ଜୁଲାଇ-ଅଗଷ୍ଟରେ ପୁଣି ବଡ଼ ବିଜୁଳି ସଙ୍କଟ

The Sakala Picture
Published On

ନୂଆଦିଲ୍ଲୀ : ଖରା ତାତିରେ ଦେଶ ବ୍ୟାପୀ ଦେଖିବାକୁ ମିଳିଥିବା ଘୋର ବିଜୁଳି ସଙ୍କଟ ଏ ଯାଏ ଥମୁନାହିଁ। ଏହି ସଙ୍କଟ ଆଗକୁ ଉଗ୍ର ରୂପ ନେବା ନେଇ ଏବେଠୁ ଜଳଜଳ ଦିଶିଲାଣି। ଅନୁସନ୍ଧାନକାରୀ ସଂସ୍ଥା ସିଆର୍‌ଇଏର ରିପୋର୍ଟ ଅନୁଯାୟୀ ଜୁଲାଇ-ଅଗଷ୍ଟରେ ଦେଶରେ ପୁଣିଥରେ ଗମ୍ଭୀର ବିଦ୍ୟୁତ୍ ସଙ୍କଟ ଦେଖିବାକୁ ମିଳିବ। ଦେଶର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡିକରେ ମୌସୁମୀ ପୂର୍ବରୁ କୋଇଲା ଷ୍ଟକ୍୍‌ରେ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିପାରେ। ବିଦ୍ୟୁତ୍ ପ୍ଲାଣ୍ଟଗୁଡିକରେ ୧୩.୫ ନିୟୁତ […]

ନୂଆଦିଲ୍ଲୀ : ଖରା ତାତିରେ ଦେଶ ବ୍ୟାପୀ ଦେଖିବାକୁ ମିଳିଥିବା ଘୋର ବିଜୁଳି ସଙ୍କଟ ଏ ଯାଏ ଥମୁନାହିଁ। ଏହି ସଙ୍କଟ ଆଗକୁ ଉଗ୍ର ରୂପ ନେବା ନେଇ ଏବେଠୁ ଜଳଜଳ ଦିଶିଲାଣି। ଅନୁସନ୍ଧାନକାରୀ ସଂସ୍ଥା ସିଆର୍‌ଇଏର ରିପୋର୍ଟ ଅନୁଯାୟୀ ଜୁଲାଇ-ଅଗଷ୍ଟରେ ଦେଶରେ ପୁଣିଥରେ ଗମ୍ଭୀର ବିଦ୍ୟୁତ୍ ସଙ୍କଟ ଦେଖିବାକୁ ମିଳିବ। ଦେଶର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡିକରେ ମୌସୁମୀ ପୂର୍ବରୁ କୋଇଲା ଷ୍ଟକ୍୍‌ରେ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିପାରେ। ବିଦ୍ୟୁତ୍ ପ୍ଲାଣ୍ଟଗୁଡିକରେ ୧୩.୫ ନିୟୁତ ଟନ୍‌ର କୋଇଲା ଷ୍ଟକ୍ ରହିଛି। ସେହି ହିସାବରେ ଦେଶର ସମସ୍ତ ପାୱାର୍ ପ୍ଲାଣ୍ଟରେ ୨୦.୭ ନିୟୁତ ଟନ୍‌ କୋଇଲା ଷ୍ଟକ୍ ଅଛି। ଇତିମଧ୍ୟରେ ଭାରତ ବିଗତ ୬ ବର୍ଷ ମଧ୍ୟରେ ସବୁଠାରୁ ଗମ୍ଭୀର ବିଦ୍ୟୁତ ସଙ୍କଟ ଦେଇ ଗତିକରୁଛି। ସରକାରୀ କୋଇଲା ଖଣି କମ୍ପାନୀ କୋଲ୍‌ ଇଣ୍ଡିଆ ଦୀର୍ଘ ୭ବର୍ଷ ପରେ ବିଦେଶରୁ କୋଇଲା ଆମଦାନୀ କରିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ବିବାହ ପୂର୍ବରୁ ଆଇଏଏସ୍: 'ଚାକିରି ପରେ ଯାଇ କରିବି ବାହାଘର', ପୂରଣ ହେଲା ଅମନଦୀପଙ୍କ ଶପଥ

ରାଜ୍ୟଗୁଡିକର ମତ ପରେ କେନ୍ଦ୍ର ସରକାର ଏହି ଆମଦାନୀ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ରାଜ୍ୟ ସରକାରମାନଙ୍କୁ କୋଇଲା ଆମଦାନୀ ପାଇଁ କରାଯାଇଥିବା ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କୁହାଯାଇଛି। ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସ୍ଥିତି ଯାହା ରହିଛି କୋଇଲା ଚାଳିତ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକ ବିଜୁଳି ଚାହିଦାରେ ସାମାନ୍ୟ ବୃଦ୍ଧିକୁ ମଧ୍ୟ ସହ୍ୟ କରିପାରିବେନାହିଁ। କୋଇଲା ପରିଚାଳନାରେ ତ୍ରୁଟି ଯୋଗୁ ଭାରତର ବିଜୁଳି ସଙ୍କଟ ଦେଖାଦେଇଛି। ତେଣୁ ଏଭଳି ସଙ୍କଟରୁ ମୁକୁଳିବାକୁ ହେଲେ କେନ୍ଦ୍ର ସରକାରଙ୍କୁ କୋଇଲା ପରିବହନ ଉପରେ ଧ୍ୟାନ କେନ୍ଦ୍ରୀତ ପାଇଁ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ଅଥରିଟି ଅଫ୍ ଇଣ୍ଡିଆ (ସିଏଏ)ର ରିପୋର୍ଟ ଅନୁଯାୟୀ, ଆସନ୍ତା ଅଗଷ୍ଟ ମାସରେ ଦେଶରେ ୨୧୪ ଗିଗାୱାଟ୍‌ ବିଜୁଳି ଚାହିଦା ଦେଖାଦେବ।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ଅପରପକ୍ଷେ ମେ’ ମାସ ତୁଳନାରେ ଅଗଷ୍ଟରେ ହାରାହାରି ଶକ୍ତି ଚାହିଦା ୧,୩୩,୪୨୬ ନିୟୁତ ୟୁନିଟ୍ (ଏମ୍‌ୟୁ)କୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅନୁସନ୍ଧାନ ରିପୋର୍ଟର କରାଯାଇଥିବା ଆକଳନ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଖଣିରୁ କୋଇଳୂା ଖନନ ଏବଂ ବିଦ୍ୟୁତ୍ ପ୍ଲାଣ୍ଟକୁ ପରିବହନ ବାଧାପ୍ରାପ୍ତ ହେବ। ଏଭଳି ପରିସ୍ଥିତିରେ ଯଦି ମୌସୁମୀ ବର୍ଷା ପୂର୍ବରୁ କୋଇଲା ଷ୍ଟକ୍ ପର୍ଯ୍ୟାପ୍ତ ପରିମାଣରେ ରଖା ନ ଯାଏ ତେବେ ଜୁଲାଇ-ଅଗଷ୍ଟରେ ଦେଶ ଅନ୍ୟ ଏକ ବଡ଼ ବିଦ୍ୟୁତ୍ ସଙ୍କଟ ଆଡକୁ ମୁହାଁଇପାରେ। ଦେଶରେ ପର୍ଯ୍ୟାପ୍ତ କୋଇଲା ଖଣି ରହିଥିବା ସତ୍ତ୍ବେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଷ୍ଟକ୍ ନାହିଁ। ୨୦୨୧-୨୨ରେ ଭାରତରେ ୭୭୭.୨୬ ନିୟୁତ ଟନ୍ ରେକର୍ଡ କୋଇଲା ଉତ୍ପାଦନ ହୋଇଥିଲା, ଯାହା ୨୦୨୧ ଆର୍ଥିକବର୍ଷରେ ୭୧୬.୦୮ଏମ୍‌ଟି ତୁଳନାରେ ୮.୫୪ ପ୍ରତିଶତ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

୨୦୧୫ ପରେ ଏହା ପ୍ରଥମ ଘଟଣା ହେବ ଯେତେବେଳେ କି କୋଲ୍‌ ଇଣ୍ଡିଆ ବିଦେଶରୁ କୋଇଲା ଆମଦାନୀ କରିବ। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଶନିବାର ଜାରି କରିଥିବା ଏକ ଚିଠିରେ କହିଛି ଯେ, କୋଲ୍‌ ଇଣ୍ଡିଆ ଯେଉଁ କୋଇଲା ଆମଦାନୀ କରିବ ଏବଂ ତାହାକୁ ସରକାରୀ-ସରକାରୀ (ଜି୨ଜି) ଯୋଗାଣ ପାଇଁ ଘରୋଇ କୋଇଲା ସହିତ ମିଶ୍ରଣ କରାଯିବ। ଏହା ସରକାରୀ ତାପଜ ବିଦ୍ୟୁତ ପ୍ଲାଣ୍ଟ ଏବଂ ସ୍ବାଧୀନ ବିଦ୍ୟୁତ୍ ଉତ୍ପାଦକମାନଙ୍କୁ ଦିଆଯିବ। ଅପରପକ୍ଷେ କୋଇଲା ଇଣ୍ଡିଆ ମାଧ୍ୟମରେ ବିଦେଶରୁ କୋଇଲା କିଣିବା ନିଷ୍ପତ୍ତି ଉପରେ ସମସ୍ତ ରାଜ୍ୟର ମତ ହେଉଛି, କୋଇଲା ଆମଦାନୀ ପାଇଁ ପୃଥକ ଟେଣ୍ଡର ପ୍ରଦାନ ହେତୁ ବିଶୃଙ୍ଖଳା ହେବାର ସମ୍ଭାବନା ରହିଛି, ତେଣୁ କୋଇଲା ଇଣ୍ଡିଆ ମାଧ୍ୟମରେ କେନ୍ଦ୍ରୀକୃତ ଭାବେ କୋଇଲା ଆମଦାନୀ କରିବା ସବୁଠାରୁ ଭଲ ହେବ। ଶକ୍ତି ମନ୍ତ୍ରାଳୟର ଏହି ଚିଠି କୋଇଲା ସଚିବ ତଥା କୋଲ୍‌ ଇଣ୍ଡିଆର ଅଧ୍ୟକ୍ଷଙ୍କ ସମେତ ସମସ୍ତ ବରିଷ୍ଠ କେନ୍ଦ୍ରୀୟ ତଥା ରାଜ୍ୟ ଶକ୍ତି ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଚଳିତବର୍ଷର ତୃତୀୟ ତ୍ରୈମାସରେ ବିଦ୍ୟୁତ୍ ଚାହିଦାରେ ବୃଦ୍ଧି କାରଣରୁ କୋଇଲା ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଏଥିରେ ଆଶଙ୍କା ପ୍ରକାଶ କରାଯାଇଛି।

30 May 2022 By The Sakala

ଜୁଲାଇ-ଅଗଷ୍ଟରେ ପୁଣି ବଡ଼ ବିଜୁଳି ସଙ୍କଟ

ନୂଆଦିଲ୍ଲୀ : ଖରା ତାତିରେ ଦେଶ ବ୍ୟାପୀ ଦେଖିବାକୁ ମିଳିଥିବା ଘୋର ବିଜୁଳି ସଙ୍କଟ ଏ ଯାଏ ଥମୁନାହିଁ। ଏହି ସଙ୍କଟ ଆଗକୁ ଉଗ୍ର ରୂପ ନେବା ନେଇ ଏବେଠୁ ଜଳଜଳ ଦିଶିଲାଣି। ଅନୁସନ୍ଧାନକାରୀ ସଂସ୍ଥା ସିଆର୍‌ଇଏର ରିପୋର୍ଟ ଅନୁଯାୟୀ ଜୁଲାଇ-ଅଗଷ୍ଟରେ ଦେଶରେ ପୁଣିଥରେ ଗମ୍ଭୀର ବିଦ୍ୟୁତ୍ ସଙ୍କଟ ଦେଖିବାକୁ ମିଳିବ। ଦେଶର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡିକରେ ମୌସୁମୀ ପୂର୍ବରୁ କୋଇଲା ଷ୍ଟକ୍୍‌ରେ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିପାରେ। ବିଦ୍ୟୁତ୍ ପ୍ଲାଣ୍ଟଗୁଡିକରେ ୧୩.୫ ନିୟୁତ ଟନ୍‌ର କୋଇଲା ଷ୍ଟକ୍ ରହିଛି। ସେହି ହିସାବରେ ଦେଶର ସମସ୍ତ ପାୱାର୍ ପ୍ଲାଣ୍ଟରେ ୨୦.୭ ନିୟୁତ ଟନ୍‌ କୋଇଲା ଷ୍ଟକ୍ ଅଛି। ଇତିମଧ୍ୟରେ ଭାରତ ବିଗତ ୬ ବର୍ଷ ମଧ୍ୟରେ ସବୁଠାରୁ ଗମ୍ଭୀର ବିଦ୍ୟୁତ ସଙ୍କଟ ଦେଇ ଗତିକରୁଛି। ସରକାରୀ କୋଇଲା ଖଣି କମ୍ପାନୀ କୋଲ୍‌ ଇଣ୍ଡିଆ ଦୀର୍ଘ ୭ବର୍ଷ ପରେ ବିଦେଶରୁ କୋଇଲା ଆମଦାନୀ କରିବାକୁ ଯାଉଛି।

ରାଜ୍ୟଗୁଡିକର ମତ ପରେ କେନ୍ଦ୍ର ସରକାର ଏହି ଆମଦାନୀ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ରାଜ୍ୟ ସରକାରମାନଙ୍କୁ କୋଇଲା ଆମଦାନୀ ପାଇଁ କରାଯାଇଥିବା ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କୁହାଯାଇଛି। ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସ୍ଥିତି ଯାହା ରହିଛି କୋଇଲା ଚାଳିତ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକ ବିଜୁଳି ଚାହିଦାରେ ସାମାନ୍ୟ ବୃଦ୍ଧିକୁ ମଧ୍ୟ ସହ୍ୟ କରିପାରିବେନାହିଁ। କୋଇଲା ପରିଚାଳନାରେ ତ୍ରୁଟି ଯୋଗୁ ଭାରତର ବିଜୁଳି ସଙ୍କଟ ଦେଖାଦେଇଛି। ତେଣୁ ଏଭଳି ସଙ୍କଟରୁ ମୁକୁଳିବାକୁ ହେଲେ କେନ୍ଦ୍ର ସରକାରଙ୍କୁ କୋଇଲା ପରିବହନ ଉପରେ ଧ୍ୟାନ କେନ୍ଦ୍ରୀତ ପାଇଁ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ଅଥରିଟି ଅଫ୍ ଇଣ୍ଡିଆ (ସିଏଏ)ର ରିପୋର୍ଟ ଅନୁଯାୟୀ, ଆସନ୍ତା ଅଗଷ୍ଟ ମାସରେ ଦେଶରେ ୨୧୪ ଗିଗାୱାଟ୍‌ ବିଜୁଳି ଚାହିଦା ଦେଖାଦେବ।

ଅପରପକ୍ଷେ ମେ’ ମାସ ତୁଳନାରେ ଅଗଷ୍ଟରେ ହାରାହାରି ଶକ୍ତି ଚାହିଦା ୧,୩୩,୪୨୬ ନିୟୁତ ୟୁନିଟ୍ (ଏମ୍‌ୟୁ)କୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅନୁସନ୍ଧାନ ରିପୋର୍ଟର କରାଯାଇଥିବା ଆକଳନ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଖଣିରୁ କୋଇଳୂା ଖନନ ଏବଂ ବିଦ୍ୟୁତ୍ ପ୍ଲାଣ୍ଟକୁ ପରିବହନ ବାଧାପ୍ରାପ୍ତ ହେବ। ଏଭଳି ପରିସ୍ଥିତିରେ ଯଦି ମୌସୁମୀ ବର୍ଷା ପୂର୍ବରୁ କୋଇଲା ଷ୍ଟକ୍ ପର୍ଯ୍ୟାପ୍ତ ପରିମାଣରେ ରଖା ନ ଯାଏ ତେବେ ଜୁଲାଇ-ଅଗଷ୍ଟରେ ଦେଶ ଅନ୍ୟ ଏକ ବଡ଼ ବିଦ୍ୟୁତ୍ ସଙ୍କଟ ଆଡକୁ ମୁହାଁଇପାରେ। ଦେଶରେ ପର୍ଯ୍ୟାପ୍ତ କୋଇଲା ଖଣି ରହିଥିବା ସତ୍ତ୍ବେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଷ୍ଟକ୍ ନାହିଁ। ୨୦୨୧-୨୨ରେ ଭାରତରେ ୭୭୭.୨୬ ନିୟୁତ ଟନ୍ ରେକର୍ଡ କୋଇଲା ଉତ୍ପାଦନ ହୋଇଥିଲା, ଯାହା ୨୦୨୧ ଆର୍ଥିକବର୍ଷରେ ୭୧୬.୦୮ଏମ୍‌ଟି ତୁଳନାରେ ୮.୫୪ ପ୍ରତିଶତ ଅଧିକ ବୋଲି ରିପୋର୍ଟରେ କୁହାଯାଇଛି।

୨୦୧୫ ପରେ ଏହା ପ୍ରଥମ ଘଟଣା ହେବ ଯେତେବେଳେ କି କୋଲ୍‌ ଇଣ୍ଡିଆ ବିଦେଶରୁ କୋଇଲା ଆମଦାନୀ କରିବ। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଶନିବାର ଜାରି କରିଥିବା ଏକ ଚିଠିରେ କହିଛି ଯେ, କୋଲ୍‌ ଇଣ୍ଡିଆ ଯେଉଁ କୋଇଲା ଆମଦାନୀ କରିବ ଏବଂ ତାହାକୁ ସରକାରୀ-ସରକାରୀ (ଜି୨ଜି) ଯୋଗାଣ ପାଇଁ ଘରୋଇ କୋଇଲା ସହିତ ମିଶ୍ରଣ କରାଯିବ। ଏହା ସରକାରୀ ତାପଜ ବିଦ୍ୟୁତ ପ୍ଲାଣ୍ଟ ଏବଂ ସ୍ବାଧୀନ ବିଦ୍ୟୁତ୍ ଉତ୍ପାଦକମାନଙ୍କୁ ଦିଆଯିବ। ଅପରପକ୍ଷେ କୋଇଲା ଇଣ୍ଡିଆ ମାଧ୍ୟମରେ ବିଦେଶରୁ କୋଇଲା କିଣିବା ନିଷ୍ପତ୍ତି ଉପରେ ସମସ୍ତ ରାଜ୍ୟର ମତ ହେଉଛି, କୋଇଲା ଆମଦାନୀ ପାଇଁ ପୃଥକ ଟେଣ୍ଡର ପ୍ରଦାନ ହେତୁ ବିଶୃଙ୍ଖଳା ହେବାର ସମ୍ଭାବନା ରହିଛି, ତେଣୁ କୋଇଲା ଇଣ୍ଡିଆ ମାଧ୍ୟମରେ କେନ୍ଦ୍ରୀକୃତ ଭାବେ କୋଇଲା ଆମଦାନୀ କରିବା ସବୁଠାରୁ ଭଲ ହେବ। ଶକ୍ତି ମନ୍ତ୍ରାଳୟର ଏହି ଚିଠି କୋଇଲା ସଚିବ ତଥା କୋଲ୍‌ ଇଣ୍ଡିଆର ଅଧ୍ୟକ୍ଷଙ୍କ ସମେତ ସମସ୍ତ ବରିଷ୍ଠ କେନ୍ଦ୍ରୀୟ ତଥା ରାଜ୍ୟ ଶକ୍ତି ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଚଳିତବର୍ଷର ତୃତୀୟ ତ୍ରୈମାସରେ ବିଦ୍ୟୁତ୍ ଚାହିଦାରେ ବୃଦ୍ଧି କାରଣରୁ କୋଇଲା ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଏଥିରେ ଆଶଙ୍କା ପ୍ରକାଶ କରାଯାଇଛି।

https://www.thesakala.in/national-international/july-and-august-big-electricity-strike/article-12024
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର