ଆରଜେଡି ମୁଖ୍ୟ ଲାଲୁଙ୍କ କିଡନୀ ପ୍ରତିରୋପଣ ସଫଳ: କିଡନୀ ଦାନ କଲେ ଝିଅ ରୋହିଣୀ ଆଚାର୍ଯ୍ୟ

The Sakala Picture
Published On

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ସଫଳ ହୋଇଛି । ଲାଲୁଙ୍କୁ କିଡନୀ ଦାନ କରିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ରୋହିଣୀ ଆଚାର୍ଯ୍ୟ ଏବଂ ଲାଲୁ ପ୍ରସାଦ ଯାଦବ ଉଭୟ ସୁସ୍ଥ ଥିବା ନେଇ ଟ୍ୱିଟ କରିଛନ୍ତି ଲାଲୁ ଯାଦବଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଅସ୍ତ୍ରୋପଚାର ପରେ ହସ୍ପିଟାଲରୁ ଏକ ଭିଡିଓ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁ […]

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ସଫଳ ହୋଇଛି । ଲାଲୁଙ୍କୁ କିଡନୀ ଦାନ କରିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ରୋହିଣୀ ଆଚାର୍ଯ୍ୟ ଏବଂ ଲାଲୁ ପ୍ରସାଦ ଯାଦବ ଉଭୟ ସୁସ୍ଥ ଥିବା ନେଇ ଟ୍ୱିଟ କରିଛନ୍ତି ଲାଲୁ ଯାଦବଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଅସ୍ତ୍ରୋପଚାର ପରେ ହସ୍ପିଟାଲରୁ ଏକ ଭିଡିଓ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁ ଯାଦବଙ୍କ ଏହି ଅସ୍ତ୍ରୋପଚାର କରାଯାଇଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ସୂଚନା ଅନୁସାରେ, ଆରଜେଡି ମୁଖ୍ୟ ଲାଲୁ ଦୀର୍ଘ ଦିନ ଧରି ଅନେକ ରୋଗରେ ପୀଡିତ ଥିଲେ। ତାଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ ମଧ୍ୟ ରହିଛି । କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କୁ ଆକ୍ଟୋବର ମାସରେ ସିଙ୍ଗାପୁର ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲୁଥିଲା । ଏହାପରେ ଝିଅ ରୋହିଣୀଙ୍କ କିଡନୀ ସହ ତାଙ୍କ କିଡନୀ ମ୍ୟାଚ୍ କରିବାରୁ ଆଜି ତାଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଛି । ଲାଲୁଙ୍କ ୨ଟି ଯାକ କିଡ଼ନୀ ୨୮% କାମ କରୁଥିବା ବେଳେ ରୋହିଣୀଙ୍କ କିଡ଼ନୀ ୯୦%ରୁ ୯୫ % କାମ କରୁଛି। ଏହା ଲାଲୁଙ୍କ ଶରୀରରେ ପ୍ରତ୍ୟାରୋପଣ ହେବା ଦ୍ୱାରା ତାହା ୭୦%ରୁ ଊର୍ଦ୍ଧ୍ୱ କାମ କରିବ । ଯାହା ଦ୍ୱାରା ଜଣେ ସୁସ୍ଥ ଜୀବନଯାପନ କରିପାରିବ ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର