ଇଣ୍ଡିଆ-ଇୟୁ ମୁକ୍ତ ଟ୍ରେଡ୍ ଡିଲ୍‌: ରତ୍ନ, ଅଳଙ୍କାର ଓ ପ୍ଲାଷ୍ଟିକ ଉପରୁ ହଟିବ ଟିକସ; ଭାରତ ପାଇଁ ବଡ଼ ସୁଯୋଗ

Madhusudan Das Picture
Published On

ନୂଆଦିଲ୍ଲୀ: ଭାରତ ଏବଂ ଇଉରୋପୀୟ ୟୁନିଅନ୍ (EU) ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଚୂଡ଼ାନ୍ତ ହୋଇଛି। ଏହାକୁ "ମଦର ଅଫ୍ ଅଲ୍ ଟ୍ରେଡ୍ ଡିଲ୍" ବା ବାଣିଜ୍ୟ ଜଗତର ସବୁଠାରୁ ବଡ଼ ଚୁକ୍ତି ବୋଲି ଅଭିହିତ କରାଯାଉଛି। ଏହି ଚୁକ୍ତି ଫଳରେ ଭାରତର ବିଭିନ୍ନ ଶ୍ରମ-ଭିତ୍ତିକ ଶିଳ୍ପ ପାଇଁ ଇଉରୋପ ବଜାରରେ ବିପୁଳ ସୁଯୋଗ ସୃଷ୍ଟି ହେବ।

ଆହୁରି ପଢ଼ନ୍ତୁ: ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତ୍ତି: ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି, ୫.୫୦% ରେ ପହଞ୍ଚିଲା

ଏହି ଚୁକ୍ତି ଅନୁଯାୟୀ, ଇଉରୋପୀୟ ୟୁନିଅନ୍ ଭାରତରୁ ରତ୍ପାନି ହେଉଥିବା ପ୍ରାୟ ୯୯.୫% ସାମଗ୍ରୀ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିବ। ବିଶେଷକରି ରତ୍ନ ଓ ଅଳଙ୍କାର, ବସ୍ତ୍ର, ଚମଡ଼ା ସାମଗ୍ରୀ, ସାମୁଦ୍ରିକ ଖାଦ୍ୟ ଏବଂ ହସ୍ତଶିଳ୍ପ ଭଳି କ୍ଷେତ୍ରଗୁଡ଼ିକ ଏଥିରେ ସର୍ବାଧିକ ଲାଭବାନ ହେବେ। ଏହି ସାମଗ୍ରୀଗୁଡ଼ିକ ଏବେ ବିନା କୌଣସି ଟିକସରେ ଇଉରୋପ ବଜାରରେ ପ୍ରବେଶ କରିପାରିବ, ଯାହା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ CJPର ବିଶାଳ ବିକ୍ଷୋଭ: ୧୭୦ଟି ପାସେଞ୍ଜର ଟ୍ରେନ୍ ବାତିଲ, ଯାତ୍ରୀଙ୍କ ପାଇଁ ସମସ୍ୟା

ଏହି ଚୁକ୍ତି ବଦଳରେ ଭାରତ ମଧ୍ୟ ଇଉରୋପୀୟ ସାମଗ୍ରୀ ପାଇଁ ନିଜ ବଜାର ଖୋଲିବ। ଇଉରୋପରୁ ଆସୁଥିବା ଦାମୀ କାର୍, ଯନ୍ତ୍ରପାତି ଏବଂ ମଦ (Wines) ଉପରେ ଭାରତ ପର୍ଯ୍ୟାୟକ୍ରମେ ଟିକସ ହ୍ରାସ କରିବ। କାର୍ ଉପରେ ଥିବା ୧୧୦% ଶୁଳ୍କ ଆଗାମୀ ୫ ବର୍ଷ ମଧ୍ୟରେ ୧୦% କୁ ଖସିଆସିବ, ଯାହା ଫଳରେ ଭାରତରେ ବିଦେଶୀ ଗାଡ଼ି ଶସ୍ତା ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ଜନ୍ତର ମନ୍ତର ଆଉ ପ୍ରତିବାଦ ସ୍ଥଳ ନୁହେଁ, ଦିଲ୍ଲୀ ପୋଲିସ ପକ୍ଷରୁ ୩ଟି ନୂଆ ବିକଳ୍ପ ସ୍ଥାନ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଏହି ଚୁକ୍ତି ଦ୍ୱାରା ଭାରତର MSME କ୍ଷେତ୍ର ଏବଂ କାରିଗରମାନେ ବିଶେଷ ଉପକୃତ ହେବେ। ଏହା କେବଳ ରତ୍ପାନି ବୃଦ୍ଧି କରିବ ନାହିଁ, ବରଂ ଦେଶରେ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ଇଉରୋପୀୟ କମିଶନଙ୍କ ସୂଚନା ଅନୁସାରେ, ଏହି ଚୁକ୍ତି ୨୦୩୨ ସୁଦ୍ଧା ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର