phase-2-voting/article-31712
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର