କଲେଜିୟମ ବ୍ୟବସ୍ଥା ସମ୍ବିଧାନ ବିରୋଧୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ

The Sakala Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜିଜୁ। ସେ ଶୁକ୍ରବାର କଲେଜିୟମ ବ୍ୟବସ୍ଥାକୁ ସମ୍ବିଧାନର ବିରୋଧୀ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ନିଜେ କଲେଜିୟମ ବ୍ୟବସ୍ଥା ବନାଇ ଥିଲେ। ୧୯୯୧ ପୂର୍ବରୁ ଏପରି କୌଣସି ବ୍ୟବସ୍ଥା ନ ଥିଲା। ସମସ୍ତ ବିଚାରପତି ସରକାରଙ୍କ ଦ୍ବାରା ନିଯୁକ୍ତ ହେଉଥିଲେ। ସମସ୍ତଙ୍କ ପାଇଁ, ବିଶେଷ କରି ସରକାରଙ୍କ ଲାଗି ସମ୍ବିଧାନ ହେଉଛି ଏକ ‘ପବିତ୍ର […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜିଜୁ। ସେ ଶୁକ୍ରବାର କଲେଜିୟମ ବ୍ୟବସ୍ଥାକୁ ସମ୍ବିଧାନର ବିରୋଧୀ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ନିଜେ କଲେଜିୟମ ବ୍ୟବସ୍ଥା ବନାଇ ଥିଲେ। ୧୯୯୧ ପୂର୍ବରୁ ଏପରି କୌଣସି ବ୍ୟବସ୍ଥା ନ ଥିଲା। ସମସ୍ତ ବିଚାରପତି ସରକାରଙ୍କ ଦ୍ବାରା ନିଯୁକ୍ତ ହେଉଥିଲେ। ସମସ୍ତଙ୍କ ପାଇଁ, ବିଶେଷ କରି ସରକାରଙ୍କ ଲାଗି ସମ୍ବିଧାନ ହେଉଛି ଏକ ‘ପବିତ୍ର ଗ୍ରନ୍ଥ’। କୋର୍ଟ କିମ୍ବା କିଛି ବିଚାରପତିଙ୍କ ନିଷ୍ପତ୍ତି ଲାଗି ସମ୍ବିଧାନ ବିରୋଧୀ ବ୍ୟବସ୍ଥାକୁ କିପରି ଗ୍ରହଣ କରାଯିବ। ଏହି ନିଷ୍ପତ୍ତିକୁ ଦେଶ କେମିତି ସ୍ବୀକାର କରିବ। ଏହି ବ୍ୟବସ୍ଥା ସମ୍ବିଧାନର ବିରୋଧୀ। ପ୍ରତ୍ୟେକ ବିଚାରପତି ଠିକ୍‌ ବୋଲି ଭାବିବା ଭୁଲ୍‌। କିନ୍ତୁ ନ୍ୟାୟପାଳିକା ବ୍ୟବସ୍ଥାରେ ପ୍ରତ୍ୟେକ ରାୟ ଠିକ୍‌ ବୋଲି ଭାବିବାକୁ ପଡେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଦାଲତଙ୍କ ନିର୍ଦ୍ଦେଶ କିମ୍ବା ନ୍ୟାୟପାଳିକା ନିଷ୍ପତ୍ତିକୁ କେହି ବି ଅସମ୍ମାନ କରିବାର ପ୍ରଶ୍ନ ଉଠୁନାହିଁ।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ଦେଶରେ ମାମଲା ବଢୁଥିବାବେଳେ ସରକାର କଲେଜିୟମ କରିଥିବା ସୁପାରିସକୁ ପକେଇ ରଖୁଥିବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହା ଉପରେ ସେ କହିଛନ୍ତି ଯେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ କଲେଜିୟମ ପ୍ରସ୍ତାବ ସୁପାରିସ କରିବା ପରେ ସରକାରଙ୍କ କାମ ଆରମ୍ଭ ହୋଇଥାଏ। ୧୯୯୧ରୁ ଏ ପର୍ଯ୍ୟନ୍ତ ସରକାର ଏହି ବ୍ୟବସ୍ଥାକୁ ସମ୍ମାନ ଦେଇ ଆସୁଛନ୍ତି। ନଚେତ୍‌ ଏହା ପରିବର୍ତ୍ତେ ଭଲ ବ୍ୟବସ୍ଥା ଆସିପାରିଥାନ୍ତା। ସର୍ବସମ୍ମତି କ୍ରମେ ସଂସଦ କଲେଜିୟମ ବ୍ୟବସ୍ଥା ପରିବର୍ତ୍ତେ ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ କମିଶନ (ଏନଜେଏସି) ଆଇନକୁ ମଞ୍ଜୁରି ଦେଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। କେବଳ କଲେଜିୟମ ସୁପାରିସରେ ବିଚାରପତି ନିଯୁକ୍ତି କଲେ ସରକାରଙ୍କ ଭୂମିକା କ’ଣ ରହିବ। ଭାରତ ସରକାରଙ୍କ କର୍ତ୍ତୁତ୍ବ କ’ଣ ରହିବ। କଲେଜିୟମ ବ୍ୟବସ୍ଥାରେ ଅନେକ ଦୁର୍ବଳତା ରହିଛି। ଏହା ବିରୋଧରେ ଲୋକେ ପ୍ରଶ୍ନ ଉଠାଉଛନ୍ତି। ଏହି ବ୍ୟବସ୍ଥାରେ ସ୍ବଚ୍ଛତା ନାହିଁ। ଏଥିନେଇ ଉତ୍ତରଦାୟୀ ମଧ୍ୟ ଧାର୍ଯ୍ୟ କରାଯାଇନାହିଁ। ସରକାର ଫାଇଲ୍ ଧରି ବସି ଯାଇଛନ୍ତି ବୋଲି ଯେମିତି କେହି କହିପାରିବେ ନାହିଁ। ତେବେ ସରକାରଙ୍କ ପାଖକୁ ଫାଇଲ୍‌ ପଠାନ୍ତୁନି। ନିଜେ ନିଯୁକ୍ତି କରୁଛନ୍ତି ଏବଂ ନିଜେ ଚଳାଉଛନ୍ତି, ବ୍ୟବସ୍ଥା କାର୍ଯ୍ୟ କରୁନାହିଁ। କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ଏକାଠି କାମ କରିବା ଜରୁରୀ।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

26 Nov 2022 By The Sakala

କଲେଜିୟମ ବ୍ୟବସ୍ଥା ସମ୍ବିଧାନ ବିରୋଧୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜିଜୁ। ସେ ଶୁକ୍ରବାର କଲେଜିୟମ ବ୍ୟବସ୍ଥାକୁ ସମ୍ବିଧାନର ବିରୋଧୀ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ନିଜେ କଲେଜିୟମ ବ୍ୟବସ୍ଥା ବନାଇ ଥିଲେ। ୧୯୯୧ ପୂର୍ବରୁ ଏପରି କୌଣସି ବ୍ୟବସ୍ଥା ନ ଥିଲା। ସମସ୍ତ ବିଚାରପତି ସରକାରଙ୍କ ଦ୍ବାରା ନିଯୁକ୍ତ ହେଉଥିଲେ। ସମସ୍ତଙ୍କ ପାଇଁ, ବିଶେଷ କରି ସରକାରଙ୍କ ଲାଗି ସମ୍ବିଧାନ ହେଉଛି ଏକ ‘ପବିତ୍ର ଗ୍ରନ୍ଥ’। କୋର୍ଟ କିମ୍ବା କିଛି ବିଚାରପତିଙ୍କ ନିଷ୍ପତ୍ତି ଲାଗି ସମ୍ବିଧାନ ବିରୋଧୀ ବ୍ୟବସ୍ଥାକୁ କିପରି ଗ୍ରହଣ କରାଯିବ। ଏହି ନିଷ୍ପତ୍ତିକୁ ଦେଶ କେମିତି ସ୍ବୀକାର କରିବ। ଏହି ବ୍ୟବସ୍ଥା ସମ୍ବିଧାନର ବିରୋଧୀ। ପ୍ରତ୍ୟେକ ବିଚାରପତି ଠିକ୍‌ ବୋଲି ଭାବିବା ଭୁଲ୍‌। କିନ୍ତୁ ନ୍ୟାୟପାଳିକା ବ୍ୟବସ୍ଥାରେ ପ୍ରତ୍ୟେକ ରାୟ ଠିକ୍‌ ବୋଲି ଭାବିବାକୁ ପଡେ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଦାଲତଙ୍କ ନିର୍ଦ୍ଦେଶ କିମ୍ବା ନ୍ୟାୟପାଳିକା ନିଷ୍ପତ୍ତିକୁ କେହି ବି ଅସମ୍ମାନ କରିବାର ପ୍ରଶ୍ନ ଉଠୁନାହିଁ।

ଦେଶରେ ମାମଲା ବଢୁଥିବାବେଳେ ସରକାର କଲେଜିୟମ କରିଥିବା ସୁପାରିସକୁ ପକେଇ ରଖୁଥିବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହା ଉପରେ ସେ କହିଛନ୍ତି ଯେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ କଲେଜିୟମ ପ୍ରସ୍ତାବ ସୁପାରିସ କରିବା ପରେ ସରକାରଙ୍କ କାମ ଆରମ୍ଭ ହୋଇଥାଏ। ୧୯୯୧ରୁ ଏ ପର୍ଯ୍ୟନ୍ତ ସରକାର ଏହି ବ୍ୟବସ୍ଥାକୁ ସମ୍ମାନ ଦେଇ ଆସୁଛନ୍ତି। ନଚେତ୍‌ ଏହା ପରିବର୍ତ୍ତେ ଭଲ ବ୍ୟବସ୍ଥା ଆସିପାରିଥାନ୍ତା। ସର୍ବସମ୍ମତି କ୍ରମେ ସଂସଦ କଲେଜିୟମ ବ୍ୟବସ୍ଥା ପରିବର୍ତ୍ତେ ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ କମିଶନ (ଏନଜେଏସି) ଆଇନକୁ ମଞ୍ଜୁରି ଦେଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। କେବଳ କଲେଜିୟମ ସୁପାରିସରେ ବିଚାରପତି ନିଯୁକ୍ତି କଲେ ସରକାରଙ୍କ ଭୂମିକା କ’ଣ ରହିବ। ଭାରତ ସରକାରଙ୍କ କର୍ତ୍ତୁତ୍ବ କ’ଣ ରହିବ। କଲେଜିୟମ ବ୍ୟବସ୍ଥାରେ ଅନେକ ଦୁର୍ବଳତା ରହିଛି। ଏହା ବିରୋଧରେ ଲୋକେ ପ୍ରଶ୍ନ ଉଠାଉଛନ୍ତି। ଏହି ବ୍ୟବସ୍ଥାରେ ସ୍ବଚ୍ଛତା ନାହିଁ। ଏଥିନେଇ ଉତ୍ତରଦାୟୀ ମଧ୍ୟ ଧାର୍ଯ୍ୟ କରାଯାଇନାହିଁ। ସରକାର ଫାଇଲ୍ ଧରି ବସି ଯାଇଛନ୍ତି ବୋଲି ଯେମିତି କେହି କହିପାରିବେ ନାହିଁ। ତେବେ ସରକାରଙ୍କ ପାଖକୁ ଫାଇଲ୍‌ ପଠାନ୍ତୁନି। ନିଜେ ନିଯୁକ୍ତି କରୁଛନ୍ତି ଏବଂ ନିଜେ ଚଳାଉଛନ୍ତି, ବ୍ୟବସ୍ଥା କାର୍ଯ୍ୟ କରୁନାହିଁ। କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ଏକାଠି କାମ କରିବା ଜରୁରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର