୫ ଜି ନେଟୱର୍କ ବିରୋଧରେ କୋର୍ଟରେ ମାମଲା ଦାଖଲ କଲେ ଅଭିନେତ୍ରୀ ଜୁହି ଚାୱଲା

The Sakala Picture
Published On

୫ ଜି ନେଟୱର୍କ ଲଞ୍ଚ ହେବା ପୂର୍ବରୁ ଦେଶରେ ଦେଖା ଦେଇଛି ବିବାଦ । ଦେଶରେ ୫ଜି ନେଟୱର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଏହି ଅତ୍ୟାଧୁନିକ ୫ଜି ନେଟୱର୍କ ଦ୍ୱାରା ନିର୍ଗତ ହେବାକୁ ଥିବା ବିକିରଣ ଅତ୍ୟନ୍ତ ମାରାତ୍ମକ ଓ ଘାତକ ବୋଲି ସେ କହିଛନ୍ତି। ସେ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଲେଖିଛନ୍ତି କି, ୫ ଜି ନେଟୱାର୍କ ମାନବ ଶରୀରର […]

୫ ଜି ନେଟୱର୍କ ଲଞ୍ଚ ହେବା ପୂର୍ବରୁ ଦେଶରେ ଦେଖା ଦେଇଛି ବିବାଦ । ଦେଶରେ ୫ଜି ନେଟୱର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଏହି ଅତ୍ୟାଧୁନିକ ୫ଜି ନେଟୱର୍କ ଦ୍ୱାରା ନିର୍ଗତ ହେବାକୁ ଥିବା ବିକିରଣ ଅତ୍ୟନ୍ତ ମାରାତ୍ମକ ଓ ଘାତକ ବୋଲି ସେ କହିଛନ୍ତି। ସେ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଲେଖିଛନ୍ତି କି, ୫ ଜି ନେଟୱାର୍କ ମାନବ ଶରୀରର ଇକୋ ସିଷ୍ଟମ ଉପରେ ଗମ୍ଭୀର ପ୍ରଭାବ ପକାଇବ , ଯାହାର କୌଣସି ଚିକିତ୍ସା ଉଦ୍ଭାବନ ହୋଇ ନଥିବା କଥା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ଜୁହି ଚାୱଲା କହିଛନ୍ତି କି ଯଦି ୫ଜି ଯୋଜନା ସଫଳ ହୁଏ, ତେବେ କୌଣସି ବ୍ୟକ୍ତି, ପଶୁ, ପକ୍ଷୀ, କୀଟପତଙ୍ଗ ଏବଂ ଉଦ୍ଭିଦ ଉପରେ ଏହାର କୁ ପ୍ରଭାବ ପଡ଼ିବ। ଆରଏଫ୍ ବିକିରଣ ଠାରୁ ୫ଜି ପ୍ରଭାବ 10x ରୁ 100x ଗୁଣ ଅଧିକ। ଆବେଦନରେ ଜୁହି କହିଛନ୍ତି, ଭାରତରେ ୫ଜି ଟେକ୍ନୋଲୋଜି ଦ୍ୱାରା ୨୪ ଘଣ୍ଟା ଓ ୩୬୫ ଦିନ ଲୋକମାନେ ପ୍ରଭାବିତ ହେବେ। ଏହା ନେଟୱର୍କ କ୍ଷମତାକୁ ବୃଦ୍ଧି କରିବ ହେଲେ ଏଥିରୁ ନିର୍ଗତ ବିକିରଣ ମାନବଜାତି ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ଉଦ୍ଭିଦଙ୍କ ଉପରେ କୁ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି କି ୫ ଜି ନେଟୱର୍କରୁ ଉତ୍ପନ ହେଉଥିବା ବିକିରଣ ପୃଥିବୀର ଇକୋ ସିଷ୍ଟମକୁ ବିଗାଡି ଦେବ । ଯାହାକୁ କି ଦ୍ୱିତୀୟ ଥର ପାଇଁ ସୁଧୁରା ଯାଇ ପାରିବ ନାହିଁ ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଜୁହିଙ୍କର ଏହି ଯାଚିକା ପ୍ରଥମେ ଜଷ୍ଟିସ୍ ସି.ହରିଶଂକରଙ୍କ ନିକଟରେ ପହଂଚିବା ପରେ ସେ ଏହାକୁ ଅନ୍ୟ ଏକ ବେଂଚକୁ ସ୍ଥାନାନ୍ତର କରିଛନ୍ତି । ଯେଉଁଠି କି ଏହି ମାମଲାର ଶୁଣାଣି ଜୁନ୍ ୨ ତାରିଖରେ ହେବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର