ପୁଣି ଥରେ ଭଙ୍ଗିଲା ଗ୍ଲାସିୟର, ବନ୍ଦ ରହିଲା ପାଦଚଲା ରାସ୍ତାରେ କେଦାରନାଥ ଯାତ୍ରା

The Sakala Picture
Published On

ରୁଦ୍ରପ୍ରୟାଗ: ପାଦଚଲା ରାସ୍ତାରେ କେଦାରନାଥ ଯାତ୍ରା ଗୁରୁବାର ପୁଣି ଥରେ ପ୍ରଭାବିତ ହୋଇଛି। ଏହି ରାସ୍ତାର ଭୈରବ ଗଦେରେ ନିକଟରେ ଗ୍ଲାସିୟର ଭୂଷୁଡ଼ିବା ଯୋଗୁ ଯାତ୍ରାରେ ବାଧା ସୃଷ୍ଟି ହୋଇଛି।  ଗ୍ଲାସିୟର ରାସ୍ତା ଉପରକୁ ଧସି ଆସିଛି । ଫଳରେ ଯାତ୍ରୀଙ୍କୁ ଏହି ସମୟରେ ରାସ୍ତା ଦେଇ କେଦାରନାଥ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ପାଦଚଲା ରାସ୍ତାରେ କେଦାରନାଥ ଯାତ୍ରା କରୁଛନ୍ତି ସେମାନଙ୍କୁ ସୁରକ୍ଷିତ ସ୍ଥାନ ଦେଖି ଆଶ୍ରୟ ନେବାକୁ କୁହାଯାଇଛି। ଗତ କାଲି […]

ରୁଦ୍ରପ୍ରୟାଗ: ପାଦଚଲା ରାସ୍ତାରେ କେଦାରନାଥ ଯାତ୍ରା ଗୁରୁବାର ପୁଣି ଥରେ ପ୍ରଭାବିତ ହୋଇଛି। ଏହି ରାସ୍ତାର ଭୈରବ ଗଦେରେ ନିକଟରେ ଗ୍ଲାସିୟର ଭୂଷୁଡ଼ିବା ଯୋଗୁ ଯାତ୍ରାରେ ବାଧା ସୃଷ୍ଟି ହୋଇଛି।  ଗ୍ଲାସିୟର ରାସ୍ତା ଉପରକୁ ଧସି ଆସିଛି । ଫଳରେ ଯାତ୍ରୀଙ୍କୁ ଏହି ସମୟରେ ରାସ୍ତା ଦେଇ କେଦାରନାଥ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ପାଦଚଲା ରାସ୍ତାରେ କେଦାରନାଥ ଯାତ୍ରା କରୁଛନ୍ତି ସେମାନଙ୍କୁ ସୁରକ୍ଷିତ ସ୍ଥାନ ଦେଖି ଆଶ୍ରୟ ନେବାକୁ କୁହାଯାଇଛି। ଗତ କାଲି ମଧ୍ୟ ଭୈରବ ଗଦେରେ ଓ କୁବେର ଗ୍ଲାସିୟରରେ ବରଫ ଖସିଥିଲା। ଆଜି ପୁଣି  ଥରେ ଭୈରବ ଗଦେରେ ନିକଟରେ ଗ୍ଲାସିୟର ଭୂଷୁଡିବାରୁ ଯାତ୍ରା ବାଧିତ ହୋଇଛି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ରୁଦ୍ରପ୍ରୟାଗ ଡିଏମ ମୟୁର ଦିକ୍ଷିତ କେଦାରନାଥ ଧାମକୁ ପାଦଚଲା ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ କ ନିବେଦନ କରିଛନ୍ତି।  ଯାତ୍ରା ମାର୍ଗ ସମ୍ପୂର୍ଣ୍ଣ ସୁରକ୍ଷି ନ ହେବା ପର୍ଯ୍ୟନ୍ତ କେଦାରନାଥ ଯାତ୍ରାରେ ନ ବାହାରିବାକୁ କହିଛନ୍ତି। ସେହିପରି ଯେଉଁ ଯାତ୍ରୀ ଯେଉଁ ସ୍ଥାନରେ ଅଟକି ରହିଛନ୍ତି ସେହି ସ୍ଥାନରେ ସୁରକ୍ଷିତ ରହିବାକୁ ମଧ୍ୟ କହିଛନ୍ତି। ଡିଏମ ମୟୁର ଦିକ୍ଷିତଙ୍କ ଅନୁସାରେ ଯେଉଁ ଯାତ୍ରୀ ହେଲି ସେବାରେ କେଦାରନାଥ ଯିବାକୁ ଚାହୁଁଛନ୍ତି ସେମାନେ ହେଲିକପ୍ଟର ମାଧ୍ୟମରେ ଯାତ୍ରା କରିପାରନ୍ତି। ତେବେ ଗ୍ଲାସିୟର ଆସିବା ଯୋଗୁ ପାଦ ଚଲା ଯାତ୍ରା ବନ୍ଦ ରଖାଯାଇଛି। ସେହିପରି ଯାତ୍ରା ମାର୍ଗର ଦୁଇ ଗ୍ଲାସିୟରରେ ମୁତୟନ ହୋଇଥିବା ଡିଡିଆରଏଫ, ଏସଡିଆରଏଫ ଓ ଏନଡିଆରଏଫଙ୍କ ସମେତ ୱାଇଏମଏଫ ଏବଂ ପୋଲିସକୁ ଯାତ୍ରୀଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖିବାକୁ ଡିଏମ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

04 May 2023 By The Sakala

ପୁଣି ଥରେ ଭଙ୍ଗିଲା ଗ୍ଲାସିୟର, ବନ୍ଦ ରହିଲା ପାଦଚଲା ରାସ୍ତାରେ କେଦାରନାଥ ଯାତ୍ରା

ରୁଦ୍ରପ୍ରୟାଗ: ପାଦଚଲା ରାସ୍ତାରେ କେଦାରନାଥ ଯାତ୍ରା ଗୁରୁବାର ପୁଣି ଥରେ ପ୍ରଭାବିତ ହୋଇଛି। ଏହି ରାସ୍ତାର ଭୈରବ ଗଦେରେ ନିକଟରେ ଗ୍ଲାସିୟର ଭୂଷୁଡ଼ିବା ଯୋଗୁ ଯାତ୍ରାରେ ବାଧା ସୃଷ୍ଟି ହୋଇଛି।  ଗ୍ଲାସିୟର ରାସ୍ତା ଉପରକୁ ଧସି ଆସିଛି । ଫଳରେ ଯାତ୍ରୀଙ୍କୁ ଏହି ସମୟରେ ରାସ୍ତା ଦେଇ କେଦାରନାଥ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ପାଦଚଲା ରାସ୍ତାରେ କେଦାରନାଥ ଯାତ୍ରା କରୁଛନ୍ତି ସେମାନଙ୍କୁ ସୁରକ୍ଷିତ ସ୍ଥାନ ଦେଖି ଆଶ୍ରୟ ନେବାକୁ କୁହାଯାଇଛି। ଗତ କାଲି ମଧ୍ୟ ଭୈରବ ଗଦେରେ ଓ କୁବେର ଗ୍ଲାସିୟରରେ ବରଫ ଖସିଥିଲା। ଆଜି ପୁଣି  ଥରେ ଭୈରବ ଗଦେରେ ନିକଟରେ ଗ୍ଲାସିୟର ଭୂଷୁଡିବାରୁ ଯାତ୍ରା ବାଧିତ ହୋଇଛି।

ରୁଦ୍ରପ୍ରୟାଗ ଡିଏମ ମୟୁର ଦିକ୍ଷିତ କେଦାରନାଥ ଧାମକୁ ପାଦଚଲା ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ କ ନିବେଦନ କରିଛନ୍ତି।  ଯାତ୍ରା ମାର୍ଗ ସମ୍ପୂର୍ଣ୍ଣ ସୁରକ୍ଷି ନ ହେବା ପର୍ଯ୍ୟନ୍ତ କେଦାରନାଥ ଯାତ୍ରାରେ ନ ବାହାରିବାକୁ କହିଛନ୍ତି। ସେହିପରି ଯେଉଁ ଯାତ୍ରୀ ଯେଉଁ ସ୍ଥାନରେ ଅଟକି ରହିଛନ୍ତି ସେହି ସ୍ଥାନରେ ସୁରକ୍ଷିତ ରହିବାକୁ ମଧ୍ୟ କହିଛନ୍ତି। ଡିଏମ ମୟୁର ଦିକ୍ଷିତଙ୍କ ଅନୁସାରେ ଯେଉଁ ଯାତ୍ରୀ ହେଲି ସେବାରେ କେଦାରନାଥ ଯିବାକୁ ଚାହୁଁଛନ୍ତି ସେମାନେ ହେଲିକପ୍ଟର ମାଧ୍ୟମରେ ଯାତ୍ରା କରିପାରନ୍ତି। ତେବେ ଗ୍ଲାସିୟର ଆସିବା ଯୋଗୁ ପାଦ ଚଲା ଯାତ୍ରା ବନ୍ଦ ରଖାଯାଇଛି। ସେହିପରି ଯାତ୍ରା ମାର୍ଗର ଦୁଇ ଗ୍ଲାସିୟରରେ ମୁତୟନ ହୋଇଥିବା ଡିଡିଆରଏଫ, ଏସଡିଆରଏଫ ଓ ଏନଡିଆରଏଫଙ୍କ ସମେତ ୱାଇଏମଏଫ ଏବଂ ପୋଲିସକୁ ଯାତ୍ରୀଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖିବାକୁ ଡିଏମ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର