ଖେରି ମାମଲାର ବିଚାର ପାଇଁ ଲାଗିଯିବ ୫ ବର୍ଷ : ସୁପ୍ରିମକୋର୍ଟ

The Sakala Picture
Published On

ଖେରି: ବହୁଚର୍ଚ୍ଚିତ ଲଖିମପୁର ଖେରି ମାମଲାର ବିଚାର ପାଇଁ ଲାଗିଯିବ ପ୍ରାୟ ୫ ବର୍ଷ। ନିମ୍ନ କୋର୍ଟର ବିଚାରପତିଙ୍କ ଠାରୁ ମିଳିଥିବା ରିପୋର୍ଟ ଆଧାରରେ ଏହା କହିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ପୁଅ ଆଶିଷ ଗାଡି ଚଢାଇଦେବା ନେଇ ହୋଇଥିଲା ଗୁରୁତର ଅଭିଯୋଗ । ଏହି ମାମଲାରେ ବି ଅନ୍ୟତମ ଅଭିଯୁକ୍ତ ଅଛନ୍ତି ଆଶିଷ । ସୁପ୍ରିମକୋର୍ଟ […]

ଖେରି: ବହୁଚର୍ଚ୍ଚିତ ଲଖିମପୁର ଖେରି ମାମଲାର ବିଚାର ପାଇଁ ଲାଗିଯିବ ପ୍ରାୟ ୫ ବର୍ଷ। ନିମ୍ନ କୋର୍ଟର ବିଚାରପତିଙ୍କ ଠାରୁ ମିଳିଥିବା ରିପୋର୍ଟ ଆଧାରରେ ଏହା କହିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚାଲିଥିବାବେଳେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ପୁଅ ଆଶିଷ ଗାଡି ଚଢାଇଦେବା ନେଇ ହୋଇଥିଲା ଗୁରୁତର ଅଭିଯୋଗ । ଏହି ମାମଲାରେ ବି ଅନ୍ୟତମ ଅଭିଯୁକ୍ତ ଅଛନ୍ତି ଆଶିଷ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସୁପ୍ରିମକୋର୍ଟ ନିକଟରେ ରିପୋର୍ଟ ଦାଖଲ କରି ଅତିରିକ୍ତ ଦୌରାଜଜ କହିଛନ୍ତି- ଏହି ମାମଲାରେ ୨୦୮ ଜଣ ସାକ୍ଷୀ ଥିବାବେଳେ ୧୭୧ଟି ନଥି ଓ ୨୭ଟି ଫରେନସିକ ସାଇନସ୍ ଲାବରେଟୋରୀ ରିପୋର୍ଟ ରହିଛି । ମାମଲାର ଅଗ୍ରଗତି ନେଇ ସୁପ୍ରିମକୋର୍ଟ ରିପୋର୍ଟ ତଲବ କରିବା ପରେ ଏହି ରିପୋର୍ଟ ଦାଖଲ ହୋଇଛି । ଏସବୁକୁ ଯାଞ୍ଚ କରିବା ସହ ମାମଲାର ବିଚାର ଶେଷ ଲାଗି ୫ ବର୍ଷ ଲାଗିବ ବୋଲି କହିଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଗତ ୨୦୨୧ ଅକ୍ଟୋବର ୩ ତାରିଖରେ ଘଟିଥିବା ଘଟଣାରେ ଆଶିଷ ୪ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କୁ ଗାଡ଼ି ଚଢାଇ ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ୨୦୨୧ ଅକ୍ଟୋବର ୯ ତାରିଖରେ ଗିରଫ ହୋଇଥିଲେ ଆଶିଷ । ମାମଲାରେ ନିମ୍ନକୋର୍ଟ ଆଶିଷ ମିଶ୍ରା ଓ ଅନ୍ୟ ୧୨ ଜଣଙ୍କ ନାମରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଥିଲା । ସେମାନଙ୍କ ବିରୋଧରେ ଆଇପିସିର ଧାରା ୧୪୭, ୧୪୮, ୧୪୯, ୩୦୨, ୩୦୭, ୩୨୬, ୪୨୭, ୧୨୦-ଖ ଆଦି ଲାଗିଛି । ଏହା ସହ ମୋଟର ଯାନ ଆଇନର ଧାରା ୧୭୭ ବି ଲାଗୁ ହୋଇଛି ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର