‘ଇଣ୍ଡିଆ’ ମେଣ୍ଟକୁ ପୁଣି ଝଟକା; ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ଏକାକୀ ଲଢ଼ିବାକୁ କେଜ୍ରିୱାଲଙ୍କ ଘୋଷଣା

The Sakala Picture
Published On

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ପୁଣି ଏକ ଝଟକା । ନିର୍ବାଚନ ଯେତେ ପାଖେଇ ଆସୁଛି, ମେଣ୍ଟରେ ଥିବା ଦଳମାନେ ସେତେ ଦୂରେଇ ଯାଉଛନ୍ତି। ଏହାରି ମଧ୍ୟରେ ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବା ନେଇ କେଜ୍ରିୱାଲ ଘୋଷଣା କରିଛନ୍ତି । ପଞ୍ଜାବରେ କଂଗ୍ରେସ ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ […]

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ପୁଣି ଏକ ଝଟକା । ନିର୍ବାଚନ ଯେତେ ପାଖେଇ ଆସୁଛି, ମେଣ୍ଟରେ ଥିବା ଦଳମାନେ ସେତେ ଦୂରେଇ ଯାଉଛନ୍ତି। ଏହାରି ମଧ୍ୟରେ ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବା ନେଇ କେଜ୍ରିୱାଲ ଘୋଷଣା କରିଛନ୍ତି । ପଞ୍ଜାବରେ କଂଗ୍ରେସ ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପଞ୍ଜାବର ଏକ ସାଧାରଣ ସଭାରେ ଯୋଗଦେବା ଅବସରରେ ଏଭଳି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ଆବାହକ କେଜ୍ରିୱାଲ କହିଛନ୍ତି, “ଆଜି ମୁଁ ପୁଣି ଥରେ ହାତଯୋଡ଼ି ଆପଣଙ୍କର (ଲୋକଙ୍କ) ଆଶୀର୍ବାଦ ଲୋଡିଛି। ଦୁଇ ମାସ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ୧୩ଟି (ଲୋକସଭା) ଆସନ ଅଛି, ଚଣ୍ଡିଗଡ଼ରେ ଗୋଟିଏ | ଆପ୍ ଏହି ୧୪ଟି ଆସନ ପାଇଁ ଆସନ୍ତା ୧୦-୧୫ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ‘ଇଣ୍ଡିଆ’ ମେଣ୍ଟର ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି । ପୂର୍ବରୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଦଳ ପଶ୍ଚିମବଙ୍ଗରେ ଏକା ଲଢ଼ିବ । ଏହାପରେ ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ନୀତୀଶ କୁମାର ‘ଇଣ୍ଡିଆ’ ମେଣ୍ଟ ଛାଡ଼ି ଏନଡିଏକୁ ଫେରିଥିଲେ । ଏବେ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣାରୁ ସ୍ପଷ୍ଟ ଯେ ‘ଇଣ୍ଡିଆ’ ମେଣ୍ଟ ଭାଙ୍ଗିବା ଦ୍ୱାରଦେଶରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର