୨୦୨୫-୨୬ ବଜେଟରେ ବିଦେଶୀ ରାଷ୍ଟ୍ରଙ୍କୁ ମିଳିବ ଏତିକି କୋଟି ଟଙ୍କାର ସହାୟତା….

The Sakala Picture
Published On

ନୂଆଦିଲ୍ଲୀ: ୨୦୨୫-୨୬ ବଜେଟରେ ବିଦେଶୀ ରାଷ୍ଟ୍ର ସହାୟତା ରାଶି ୫୪୮୩ କୋଟି ଟଙ୍କା ରହିଛି। ଗତ ସଂଶୋଧିତ ସହାୟତା ରାଶି ୫୮୦୬ କୋଟି ଟଙ୍କା ତୁଳନାରେ ସାମାନ୍ୟ କମ ରହିଛି । ବିଦେଶ ମନ୍ତ୍ରଣାଳୟର ମୋଟ ବଜେଟ ରାଶି ୨୦,୫୧୬ କୋଟି ଟଙ୍କା ରଖାଯାଇଛି । ବିଦେଶୀ ଏବଂ ଭାରତର ପଡ଼ୋଶୀ ରାଷ୍ଟ୍ର ଭାବେ ଭୁଟାନ ପାଇଁ ସବୁଠୁ ଅଧିକ ସହୟତା ରାଶି ରହିଛି। ୨୦୨୫-୨୬ରେ ଭୁଟାନ ପାଇଁ ବଜେଟରେ ୨୧୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। […]

ନୂଆଦିଲ୍ଲୀ: ୨୦୨୫-୨୬ ବଜେଟରେ ବିଦେଶୀ ରାଷ୍ଟ୍ର ସହାୟତା ରାଶି ୫୪୮୩ କୋଟି ଟଙ୍କା ରହିଛି। ଗତ ସଂଶୋଧିତ ସହାୟତା ରାଶି ୫୮୦୬ କୋଟି ଟଙ୍କା ତୁଳନାରେ ସାମାନ୍ୟ କମ ରହିଛି । ବିଦେଶ ମନ୍ତ୍ରଣାଳୟର ମୋଟ ବଜେଟ ରାଶି ୨୦,୫୧୬ କୋଟି ଟଙ୍କା ରଖାଯାଇଛି । ବିଦେଶୀ ଏବଂ ଭାରତର ପଡ଼ୋଶୀ ରାଷ୍ଟ୍ର ଭାବେ ଭୁଟାନ ପାଇଁ ସବୁଠୁ ଅଧିକ ସହୟତା ରାଶି ରହିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

୨୦୨୫-୨୬ରେ ଭୁଟାନ ପାଇଁ ବଜେଟରେ ୨୧୫୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଯାହା ଗତ ବର୍ଷର ସଂଶୋଧିତ ରାଶି ୨୫୪୩ କୋଟି ଟଙ୍କା ତୁଳନାରେ କମ । ତେବେ ବର୍ତ୍ତମାନ ମଧ୍ୟ ଭୁଟାନ ଭାରତର ସହଯୋଗୀ ରାଷ୍ଟ୍ର ଭାବେ ଅଧିକ ସହାୟତା ପାଇଛି। ମୁଖ୍ୟତଃ ଭିତ୍ତିଭୂମି, ଜଳବିଦ୍ୟୁତ୍ ପରିଯୋଜନା ଏବଂ ଆର୍ଥିକ ସହଯୋଗିତା ପାଇଁ ଏହି ପରିମାଣର ଅର୍ଥ ଦିଆଯାଉଛି। ଭୁଟାନ ପରେ ୨୦୨୫-୨୬ ବଜେଟରେ ମାଲଦ୍ୱୀପ ପାଇଁ ସହୟତା ରାଶି ୪୭୦ କୋଟି ଟଙ୍କାରୁ ବଢାଇ ୬୦୦ କୋଟି ଟଙ୍କା କରାଯାଇଛି। ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ସ୍ବାଭାବିକ କରିବା ଉଦ୍ଦେଶ୍ୟରେ ସହାୟତା ରାଶି ବୃଦ୍ଧି କରାଯାଇଛି। ଆଫଗାନିସ୍ତାନକୁ ଦିଆଯାଉଥିବା ସହାୟତା ରାଶି ମଧ୍ୟ ବୃଦ୍ଧି କରାଯାଇଛି। ଏହି ରାଷ୍ଟ୍ରକୁ ସହାୟତା ରାଶି ୫୦ କୋଟିରୁ ବଢାଇ ୧୦୦ କୋଟି ଟଙ୍କା କରାଯାଇଛି। ଏଠାକାର ତାଲିବାନ ସରକାରକୁ ଔପଚାରିକ ଭାବେ ଭାରତ ସ୍ବୀକୃତି ଦେଇ ନଥିଲେ ମଧ୍ୟ ମାନବୀୟ ସହାୟତା ଏବଂ ଆର୍ଥିକ ସହଯୋଗ ଜାରି ରଖାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଅନ୍ୟପଟେ ମ୍ୟାଁମାରକୁ ଦିଆଯାଉଥିବା ସହାୟତା ରାଶିକୁ ୪୦୦ କୋଟିରୁ ହ୍ରାସ କରି ୩୫୦ କୋଟି ଟଙ୍କା ରଖାଯାଇଛି। ସେହିପରି ବାଂଲାଦେଶକୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶି (୧୨୦ କୋଟି ଟଙ୍କା) ଅପରିବର୍ତ୍ତନୀୟ ରଖାଯାଇଛି। ଅନ୍ୟ ପଡ଼ୋଶୀ ରାଷ୍ଟ୍ରମାନଙ୍କ ମଧ୍ୟରେ ନେପାଳକୁ ୭୦୦ କୋଟି ,ଶ୍ରୀଲଙ୍କା ୩୦୦ କୋଟି ଏବଂ ଆଫ୍ରିକୀୟ ଦେଶଙ୍କୁ ଦିଆଯାଉଥିବା ସହାୟତା ରାଶି ୨୨୫ କୋଟି ଟଙ୍କା ରଖାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର