ସିସୋଦିଆ ଓ ସତୈନ୍ଦ୍ର ଜୈନଙ୍କ ଗିରଫଦାରୀକୁ ବିରୋଧ କରି ଘର ଘର ବୁଲି ପ୍ରଚାର କରିବ ଆପ୍

The Sakala Picture
Published On

ନୂଆଦିଲ୍ଲୀ: ମନୀଷ ସିସୋଦିଆ ଓ ସତୈନ୍ଦ୍ର ଜୈନ୍‌ଙ୍କ ଗିରଫଦାରୀକୁ ବିରୋଧ କରି ଘର ଘର ବୁଲି ପ୍ରଚାର କରିବାକୁ ସବୁ ବିଧାୟକ ଓ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ଦୁଇ ମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। କୌଣସି ଦୁର୍ନୀତି ହୋଇ ନାହିଁ ଭଲ କାମକୁ ରୋକିବା ପାଇଁ ମନ୍ତ୍ରୀ ଦ୍ୱୟଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି ବୋଲି କେଜରିୱାଲ୍ […]

ନୂଆଦିଲ୍ଲୀ: ମନୀଷ ସିସୋଦିଆ ଓ ସତୈନ୍ଦ୍ର ଜୈନ୍‌ଙ୍କ ଗିରଫଦାରୀକୁ ବିରୋଧ କରି ଘର ଘର ବୁଲି ପ୍ରଚାର କରିବାକୁ ସବୁ ବିଧାୟକ ଓ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ଦୁଇ ମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। କୌଣସି ଦୁର୍ନୀତି ହୋଇ ନାହିଁ ଭଲ କାମକୁ ରୋକିବା ପାଇଁ ମନ୍ତ୍ରୀ ଦ୍ୱୟଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି ବୋଲି କେଜରିୱାଲ୍ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍


ତାଙ୍କର ଉଦ୍ଦେଶ୍ୟ ଦୁର୍ନୀତି ରୋକିବା ନୁହେଁ ବରଂ ଦିଲ୍ଲୀ ସରକାର କରୁଥିବା ବିକାଶମୁଳକା କାମକୁ ରୋକିବା ବୋଲି ଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି। ଏ ନେଇ ମାର୍ଚ୍ଚ ୫ରୁ ଆମ୍ଭ ହେବ ବିଶାଳ ବିକ୍ଷୋଭ ଅଭିଯାନ। ଏଥିରେ ଆପ୍‌ ବିଧାୟକ, ଏମସିଡି କାଉନସିଲର ଓ ନେତାମାନେ ଦିଲ୍ଲୀରେ ରହୁଥିବା ଲୋକଙ୍କ ଦ୍ୱାର ଦ୍ୱାର ବୁଲିବେ। ଏହି ସମୟରେ ସେମାନେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ପଛରେ ଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଲୋକମାନଙ୍କୁ ବୁଝାଇବେ। ଏଥିସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀର ସ୍ୱାସ୍ଥ୍ୟ ଓ ଶିକ୍ଷା ମଡେଲର ସଫଳତାରେ ଅତିଷ୍ଠ ହୋଇ କେମିତି ସିସୋଦିଆ ଓ ଜୈନଙ୍କୁ ଗିରଫ କରିଛନ୍ତି, ସେକଥା ଲୋକଙ୍କୁ ବୁଝାଇବେ ବୋଲି କେଜ୍ରିୱାଲ ପରାମର୍ଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର