କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା: ବିଳମ୍ବରେ ଏଫ୍ଆଇଆର୍‌କୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ବ…

The Sakala Picture
Published On

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ । ଗୁରୁବାର ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ କାର୍ଯ୍ୟ କେଉଁ ଯାଏଁ ଗଲାଣି ଓ ଏହା ଉପରେ ସିବିଆଇ କ’ଣ ପଦକ୍ଷେପ ଗ୍ରହଣ କରିଛି ସେନେଇ ସମସ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ଏହି ଘଟଣା […]

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ ଗୁରୁବାର ସୁଦ୍ଧା ଷ୍ଟାଟସ୍ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଯାଞ୍ଚ କାର୍ଯ୍ୟ କେଉଁ ଯାଏଁ ଗଲାଣି ଏହା ଉପରେ ସିବିଆଇ ପଦକ୍ଷେପ ଗ୍ରହଣ କରିଛି ସେନେଇ ସମସ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ଏଥିସହିତ ଏହି ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟଙ୍କ ନୀରିକ୍ଷଣରେ ଏହା ଗଠନ ହେବ। ଡାକ୍ତରଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ ଅପିଲ କରିଛନ୍ତି କୋର୍ଟ। କୋର୍ଟଙ୍କ ଉପରେ ଭରସା ରଖିବାକୁ ଆଶ୍ୱସନା ଦେଇଛନ୍ତି ସୁପ୍ରିମକୋର୍ଟ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଏହାସହ ଘଟଣାର ବହୁ ବିଳମ୍ବରେ ଏଫ୍ଆଇଆର୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୀଡ଼ିତାଙ୍କ ନାଁ, ଫଟୋ ଆଦି ସୋସିଆଲ ମିଡିଆରେ ଭାଇରାଲ୍କୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ମେଡିକାଲ କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି କୋର୍ଟ।  ମୃତ୍ୟୁକୁ ଆତ୍ମହତ୍ୟାର ରୂପଦେବା ପ୍ରଚେଷ୍ଟାକୁ ନେଇ ପ୍ରଶ୍ନ କଲେ ପୀଡ଼ିତାଙ୍କ ପରିବାରକୁ ବିଳମ୍ବରେ ଶବ ଦେଖାଇବା ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ସୁପ୍ରମିକୋର୍ଟ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

 

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର