ଶବକୁ ନେଇ ଅଶାଳୀନ ମଜାକ କରି ଫସିଲେ ଡାକ୍ତରୀ ଛାତ୍ରୀ ସେଜଲ ପାୱାର, ତଦନ୍ତ ନିର୍ଦ୍ଦେଶ ଦେଲେ କେଇଏମ୍ ହସ୍ପିଟାଲ୍ ଡିନ୍
ମୁମ୍ବାଇ: ମୁମ୍ବାଇସ୍ଥିତ କେଇଏମ୍ ହସ୍ପିଟାଲ୍ (KEM Hospital) ର ଜଣେ ଏମବିବିଏସ୍ (MBBS) ଛାତ୍ରୀ ଏକ କମେଡି ଶୋ'ରେ ଶବକୁ ନେଇ ଅଶାଳୀନ ମଜାକ କରିବା ପରେ ଏବେ ଅଡୁଆରେ ପଡିଛନ୍ତି। ଛାତ୍ରୀ ଜଣକ ହେଉଛନ୍ତି ସେଜଲ ପାୱାର । କମେଡିଆନ୍ ପ୍ରଣୀତ ମୋରେଙ୍କ ଶୋ' ରେ ସେ ପୁରୁଷ ଶବଗୁଡ଼ିକର ଗୁପ୍ତାଙ୍ଗର ଆକାରକୁ ନେଇ ମଜାକ କରିଥିଲେ, ଯାହା ଏବେ ତୀବ୍ର ବିବାଦର ରୂପ ନେଇଛି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏକ ଦୁଇ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି।
ଏହି ଘଟଣାକୁ ତୀବ୍ର ନିନ୍ଦା କରି କେଇଏମ୍ ହସ୍ପିଟାଲ୍ ଏବଂ ସେଠ୍ ଜିଏସ୍ ମେଡିକାଲ୍ କଲେଜର ଡିନ୍ ଡାକ୍ତର ହରୀଶ ପାଠକ କହିଛନ୍ତି ଯେ ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଏବଂ ଅସହନୀୟ। ସେ କହିଛନ୍ତି, "ମୃତ ବ୍ୟକ୍ତିମାନଙ୍କ ସମ୍ପର୍କରେ କଥା ହେବା ବେଳେ ଆମେ ସମ୍ବେଦନଶୀଳତା ଅବଲମ୍ବନ କରୁ, କାରଣ ସେମାନଙ୍କର ଅଙ୍ଗଗୁଡ଼ିକ ଚିକିତ୍ସା ଉଦ୍ଦେଶ୍ୟରେ ଦାନ କରାଯାଇଥାଏ। ଆମେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏକ କମିଟି ଗଠନ କରିଛୁ। ତଦନ୍ତ ରିପୋର୍ଟ ଆସିବା ପରେ ତାହା ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"
ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଚାରିଆଡୁ ସମାଲୋଚନା ଦେଖିବାକୁ ମିଳିଥିଲା। ବିବାଦ ବଢ଼ିବା ପରେ ସେଜଲ ପାୱାର ଏକ ବିବୃତ୍ତି ଜାରି କରି କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରସଙ୍ଗଟି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ତାଙ୍କର ମନ୍ତବ୍ୟ ଭୁଲ ଢଙ୍ଗରେ ଉପସ୍ଥାପିତ ହୋଇଥିଲା। କାହାକୁ ଅସମ୍ମାନ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ସହିତ ସେ ନିଜର ଭୁଲ୍ ସ୍ୱୀକାର କରିବା ସହ ଏଥିରୁ ଅନେକ କିଛି ଶିଖିବାକୁ ପାଇଛନ୍ତି ଏବଂ ଭବିଷ୍ୟତରେ ଏଭଳି ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।