ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିବାକୁ ଷଡ଼ଯନ୍ତ୍ର କରୁଛି କେନ୍ଦ୍ର: କେଜ୍ରିୱାଲ

The Sakala Picture
Published On

ନୂଆଦିଲ୍ଲୀ: ବିଭିନ୍ନ ଘଟଣାକୁ ନେଇ ବିଜେପି ସରକାର ଓ ଦିଲ୍ଲୀ ସରକାର ମଧ୍ୟରେ ବାଦବିବାଦ ଦେଖିବାକୁ ମିଳିଛି । ଏବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ଗିରଫକୁ ନେଇ ଆକ୍ରୋଷିତ ହୋଇପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ସିଧାସଳଖ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେଜ୍ରିୱାଲ କହିଛନ୍ତି କି, ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇପାରନ୍ତି । ଆସନ୍ତା କିଛି ଦିନ ମଧ୍ୟରେ ସିସୋଦିଆଙ୍କୁ ମିଥ୍ୟା ମାମଲାରେ ଜେଲ […]

ନୂଆଦିଲ୍ଲୀ: ବିଭିନ୍ନ ଘଟଣାକୁ ନେଇ ବିଜେପି ସରକାର ଓ ଦିଲ୍ଲୀ ସରକାର ମଧ୍ୟରେ ବାଦବିବାଦ ଦେଖିବାକୁ ମିଳିଛି । ଏବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ଗିରଫକୁ ନେଇ ଆକ୍ରୋଷିତ ହୋଇପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ସିଧାସଳଖ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେଜ୍ରିୱାଲ କହିଛନ୍ତି କି, ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇପାରନ୍ତି । ଆସନ୍ତା କିଛି ଦିନ ମଧ୍ୟରେ ସିସୋଦିଆଙ୍କୁ ମିଥ୍ୟା ମାମଲାରେ ଜେଲ ପଠାଇବାକୁ କେନ୍ଦ୍ର ସରକାର ଷଡଯନ୍ତ୍ର କରୁଛନ୍ତି। ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ମନି ଲଣ୍ଡରିଂ ମାମଲାରେ ଗତ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “କିଛି ମାସ ପୂର୍ବରୁ ମୁଁ କହିଥିଲି ଯେ ଏକ ମିଥ୍ୟା ମାମଲାରେ କେନ୍ଦ୍ର ସରକାର ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିବେ। ମୁଁ ଏହା ବିଷୟରେ ଅତ୍ୟନ୍ତ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିଥିଲି। ଏବେ ମୁଁ ସମାନ ସୂତ୍ରରୁ ଜାଣିବାକୁ ପାଇଛି ଯେ କେନ୍ଦ୍ର ସରକାରୀ ମନୀଷ ସିସୋଦିଆକୁ ମଧ୍ୟ ଗିରଫ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

କେଜ୍ରିୱାଲ କହିଛନ୍ତି, ” କେନ୍ଦ୍ର ସରକାର ସମସ୍ତ ତଦନ୍ତ ସଂସ୍ଥାକୁ ମନୀଷ ସିସୋଦିଆଙ୍କ ବିରୋଧରେ ଏକ ମିଥ୍ୟା ମାମଲା ପ୍ରସ୍ତୁତ କରିବାକୁ କହିଛନ୍ତି। ସେମାନେ ଯେମିତି ସତ୍ୟେନ୍ଦ୍ର ଜୈନଙ୍କୁ ଏକ ମିଥ୍ୟା ମାମଲାରେ ଗିରଫ କରିଥିଲେ, ଏବେ ମନୀଷଜୀଙ୍କ ବିରୋଧରେ ମଧ୍ୟ ଠିକ୍ ସେପରି ମିଥ୍ୟା ମାମଲା ପ୍ରସ୍ତୁତ କରାଯାଉଛି। ”

କେଜ୍ରିୱାଲ କହିଛନ୍ତି, “ମନୀଷ ସିସୋଦିଆ ହେଉଛନ୍ତି ଭାରତର ଶିକ୍ଷା ବିପ୍ଳବର ଜନକ। ସେ ବୋଧହୁଏ ସ୍ୱାଧୀନ ଭାରତର ଶ୍ରେଷ୍ଠ ଶିକ୍ଷା ମନ୍ତ୍ରୀ।”

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ମୁଁ ଭାବୁଛି ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆଙ୍କୁ ଜେଲରେ ରଖି ଏହି ଲୋକମାନେ ଦିଲ୍ଲୀର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କରାଯାଉଥିବା ଭଲ କାମକୁ ବନ୍ଦ କରିବାକୁ ଚାହୁଁଛନ୍ତି। ଏହି ଦୁଇଜଣଙ୍କୁ ଜେଲରେ ରଖିବା ପଛରେ ଏମାନଙ୍କ କଣ ରାଜନୀତି ରହିଛି ମୁଁ ବୁଝିପାରୁ ନାହିଁ। ଯଦି ମନୀଷ ଏବଂ ସତ୍ୟେନ୍ଦ୍ର ଦୁର୍ନୀତିଗ୍ରସ୍ତ, ତେବେ କିଏ ସଚ୍ଚୋଟ? ”

ଦିଲ୍ଲୀ ସିଏମ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି ଯେ ଜଣେ ଜଣେ ମନ୍ତ୍ରୀଙ୍କୁ ଗିରଫ କରିବା ପରିବର୍ତ୍ତେ ଆପଣ ଆମ୍ ଆଦମୀ ପାର୍ଟିର ସବୁ ମନ୍ତ୍ରୀଙ୍କୁ ଜେଲରେ ପୂରାଇ ଦିଅନ୍ତୁ।”

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର