୪୦ ଲକ୍ଷ ଟଙ୍କା ଲାଞ୍ଚନେବା ବେଳେ ଧରାପଡିଲେ ବିଜେପି ବିଧାୟକଙ୍କ ପୁଅ, ଘର ଓ ଅଫିସରୁ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ

The Sakala Picture
Published On

ବେଙ୍ଗାଲୁରୁ: ଲାଞ୍ଚନେବା ବେଳେ ଧରାପଡିଲେ କର୍ଣ୍ଣାଟକର ବିଜେପି ବିଧାୟକଙ୍କ ପୁଅ । କର୍ଣ୍ଣାଟକର ବିଜେପି ବିଧାୟକ ବିରୁପକ୍ଷପ୍ପା ମଦଲଙ୍କ ପୁଅ ପ୍ରଶାନ୍ତ ମଦଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଥିଲେ । ଏହା ପରେ ସନ୍ଦେହ ହେବାରୁ ପୁଅ ପ୍ରଶାନ୍ତ ମଦଲଙ୍କ ଘରେ ଦୁର୍ନୀତି ବିରୋଧୀ ଶାଖା ପକ୍ଷରୁ ଯେତେବେଳେ ଚଢାଉ କରାଗଲା ସେତେବେଳେ ଘରେ ନଗଦ କ୍ୟାସ ଦେଖି ଅବାକ ହୋଇଯାଇଥିଲେ । ଟଙ୍କା […]

ବେଙ୍ଗାଲୁରୁ: ଲାଞ୍ଚନେବା ବେଳେ ଧରାପଡିଲେ କର୍ଣ୍ଣାଟକର ବିଜେପି ବିଧାୟକଙ୍କ ପୁଅ । କର୍ଣ୍ଣାଟକର ବିଜେପି ବିଧାୟକ ବିରୁପକ୍ଷପ୍ପା ମଦଲଙ୍କ ପୁଅ ପ୍ରଶାନ୍ତ ମଦଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଥିଲେ । ଏହା ପରେ ସନ୍ଦେହ ହେବାରୁ ପୁଅ ପ୍ରଶାନ୍ତ ମଦଲଙ୍କ ଘରେ ଦୁର୍ନୀତି ବିରୋଧୀ ଶାଖା ପକ୍ଷରୁ ଯେତେବେଳେ ଚଢାଉ କରାଗଲା ସେତେବେଳେ ଘରେ ନଗଦ କ୍ୟାସ ଦେଖି ଅବାକ ହୋଇଯାଇଥିଲେ । ଟଙ୍କା ଗଣି ଗଣି ଥକି ଯାଇଛନ୍ତି ଲୋକାୟୁକ୍ତ ଅଧିକାରୀ । ଘର ଓ ଅଫିସରୁ ପ୍ରାୟ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ନେଇ ସୂଚନା ମିଳିଛି । ଏହି ଘଟଣାକୁ ନେଇ କର୍ଣ୍ଣାଟକରେ ରାଜନୈତିକ ହଟଚମଟ ସୃଷ୍ଟି ହେବା ସହ ବିଜେପି ବିଧାୟକ ବିରୁପକ୍ଷପ୍ପା କର୍ଣ୍ଣାଟକ ସାବୁନ ଏବଂ ଡିଟରଜେଣ୍ଟ ଲିମିଟେଡ ଉତ୍ପାଦନ ସଂସ୍ଥାରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ବିଜେପି ନେତାଙ୍କ ପୁଅଙ୍କ ଏଭଳି କାରନାମା ସାମ୍ନାକୁ ଆସିବା ପରେ ଶାସକ ବିଜେପିକୁ ୪୦ ପ୍ରତିଶତ କମିସନ ସରକାର କହି ଟାର୍ଗେଟ କରିଛି କଂଗ୍ରେସ । ରାଜ୍ୟରେ କମିସନ ସରକାର ଚାଲିଛି ବୋଲି କହିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ପ୍ରଶାନ୍ତଙ୍କ ବାପା ମଦଲ ବିରୁପକ୍ଷପ୍ପା କର୍ଣ୍ଣାଟକ ସୋପସ୍ ଆଣ୍ଟ ଡିଟରଜେଣ୍ଟସ ଲିମିଟେଡର ଅଧ୍ୟକ୍ଷ ଥିଲେ । ବାପାଙ୍କ ଲାଗି ପୁଅ ଏହି ଟଙ୍କା ଲାଞ୍ଚ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବଡ଼କଥା ହେଉଛି ରାଜ୍ୟରେ ଦୁର୍ନୀତି ନିବାରଣକୁ ଅଧିକ ଶକ୍ତିଶାଳୀ କରିବା ଲାଗି କର୍ଣ୍ଣାଟକ ହାଇକୋର୍ଟ ଆଣ୍ଟି କରପସନ୍ ବ୍ୟୁରୋକୁ ଭାଙ୍ଗି ଶକ୍ତିଶାଳୀ ଲୋକାୟୁକ୍ତ ଗଠନ କରିଥିଲେ । ଏହାସତ୍ତ୍ବେ ରାଜ୍ୟରେ ୪୦ ପ୍ରତିଶତ କମିସନ ନେବା ପ୍ରକ୍ରିୟା ଜାରି ରହିଛି ବୋଲି କଂଗ୍ରେସ କହିଛି । ଚଳିତ ବର୍ଷ କର୍ଣ୍ଣାଟକ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ନେତାଙ୍କ ପୁଅଙ୍କ ଏହି କାରନାମା ଦଳ ପାଇଁ ଅଡୁଆ ସ୍ଥିତି ଉପୁଜାଇଛି । ପୁଅ ଲାଞ୍ଚ ନେଇ ଧରାପଡ଼ିବା ପରେ ଇସ୍ତଫା ଦେଇଛନ୍ତି ବିଜେପି ବିଧାୟକ ବିରୁପକ୍ଷପ୍ପା ।

ଆହୁରି ପଢ଼ନ୍ତୁ: ୟେମେନରେ ହୁଥି ବିଦ୍ରୋହୀଙ୍କ ବଡ଼ ବିଜୟ: ରଣନୀତିକ ମୋଚା ସହର ଦଖଲ ପରେ ବିଶ୍ୱ ବାଣିଜ୍ୟ ପାଇଁ ବଢିଲା ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର