ତାଜମହଲକୁ ନେଇ ବଢୁଛି ବିବାଦ: ତାଜମହଲ ଉପରେ ଅଧିକାର ଦାବିକଲେ ଜୟପୁର ରାଜପରିବାର

The Sakala Picture
Published On

ନୂଆଦିଲ୍ଲୀ: ତାଜମହଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଭାରତୀୟ ଜନତା ପାର୍ଟି ସାଂସଦ ତଥା ଜୟପୁରର ପୂର୍ବତନ ରାଜକୁମାରୀ ଦିୟା କୁମାରୀ ଦାବି କରିଛନ୍ତି ଯେ ତାଜମହଲ ଯେଉଁ ଜମିରେ ନିର୍ମିତ ହୋଇଥିଲା ତାହା ତାଙ୍କ ପରିବାରର।  ତାଙ୍କ ପାଖରେ ଦଲିଲ ଅଛି ଯାହା ଜୟପୁର ରାଜ ପରିବାରର ଜମି ବୋଲି ଦର୍ଶାଉଛି। ତାଜମହଲର ୨୨ ଟି ତାଲା ପଡିଥିବା କୋଠରୀକୁ ଯାଞ୍ଚ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ଆବେଦନ କରାଯିବା […]

ନୂଆଦିଲ୍ଲୀ: ତାଜମହଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଭାରତୀୟ ଜନତା ପାର୍ଟି ସାଂସଦ ତଥା ଜୟପୁରର ପୂର୍ବତନ ରାଜକୁମାରୀ ଦିୟା କୁମାରୀ ଦାବି କରିଛନ୍ତି ଯେ ତାଜମହଲ ଯେଉଁ ଜମିରେ ନିର୍ମିତ ହୋଇଥିଲା ତାହା ତାଙ୍କ ପରିବାରର।  ତାଙ୍କ ପାଖରେ ଦଲିଲ ଅଛି ଯାହା ଜୟପୁର ରାଜ ପରିବାରର ଜମି ବୋଲି ଦର୍ଶାଉଛି। ତାଜମହଲର ୨୨ ଟି ତାଲା ପଡିଥିବା କୋଠରୀକୁ ଯାଞ୍ଚ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ଆବେଦନ କରାଯିବା ପରେ ଦିୟା କୁମାରୀଙ୍କ ଏହି ମନ୍ତବ୍ୟ ଏବେ ତାଜମହଲକୁ ନେଇ ଲାଗିଥିବା ବିବାଦକୁ ପୁଣି ରୋଚକ ପୂର୍ଣ୍ଣ କରିଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଏହି ଆବେଦନକୁ ସମର୍ଥନ କରି ବିଜେପି ନେତା ଦିୟା କୁମାରୀ କହିଛନ୍ତି, “ସ୍ମାରକୀ ନିର୍ମାଣ ପୂର୍ବରୁ ସେଠାରେ କଣ ଅଛି ତାହା ଅନୁସନ୍ଧାନ କରାଯିବା ଉଚିତ। ‘ମାକବାରା’ ପୂର୍ବରୁ କ’ଣ ଥିଲା ତାହା ଜାଣିବାର ଅଧିକାର ଲୋକଙ୍କ ପାଖରେ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୟପୁର ପରିବାର ସହିତ ରେକର୍ଡ ଉପଲବ୍ଧ ଅଛି ଏବଂ ଯଦି ଆବଶ୍ୟକ ହୁଏ ତେବେ ଏହା ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ମୋଗଲ ସମ୍ରାଟ ଶାହ ଜାହାନ ତଙ୍କ ପତ୍ନୀ ମମତାଜଙ୍କ ପାଇଁ ୧୬୩୧ ମସିହାରେ ତାଜମହଲ ନିର୍ମାଣ କରିଥିଲେ। ଦିୟା କୁମାରୀ ଦାବି କରିଛନ୍ତି ଯେ , ସେହି ସମୟରେ ମୋଗଲ ଶାସକ ଶାହ ଜାହାନ ଶାସନ କରୁଥିବାରୁ ଏହାକୁ ଦଖଲ କରିଥିଲେ। ଏହି ଜମି ଜୟପୁରର ରାଜ ପରିବାରର ଥିଲା ଏବଂ ଆମ ପାଖରେ ଡକ୍ୟୁମେଣ୍ଟ ଅଛି । ଜମି ବଦଳରେ କ୍ଷତିପୂରଣ ପ୍ରଦାନ କରାଯାଇଥିଲା କିନ୍ତୁ ଏହା କେତେ ଥିଲା, ଏହାକୁ ଗ୍ରହଣ କରାଯାଇଥିଲା କି ନାହିଁ, ମୁଁ ଏହା କହି ପାରିବି ନାହିଁ କାରଣ ଆମର ‘ପୋଥିଖାନା’ରେ ଥିବା ରେକର୍ଡଗୁଡିକ ମୁଁ ଅଧ୍ୟୟନ କରି ନାହିଁ। କିନ୍ତୁ ଏହି ଜମି ଆମ ପରିବାରର ଥିଲା ଏବଂ ଶାହା ଜାହାନ ଏହାକୁ ଅକ୍ତିଆର କରିଥିଲେ ବୋଲି ଦିଆ କୁମାରୀ କହିଛନ୍ତି।  ସେ ସମୟରେ କୌଣସି ନ୍ୟାୟପାଳିକା ନ ଥିବାରୁ କୌଣସି ଆବେଦନ କରାଯାଇ ନ ଥାଇପାରେ। ରେକର୍ଡ ଗୁଡିକର ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ ହିଁ ଚିତ୍ର ସ୍ପଷ୍ଟ ହୋଇଯିବ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଜୟପୁରର ପୂର୍ବତନ ରାଜ ପରିବାର ପକ୍ଷରୁ କୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯିବ କି ବୋଲି ପଚରାଯିବାରୁ ବିଜେପି ସାଂସଦ ଦିୟା କୁମାରୀ କହିଛନ୍ତି ଯେ, ସେମାନେ ବର୍ତ୍ତମାନ ଏହା ଉପରେ ଦୃଷ୍ଟି ରଖିଛନ୍ତି ଏବଂ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ତାହା ଯାଞ୍ଚ କରିବେ।

ଉଲ୍ଲେଖଯୋଗ୍ୟ, ଜୟପୁରର ପୂର୍ବ ରାଜ ପରିବାରର ସଦସ୍ୟ ଥିବା ଦିୟା କୁମାରୀ ଏହା ପୂର୍ବରୁ ଦାବି କରିଥିଲେ ଯେ ତାଙ୍କ ପରିବାର ପ୍ରଭୁ ରାମଙ୍କ ପୁଅରୁ ଆସିଛନ୍ତି। ସେ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ, ସୁପ୍ରିମକୋର୍ଟରେ ତାଙ୍କ ପରିବାରର ବଂଶର ପ୍ରମାଣ ଦେବାକୁ ସେ ଇଚ୍ଛୁକ ଥିବା କହିଥିଲେ।

11 May 2022 By The Sakala

ତାଜମହଲକୁ ନେଇ ବଢୁଛି ବିବାଦ: ତାଜମହଲ ଉପରେ ଅଧିକାର ଦାବିକଲେ ଜୟପୁର ରାଜପରିବାର

ନୂଆଦିଲ୍ଲୀ: ତାଜମହଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଭାରତୀୟ ଜନତା ପାର୍ଟି ସାଂସଦ ତଥା ଜୟପୁରର ପୂର୍ବତନ ରାଜକୁମାରୀ ଦିୟା କୁମାରୀ ଦାବି କରିଛନ୍ତି ଯେ ତାଜମହଲ ଯେଉଁ ଜମିରେ ନିର୍ମିତ ହୋଇଥିଲା ତାହା ତାଙ୍କ ପରିବାରର।  ତାଙ୍କ ପାଖରେ ଦଲିଲ ଅଛି ଯାହା ଜୟପୁର ରାଜ ପରିବାରର ଜମି ବୋଲି ଦର୍ଶାଉଛି। ତାଜମହଲର ୨୨ ଟି ତାଲା ପଡିଥିବା କୋଠରୀକୁ ଯାଞ୍ଚ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ଆବେଦନ କରାଯିବା ପରେ ଦିୟା କୁମାରୀଙ୍କ ଏହି ମନ୍ତବ୍ୟ ଏବେ ତାଜମହଲକୁ ନେଇ ଲାଗିଥିବା ବିବାଦକୁ ପୁଣି ରୋଚକ ପୂର୍ଣ୍ଣ କରିଛି।

ଏହି ଆବେଦନକୁ ସମର୍ଥନ କରି ବିଜେପି ନେତା ଦିୟା କୁମାରୀ କହିଛନ୍ତି, “ସ୍ମାରକୀ ନିର୍ମାଣ ପୂର୍ବରୁ ସେଠାରେ କଣ ଅଛି ତାହା ଅନୁସନ୍ଧାନ କରାଯିବା ଉଚିତ। ‘ମାକବାରା’ ପୂର୍ବରୁ କ’ଣ ଥିଲା ତାହା ଜାଣିବାର ଅଧିକାର ଲୋକଙ୍କ ପାଖରେ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୟପୁର ପରିବାର ସହିତ ରେକର୍ଡ ଉପଲବ୍ଧ ଅଛି ଏବଂ ଯଦି ଆବଶ୍ୟକ ହୁଏ ତେବେ ଏହା ପ୍ରଦାନ କରିବେ।

ମୋଗଲ ସମ୍ରାଟ ଶାହ ଜାହାନ ତଙ୍କ ପତ୍ନୀ ମମତାଜଙ୍କ ପାଇଁ ୧୬୩୧ ମସିହାରେ ତାଜମହଲ ନିର୍ମାଣ କରିଥିଲେ। ଦିୟା କୁମାରୀ ଦାବି କରିଛନ୍ତି ଯେ , ସେହି ସମୟରେ ମୋଗଲ ଶାସକ ଶାହ ଜାହାନ ଶାସନ କରୁଥିବାରୁ ଏହାକୁ ଦଖଲ କରିଥିଲେ। ଏହି ଜମି ଜୟପୁରର ରାଜ ପରିବାରର ଥିଲା ଏବଂ ଆମ ପାଖରେ ଡକ୍ୟୁମେଣ୍ଟ ଅଛି । ଜମି ବଦଳରେ କ୍ଷତିପୂରଣ ପ୍ରଦାନ କରାଯାଇଥିଲା କିନ୍ତୁ ଏହା କେତେ ଥିଲା, ଏହାକୁ ଗ୍ରହଣ କରାଯାଇଥିଲା କି ନାହିଁ, ମୁଁ ଏହା କହି ପାରିବି ନାହିଁ କାରଣ ଆମର ‘ପୋଥିଖାନା’ରେ ଥିବା ରେକର୍ଡଗୁଡିକ ମୁଁ ଅଧ୍ୟୟନ କରି ନାହିଁ। କିନ୍ତୁ ଏହି ଜମି ଆମ ପରିବାରର ଥିଲା ଏବଂ ଶାହା ଜାହାନ ଏହାକୁ ଅକ୍ତିଆର କରିଥିଲେ ବୋଲି ଦିଆ କୁମାରୀ କହିଛନ୍ତି।  ସେ ସମୟରେ କୌଣସି ନ୍ୟାୟପାଳିକା ନ ଥିବାରୁ କୌଣସି ଆବେଦନ କରାଯାଇ ନ ଥାଇପାରେ। ରେକର୍ଡ ଗୁଡିକର ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ ହିଁ ଚିତ୍ର ସ୍ପଷ୍ଟ ହୋଇଯିବ।

ଜୟପୁରର ପୂର୍ବତନ ରାଜ ପରିବାର ପକ୍ଷରୁ କୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯିବ କି ବୋଲି ପଚରାଯିବାରୁ ବିଜେପି ସାଂସଦ ଦିୟା କୁମାରୀ କହିଛନ୍ତି ଯେ, ସେମାନେ ବର୍ତ୍ତମାନ ଏହା ଉପରେ ଦୃଷ୍ଟି ରଖିଛନ୍ତି ଏବଂ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ତାହା ଯାଞ୍ଚ କରିବେ।

ଉଲ୍ଲେଖଯୋଗ୍ୟ, ଜୟପୁରର ପୂର୍ବ ରାଜ ପରିବାରର ସଦସ୍ୟ ଥିବା ଦିୟା କୁମାରୀ ଏହା ପୂର୍ବରୁ ଦାବି କରିଥିଲେ ଯେ ତାଙ୍କ ପରିବାର ପ୍ରଭୁ ରାମଙ୍କ ପୁଅରୁ ଆସିଛନ୍ତି। ସେ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ, ସୁପ୍ରିମକୋର୍ଟରେ ତାଙ୍କ ପରିବାରର ବଂଶର ପ୍ରମାଣ ଦେବାକୁ ସେ ଇଚ୍ଛୁକ ଥିବା କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର