କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଲେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେପଟେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଜେଲରେ ଫସିଛନ୍ତି । ତେବେ ଏଭଳି ଏକ ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଛନ୍ତି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା । ଉଭୟ ଭେଟଘାଟ କରିଥିବାବେଳେ ଆଲିଙ୍ଗନ କରିଥିଲେ । ଫୋନରେ କଥା ହେବାବେଳେ କଳ୍ପନା କହିଥିଲେ କି, ଜଣେ ବନ୍ଧୁଭାବେ ମୁଁ ତୁମ ଦୁଃଖକୁ ବୁଝି ପାରୁଛି । ତେବେ ଆସନ୍ତାକାଲି […]

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେପଟେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଜେଲରେ ଫସିଛନ୍ତି । ତେବେ ଏଭଳି ଏକ ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଛନ୍ତି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା । ଉଭୟ ଭେଟଘାଟ କରିଥିବାବେଳେ ଆଲିଙ୍ଗନ କରିଥିଲେ । ଫୋନରେ କଥା ହେବାବେଳେ କଳ୍ପନା କହିଥିଲେ କି, ଜଣେ ବନ୍ଧୁଭାବେ ମୁଁ ତୁମ ଦୁଃଖକୁ ବୁଝି ପାରୁଛି । ତେବେ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୩୧ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ଦିଲ୍ଲୀରେ ଏକ ମେଗା ରାଲି କରାଯାଉଛି । ଏହା ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଭେଟଘାଟ ରାଜନୈତିକ ମଇଦାନରେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ଦିଲ୍ଲୀର ରାମଲିଳା ମଇଦାନରେ ବିଶାଳ ଜନସମାଗମ ସହ ରାଲି ହେବାକୁ ଯାଉଛି । ଏଥିରେ ବିରୋଧୀ ନେତାଙ୍କ ମେଳି ହେବା ସହ ମୋଦି ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେବେ ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

30 Mar 2024 By The Sakala

କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଲେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେପଟେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଜେଲରେ ଫସିଛନ୍ତି । ତେବେ ଏଭଳି ଏକ ସମୟରେ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିଛନ୍ତି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା । ଉଭୟ ଭେଟଘାଟ କରିଥିବାବେଳେ ଆଲିଙ୍ଗନ କରିଥିଲେ । ଫୋନରେ କଥା ହେବାବେଳେ କଳ୍ପନା କହିଥିଲେ କି, ଜଣେ ବନ୍ଧୁଭାବେ ମୁଁ ତୁମ ଦୁଃଖକୁ ବୁଝି ପାରୁଛି । ତେବେ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୩୧ ତାରିଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ଦିଲ୍ଲୀରେ ଏକ ମେଗା ରାଲି କରାଯାଉଛି । ଏହା ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ଭେଟଘାଟ ରାଜନୈତିକ ମଇଦାନରେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ଦିଲ୍ଲୀର ରାମଲିଳା ମଇଦାନରେ ବିଶାଳ ଜନସମାଗମ ସହ ରାଲି ହେବାକୁ ଯାଉଛି । ଏଥିରେ ବିରୋଧୀ ନେତାଙ୍କ ମେଳି ହେବା ସହ ମୋଦି ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେବେ ।

https://www.thesakala.in/national-international/kalpana-soren-hugs-sunita-kejriwal-in-show-of-india-bloc-unity/article-31044
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର