ପ୍ରଥମଥର ପାଇଁ ସୁପ୍ରିମକୋର୍ଟରୁ ସିଧାପ୍ରସାରଣ ଦ୍ବାରା ୨୦ଟି ମାମଲାର ଶୁଣାଣି

The Sakala Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ କୌଣସି ମାମଲାର ଶୁଣାଣିକୁ ସିଧାପ୍ରସାରଣ କରାଯାଇଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ଯକାଳର ଶେଷ ଦିନ। ଆଜି ସେ ଅବସର ନେବେ। ଏହାପୂର୍ବରୁ ପ୍ରଥମଥର ପାଇଁ ଐତିହାସିକ ନିଷ୍ପତ୍ତିକ୍ରମେ ୨୦ଟି ମାମଲାର ଶୁଣାଣିର ଲାଇଭ ଷ୍ଟ୍ରମିଙ୍ଗ କରାଯାଉଛି। ଏହା ମଧ୍ୟରେ ଫ୍ରିବ୍ସି ବା ମାଗଣା ଯୋଜନା ରହିଥିଲା। ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଭିନ୍ନ ମାଗଣା ପ୍ରତିଶ୍ରୁତି ଓ ଯୋଜନା […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ କୌଣସି ମାମଲାର ଶୁଣାଣିକୁ ସିଧାପ୍ରସାରଣ କରାଯାଇଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ଯକାଳର ଶେଷ ଦିନ। ଆଜି ସେ ଅବସର ନେବେ। ଏହାପୂର୍ବରୁ ପ୍ରଥମଥର ପାଇଁ ଐତିହାସିକ ନିଷ୍ପତ୍ତିକ୍ରମେ ୨୦ଟି ମାମଲାର ଶୁଣାଣିର ଲାଇଭ ଷ୍ଟ୍ରମିଙ୍ଗ କରାଯାଉଛି। ଏହା ମଧ୍ୟରେ ଫ୍ରିବ୍ସି ବା ମାଗଣା ଯୋଜନା ରହିଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଭିନ୍ନ ମାଗଣା ପ୍ରତିଶ୍ରୁତି ଓ ଯୋଜନା ଘୋଷଣା କରୁଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏବେ ଏହି ମାମଲାର ଅଧିକ ବିଚାର କରିବା ପାଇଁ ସିଜେଆଇ ଜଷ୍ଟିସ ରମନ୍ନା ଏହାକୁ ୩ ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ଏହା ଉପରେ ମତ ରଖିବା ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି। ସେହିପରି ସର୍ବଦଳୀୟ ବୈଠକ ଡାକି କେନ୍ଦ୍ର ସରକାର ଏହା ଉପରେ ଆଲୋଚନା କରନ୍ତୁ ବୋଲି ବିଦାୟୀ ସିଜେଆଇ ଜଷ୍ଟିସ ରମନ୍ନା ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ପ୍ରଧାନବିଚାରପତି ଜଷ୍ଟିସ୍‌ ନୁଦାଲାପତି ଭେଙ୍କଟରମଣା ଦେଶର ୪୮ତମ ପ୍ରଧାନବିଚାରପତି ଭାବେ ସେ ୨୦୨୧ ଏପ୍ରିଲରେ ନିଯୁକ୍ତ ହୋଇଥିଲେ। ତେବେ ଆଜି ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ୨୭ ତାରିଖରେ ୪୯ତମ ପ୍ରଧାନବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତ ଶପଥ ନେବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର