କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା: ସିବିଆଇକୁ ନୂଆ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଛି ଏକ ମାସ। ଗତ ଅଗଷ୍ଟ ୮-୯ ତାରିଖ ରାତିରେ ଜୁନିୟର ଡାକ୍ତର ଅଭୟାଙ୍କୁ ପ୍ରଥମେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ବର୍ବରତା ଘଟଣାକୁ ଆଜକୁ ଏକମାସ ପୂରଣ ହୋଇଛି। ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଆଉ ରାଜନୀତି ତେଜିଥିବା ବେଳେ ଏବେ ବି ମେଡିକାଲ୍‌ ଭିତରେ ଡାକ୍ତରୀ ଛାତ୍ରଛାତ୍ରୀ […]

ନୂଆଦିଲ୍ଲୀ: କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଛି ଏକ ମାସ। ଗତ ଅଗଷ୍ଟ ୮-୯ ତାରିଖ ରାତିରେ ଜୁନିୟର ଡାକ୍ତର ଅଭୟାଙ୍କୁ ପ୍ରଥମେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ବର୍ବରତା ଘଟଣାକୁ ଆଜକୁ ଏକମାସ ପୂରଣ ହୋଇଛି। ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଆଉ ରାଜନୀତି ତେଜିଥିବା ବେଳେ ଏବେ ବି ମେଡିକାଲ୍‌ ଭିତରେ ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ହେଲେ ମାମଲାକୁ ଏକ ମାସ ବିତିଥିଲେ ସୁଦ୍ଧା ଏବେ ଯାଏଁ ଜଣେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ଓ ସିବିଆଇ। ଏହି ଲୋମହର୍ଷଣକାରୀ ଘଟଣାରେ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଓ ସାଥି ଡାକ୍ତର।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ମାମଲାର ତଦନ୍ତ ଭାର ସିବିଆଇ ନେଇଥିବା ବେଳେ ସୋମବାର ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି ସିବିଆଇ। ଖଣ୍ଡପୀଠ ଏହି ରିପୋର୍ଟକୁ ତର୍ଜମା କରିବା ସହିତ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କହିଛନ୍ତି । ଏଥିସହ ଏହି ମାମଲାର ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି କହିଥିଲେ, ସିବିଆଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଛି । ତଦନ୍ତ ଚାଲିଥିବା ନେଇ ରିପୋର୍ଟରେ କୁହାଯାଇଛି। କିନ୍ତୁ ସିବିଆଇ ଏକ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରୁ । ମଙ୍ଗଳବାର ଏହାର ସମୀକ୍ଷା କରାଯିବ।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପରଦିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ତେବେ ସୋମବାର ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସିବିଆଇ ଯାଂଚ ରିପୋର୍ଟ, ଡାକ୍ତରଙ୍କ ଆନ୍ଦୋଳନ ଏବଂ ସିଆଇଏସଏଫ ଯବାନଙ୍କ ସୁବିଧା ଉପରେ ଶୁଣାଣି କରିଛନ୍ତି କୋର୍ଟ। ତେବେ ସିବିଆଇ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟରେ ଏକାଧିକ କଥା ସାମ୍ନାକୁ ଆସିଛି। ମାମଲାରେ ଏଫଆଇଆର ପଞ୍ଜିକରଣ କରିବାରେ ୧୪ଘଂଟା ବିଳମ୍ବ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ଅନ୍ୟପଟେ ଆନ୍ଦୋଳନରେ ଥିବା ଡାକ୍ତରଙ୍କୁ ତାଗିଦ କରି କୋର୍ଟ କହିଛନ୍ତି ଯେ, ତୁରନ୍ତ ନିଜ ନିଜ କାର୍ଯ୍ୟରେ ଯୋଗ ଦିଅନ୍ତୁ। ଡାକ୍ତରଙ୍କ କର୍ତବ୍ୟ ହେଉଛି ରୋଗୀଙ୍କ ସେବା କରିବା, ମଙ୍ଗଳବାର ସଂଧ୍ୟା ୫ଟା ସୁଦ୍ଧା ଯଦି ଆନ୍ଦୋଳନରତ ଡାକ୍ତରମାନେ ନିଜ ନିଜ କାମରେ ଯୋଗ ନଦିଅନ୍ତି ତେବେ ସେମାନଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଅନ୍ୟପକ୍ଷରେ, ସିଆଇଏସ୍‌ଏଫ୍‌ ଯବାନଙ୍କ ସୁବିଧା ଉପରେ ଗୁରୁତ୍ୱାରୋପ କରିଛନ୍ତି କୋର୍ଟ। ସେମାନଙ୍କୁ ରହିବା ପାଇଁ ଘର ଯୋଗାଇ ଦେବାକୁ ରାଜ୍ୟର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଡାକ୍ତରଙ୍କ ସୁରକ୍ଷା ପାଇଁ ସିଆଇଏସଏଫ ଯବାନମାନେ ଆରଜି କର ଡାକ୍ତରଖାନାରେ ନିୟୋଜିତ ଅଛନ୍ତି। ତେଣୁ ସେମାନଙ୍କୁ ଅତିରିକ୍ତ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

09 Sep 2024 By The Sakala

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା: ସିବିଆଇକୁ ନୂଆ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ, କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଛି ଏକ ମାସ। ଗତ ଅଗଷ୍ଟ ୮-୯ ତାରିଖ ରାତିରେ ଜୁନିୟର ଡାକ୍ତର ଅଭୟାଙ୍କୁ ପ୍ରଥମେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ବର୍ବରତା ଘଟଣାକୁ ଆଜକୁ ଏକମାସ ପୂରଣ ହୋଇଛି। ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଆଉ ରାଜନୀତି ତେଜିଥିବା ବେଳେ ଏବେ ବି ମେଡିକାଲ୍‌ ଭିତରେ ଡାକ୍ତରୀ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ହେଲେ ମାମଲାକୁ ଏକ ମାସ ବିତିଥିଲେ ସୁଦ୍ଧା ଏବେ ଯାଏଁ ଜଣେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ଓ ସିବିଆଇ। ଏହି ଲୋମହର୍ଷଣକାରୀ ଘଟଣାରେ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଓ ସାଥି ଡାକ୍ତର।

ମାମଲାର ତଦନ୍ତ ଭାର ସିବିଆଇ ନେଇଥିବା ବେଳେ ସୋମବାର ତଦନ୍ତର ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି ସିବିଆଇ। ଖଣ୍ଡପୀଠ ଏହି ରିପୋର୍ଟକୁ ତର୍ଜମା କରିବା ସହିତ ନୂଆ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କହିଛନ୍ତି । ଏଥିସହ ଏହି ମାମଲାର ଶୁଣାଣିକୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନ ବିଚାରପତି କହିଥିଲେ, ସିବିଆଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଛି । ତଦନ୍ତ ଚାଲିଥିବା ନେଇ ରିପୋର୍ଟରେ କୁହାଯାଇଛି। କିନ୍ତୁ ସିବିଆଇ ଏକ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରୁ । ମଙ୍ଗଳବାର ଏହାର ସମୀକ୍ଷା କରାଯିବ।

ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପରଦିୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ତେବେ ସୋମବାର ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ସିବିଆଇ ଯାଂଚ ରିପୋର୍ଟ, ଡାକ୍ତରଙ୍କ ଆନ୍ଦୋଳନ ଏବଂ ସିଆଇଏସଏଫ ଯବାନଙ୍କ ସୁବିଧା ଉପରେ ଶୁଣାଣି କରିଛନ୍ତି କୋର୍ଟ। ତେବେ ସିବିଆଇ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟରେ ଏକାଧିକ କଥା ସାମ୍ନାକୁ ଆସିଛି। ମାମଲାରେ ଏଫଆଇଆର ପଞ୍ଜିକରଣ କରିବାରେ ୧୪ଘଂଟା ବିଳମ୍ବ ହୋଇଥିବା ଜଣାପଡିଛି।

ଅନ୍ୟପଟେ ଆନ୍ଦୋଳନରେ ଥିବା ଡାକ୍ତରଙ୍କୁ ତାଗିଦ କରି କୋର୍ଟ କହିଛନ୍ତି ଯେ, ତୁରନ୍ତ ନିଜ ନିଜ କାର୍ଯ୍ୟରେ ଯୋଗ ଦିଅନ୍ତୁ। ଡାକ୍ତରଙ୍କ କର୍ତବ୍ୟ ହେଉଛି ରୋଗୀଙ୍କ ସେବା କରିବା, ମଙ୍ଗଳବାର ସଂଧ୍ୟା ୫ଟା ସୁଦ୍ଧା ଯଦି ଆନ୍ଦୋଳନରତ ଡାକ୍ତରମାନେ ନିଜ ନିଜ କାମରେ ଯୋଗ ନଦିଅନ୍ତି ତେବେ ସେମାନଙ୍କ ପ୍ରତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଅନ୍ୟପକ୍ଷରେ, ସିଆଇଏସ୍‌ଏଫ୍‌ ଯବାନଙ୍କ ସୁବିଧା ଉପରେ ଗୁରୁତ୍ୱାରୋପ କରିଛନ୍ତି କୋର୍ଟ। ସେମାନଙ୍କୁ ରହିବା ପାଇଁ ଘର ଯୋଗାଇ ଦେବାକୁ ରାଜ୍ୟର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଡାକ୍ତରଙ୍କ ସୁରକ୍ଷା ପାଇଁ ସିଆଇଏସଏଫ ଯବାନମାନେ ଆରଜି କର ଡାକ୍ତରଖାନାରେ ନିୟୋଜିତ ଅଛନ୍ତି। ତେଣୁ ସେମାନଙ୍କୁ ଅତିରିକ୍ତ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

https://www.thesakala.in/national-international/kolkata-rape-murder-case-highlights-sc-asks-cbi-to-file-fresh-status-report/article-35042
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର