ହରିୟାଣା ରେଜଲ୍ଟ: ଜୁଲନା ଆସନରୁ କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗଟ୍‌ ବିଜୟୀ

The Sakala Picture
Published On

ହରିଆଣା: ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଛନ୍ତି କଂଗ୍ରେସର ଭିନେଶ ଫୋଗଟ୍‌। ସେ ୬ ହଜାର ୧୫ ଭୋଟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଯୋଗେଶ ବୈରାଗୀଙ୍କୁ ପରାସ୍ତ କରିଛନ୍ତି। ଭିନେଶ ଫୋଗଟଙ୍କୁ ମୋଟ ୬୫ ହଜାର ୦୮୦ ଭୋଟ ମିଳିଥିବା ବେଳେ ବିଜେପିର ଯୋଗେଶ ବୈରାଗୀଙ୍କୁ ୫୯ ହଜାର ୦୬୫ ଭୋଟ୍ ମିଳିଛି।ଏଥିସହ ଜୁଲନାରେ ବିଜୟ ହେଇଛନ୍ତି କୁସ୍ତି ଯୋଦ୍ଧା ତଥା ଅଲମ୍ପିକ୍‌ ‌ତାରକା ଭିନେଶ ଫୋଗଟ୍‌। ହରିଆଣା ବିଧାନସଭା ନିର୍ବାଚନରେ […]

ହରିଆଣା: ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଛନ୍ତି କଂଗ୍ରେସର ଭିନେଶ ଫୋଗଟ୍‌। ସେ ୬ ହଜାର ୧୫ ଭୋଟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଯୋଗେଶ ବୈରାଗୀଙ୍କୁ ପରାସ୍ତ କରିଛନ୍ତି। ଭିନେଶ ଫୋଗଟଙ୍କୁ ମୋଟ ୬୫ ହଜାର ୦୮୦ ଭୋଟ ମିଳିଥିବା ବେଳେ ବିଜେପିର ଯୋଗେଶ ବୈରାଗୀଙ୍କୁ ୫୯ ହଜାର ୦୬୫ ଭୋଟ୍ ମିଳିଛି।ଏଥିସହ ଜୁଲନାରେ ବିଜୟ ହେଇଛନ୍ତି କୁସ୍ତି ଯୋଦ୍ଧା ତଥା ଅଲମ୍ପିକ୍‌ ‌ତାରକା ଭିନେଶ ଫୋଗଟ୍‌।

ଆହୁରି ପଢ଼ନ୍ତୁ: ମିଳିତ ଜାତିସଂଘ ରିପୋର୍ଟକୁ ଖାରଜ କଲା ଭାରତ: ଯୁବ ଆନ୍ଦୋଳନ ସମ୍ପର୍କିତ ଦାବିକୁ 'ଗୁଜବ' ଓ 'ଅସତ୍ୟ' କହିଲା ନୂଆଦିଲ୍ଲୀ

ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନମଣ୍ଡଳୀ ଏକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଭାବରେ ଉଭା ହୋଇଥିଲା। ଭିନେଶ ପ୍ରଥମ ଥର ପାଇଁ ଏହି ଆସନରୁ ତାଙ୍କର ନିର୍ବାଚନୀ ଡେବ୍ୟୁ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଗତ ସେପ୍ଟେମ୍ବରରେ କଂଗ୍ରେସରେ ଯୋଗ ଦେଇଥିଲେ ଭିନେଶ ଫୋଗଟ୍‌। ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପୂର୍ବରୁ ରେଳ ଚାକିରିରୁ ଇସ୍ତଫା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଜିନ୍ଦ ଜିଲ୍ଲାରେ ଅବସ୍ଥିତ ଏହି ଆସନଟିରୁ ଅଲମ୍ପିକ ଖେଳାଳି ଓ କୁସ୍ତି ଯୋଦ୍ଧା ଭିନେଶ ଲଢ଼ିବା ପରଠାରୁ ଏହା ବିଶେଷ ଧ୍ୟାନକୁ ଆସିଥିଲା। ପୂର୍ବତନ ବାଣିଜ୍ୟିକ ପାଇଲଟ୍ ତଥା ବିଜେପିର କ୍ୟାପଟେନ ଯୋଗେଶ ବୈରାଗୀଙ୍କଠାରୁ ଫୋଗେଟ୍ କଡ଼ା ପ୍ରତିନ୍ଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର