ଅବତରଣ ବେଳେ ରନୱେରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ଅଳ୍ପକେ ବର୍ତ୍ତିଲେ ୧୭୩ ବିମାନ ଯାତ୍ରୀ

The Sakala Picture
Published On

ଫିଲିପାଇନ୍ସ: ରନୱେରେ ଅବତରଣ ବେଳେ ଦୁର୍ଘଟଣାର ଶିକାର ହେଲା କୋରିଆ ଏୟାରଲାଇନ୍ସ ବିମାନ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୧୭୩ ବିମାନ ଯାତ୍ରୀ ଓ କ୍ରିଉ ମେମ୍ବର । ଫିଲିପାଇନ୍ସ ସେବୁ ଏୟାରପୋର୍ଟରେ ଏହି ଘଟଣା ଘଟିଛି । ଏହା ପୂର୍ବରୁ ଖରାପ ପାଗ ଯୋଗୁ କୋରିଆ ଏୟାରଲାଇନ୍ସର ଏହି ବିମାନ ସେବୁ ଏୟାରପୋର୍ଟରେ ଦୁଇ ଦୁଇ ଥର ଅବତରଣ ଉଦ୍ୟମ କରିଥିଲା । ତୃତୀୟ ଥର ଲାଣ୍ଡିଂ ବେଳେ ରନେଓ୍ଵରୁ ବାହାରକୁ ବାହାରି […]

ଫିଲିପାଇନ୍ସ: ରନୱେରେ ଅବତରଣ ବେଳେ ଦୁର୍ଘଟଣାର ଶିକାର ହେଲା କୋରିଆ ଏୟାରଲାଇନ୍ସ ବିମାନ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୧୭୩ ବିମାନ ଯାତ୍ରୀ ଓ କ୍ରିଉ ମେମ୍ବର । ଫିଲିପାଇନ୍ସ ସେବୁ ଏୟାରପୋର୍ଟରେ ଏହି ଘଟଣା ଘଟିଛି । ଏହା ପୂର୍ବରୁ ଖରାପ ପାଗ ଯୋଗୁ କୋରିଆ ଏୟାରଲାଇନ୍ସର ଏହି ବିମାନ ସେବୁ ଏୟାରପୋର୍ଟରେ ଦୁଇ ଦୁଇ ଥର ଅବତରଣ ଉଦ୍ୟମ କରିଥିଲା । ତୃତୀୟ ଥର ଲାଣ୍ଡିଂ ବେଳେ ରନେଓ୍ଵରୁ ବାହାରକୁ ବାହାରି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ । ଦୁର୍ଘଟଣା ପରର ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ରନେଓ୍ଵରୁ କେମିତି ବାହାରକୁ ଚାଲି ଯାଇଛି ଏୟାରବସ୍‌ A330 ତାହା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ବିମାନର ସାମନା ପାଖ କ୍ଷତିଗ୍ରସ୍ତ ହୋଇଛି । କୋରିଆ ଏୟାର ଲାଇନ୍ସର ଏୟାରବସ୍‌ A330 ସିଓଲରୁ ସେବୁ ଆସୁଥିଲା । ଏହି ଘଟଣା ପରେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାର ଶିକାର ହେଲା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫିଲିପାଇନ୍ସ ଓ କୋରିଆ କର୍ତ୍ତୃପକ୍ଷ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ମୋବାଇଲ୍ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା

24 Oct 2022 By The Sakala

ଅବତରଣ ବେଳେ ରନୱେରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ଅଳ୍ପକେ ବର୍ତ୍ତିଲେ ୧୭୩ ବିମାନ ଯାତ୍ରୀ

ଫିଲିପାଇନ୍ସ: ରନୱେରେ ଅବତରଣ ବେଳେ ଦୁର୍ଘଟଣାର ଶିକାର ହେଲା କୋରିଆ ଏୟାରଲାଇନ୍ସ ବିମାନ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୧୭୩ ବିମାନ ଯାତ୍ରୀ ଓ କ୍ରିଉ ମେମ୍ବର । ଫିଲିପାଇନ୍ସ ସେବୁ ଏୟାରପୋର୍ଟରେ ଏହି ଘଟଣା ଘଟିଛି । ଏହା ପୂର୍ବରୁ ଖରାପ ପାଗ ଯୋଗୁ କୋରିଆ ଏୟାରଲାଇନ୍ସର ଏହି ବିମାନ ସେବୁ ଏୟାରପୋର୍ଟରେ ଦୁଇ ଦୁଇ ଥର ଅବତରଣ ଉଦ୍ୟମ କରିଥିଲା । ତୃତୀୟ ଥର ଲାଣ୍ଡିଂ ବେଳେ ରନେଓ୍ଵରୁ ବାହାରକୁ ବାହାରି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ । ଦୁର୍ଘଟଣା ପରର ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ରନେଓ୍ଵରୁ କେମିତି ବାହାରକୁ ଚାଲି ଯାଇଛି ଏୟାରବସ୍‌ A330 ତାହା ଦେଖିବାକୁ ମିଳିଛି ।

ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ବିମାନର ସାମନା ପାଖ କ୍ଷତିଗ୍ରସ୍ତ ହୋଇଛି । କୋରିଆ ଏୟାର ଲାଇନ୍ସର ଏୟାରବସ୍‌ A330 ସିଓଲରୁ ସେବୁ ଆସୁଥିଲା । ଏହି ଘଟଣା ପରେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାର ଶିକାର ହେଲା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫିଲିପାଇନ୍ସ ଓ କୋରିଆ କର୍ତ୍ତୃପକ୍ଷ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର