ଚାକିରି ବଦଳରେ ଜମି ଘୋଟାଲା ମାମଲା: ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସିବିଆଇ ସମନ୍‌

The Sakala Picture
Published On

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ୍ କରିଛି । ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ସମନ ପଠାଇଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଗତ ଫେବ୍ରୁଆରୀ ମାସ ୪ ତାରିଖରେ ତେଜସ୍ୱୀଙ୍କୁ ସମନ୍ କରିଥିଲା ସିବିଆଇ । ହେଲେ ସେତେବେଳେ ତେଜସ୍ୱୀ ସିବିଆଇ ନିକଟରେ ହାଜର ହୋଇନଥିଲେ । ସୂଚନା ଅନୁଯାୟୀ, ‘ଚାକିରି ବଦଳରେ ଜମି’ ଦୁର୍ନୀତି ମାମଲାରେ […]

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ୍ କରିଛି । ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ସମନ ପଠାଇଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଗତ ଫେବ୍ରୁଆରୀ ମାସ ୪ ତାରିଖରେ ତେଜସ୍ୱୀଙ୍କୁ ସମନ୍ କରିଥିଲା ସିବିଆଇ । ହେଲେ ସେତେବେଳେ ତେଜସ୍ୱୀ ସିବିଆଇ ନିକଟରେ ହାଜର ହୋଇନଥିଲେ ।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ସୂଚନା ଅନୁଯାୟୀ, ‘ଚାକିରି ବଦଳରେ ଜମି’ ଦୁର୍ନୀତି ମାମଲାରେ ଗତକାଲି ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡି ଅଧିକାରୀମାନେ ପ୍ରାୟ ୧୪ ଘଣ୍ଟା ଧରି ଯାଞ୍ଚ କରିଥିଲେ। ରାତି ପ୍ରାୟ ୧୨ଟା ୧୫ରେ ଇଡିର ଟିମ ତେଜସ୍ୱୀଙ୍କ ଘରୁ କିଛି କାଗଜପତ୍ର ନେଇ ବାହାରି ଆସିଥିଲେ। ଏହି ଚଢାଉ ସମୟରେ ୫୩ ଲକ୍ଷ ନଗଦ ଟଙ୍କା, ୧୯୦୦ ଆମେରିକୀୟ ଡଲାର, ପ୍ରାୟ ୫୪୦ ଗ୍ରାମ ସୁନା ଓ ୧.୫ କିଲୋଗ୍ରାମ ଅଳଙ୍କାର ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ସୂଚନାଯୋଗ୍ୟ, ରେଳମନ୍ତ୍ରୀ ଥିବା ବେଳେ ଲାଲୁ ଯାଦବ ଚାକିରି ଦେବା ନାଁରେ ଆଶାୟୀଙ୍କଠୁ ଶସ୍ତାରେ ଜମି ନେବା ମାମଲାରେ ଇଡି ଏହି ରେଡ୍ କରିଛି । ରେଡକୁ ନେଇ ବିରୋଧୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

11 Mar 2023 By The Sakala

ଚାକିରି ବଦଳରେ ଜମି ଘୋଟାଲା ମାମଲା: ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସିବିଆଇ ସମନ୍‌

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ୍ କରିଛି । ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ସମନ ପଠାଇଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଗତ ଫେବ୍ରୁଆରୀ ମାସ ୪ ତାରିଖରେ ତେଜସ୍ୱୀଙ୍କୁ ସମନ୍ କରିଥିଲା ସିବିଆଇ । ହେଲେ ସେତେବେଳେ ତେଜସ୍ୱୀ ସିବିଆଇ ନିକଟରେ ହାଜର ହୋଇନଥିଲେ ।

ସୂଚନା ଅନୁଯାୟୀ, ‘ଚାକିରି ବଦଳରେ ଜମି’ ଦୁର୍ନୀତି ମାମଲାରେ ଗତକାଲି ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଡି ଅଧିକାରୀମାନେ ପ୍ରାୟ ୧୪ ଘଣ୍ଟା ଧରି ଯାଞ୍ଚ କରିଥିଲେ। ରାତି ପ୍ରାୟ ୧୨ଟା ୧୫ରେ ଇଡିର ଟିମ ତେଜସ୍ୱୀଙ୍କ ଘରୁ କିଛି କାଗଜପତ୍ର ନେଇ ବାହାରି ଆସିଥିଲେ। ଏହି ଚଢାଉ ସମୟରେ ୫୩ ଲକ୍ଷ ନଗଦ ଟଙ୍କା, ୧୯୦୦ ଆମେରିକୀୟ ଡଲାର, ପ୍ରାୟ ୫୪୦ ଗ୍ରାମ ସୁନା ଓ ୧.୫ କିଲୋଗ୍ରାମ ଅଳଙ୍କାର ଜବତ କରାଯାଇଛି।

ସୂଚନାଯୋଗ୍ୟ, ରେଳମନ୍ତ୍ରୀ ଥିବା ବେଳେ ଲାଲୁ ଯାଦବ ଚାକିରି ଦେବା ନାଁରେ ଆଶାୟୀଙ୍କଠୁ ଶସ୍ତାରେ ଜମି ନେବା ମାମଲାରେ ଇଡି ଏହି ରେଡ୍ କରିଛି । ରେଡକୁ ନେଇ ବିରୋଧୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର