କର୍ମକ୍ଷେତ୍ରରେ ଗାଳି ସହ ମିଳୁଛି ଯୌନ ନିର୍ଯାତନା: ଜୀବନ ହାରିବାକୁ ଅନୁମତି ଲୋଡ଼ିଲେ ମହିଳା ବିଚାରପତି

The Sakala Picture
Published On

ଲକ୍ଷ୍ନୌ: ନିଜ କାର୍ଯ୍ୟକାଳ ମଧ୍ୟରେ ଅତ୍ୟନ୍ତ ଘୃଣ୍ୟ ମନ୍ତବ୍ୟ, ଅଶ୍ଳୀଳ ଗାଳି ଏବଂ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ମହିଳା ବିଚାରପତି ନିଜ ଜୀବନ ହାରିବାକୁ ପ୍ରଧାନବିଚାରପତି(ସିଜେଆଇ)ଙ୍କ ଅନୁମତି ଲୋଡ଼ି ଚିଠି ଲେଖିବା ଘଟଣା ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଚାକିରି ଜୀବନରେ ସେ ବିଭିନ୍ନ ସ୍ଥାନରେ ଯେଭଳି ନିର୍ଯାତନାର ଶିକାର ହୋଇଛନ୍ତି ତଦ୍ବାରା ସେ ନିଜ ଜୀବନକୁ ଘୃଣା କରିବା ସହିତ ମୃତ୍ୟୁକୁ ପସନ୍ଦ କରୁଛନ୍ତି ବୋଲି ତାଙ୍କ ଚିଠିରେ ଉଲ୍ଲେଖ […]

ଲକ୍ଷ୍ନୌ: ନିଜ କାର୍ଯ୍ୟକାଳ ମଧ୍ୟରେ ଅତ୍ୟନ୍ତ ଘୃଣ୍ୟ ମନ୍ତବ୍ୟ, ଅଶ୍ଳୀଳ ଗାଳି ଏବଂ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ମହିଳା ବିଚାରପତି ନିଜ ଜୀବନ ହାରିବାକୁ ପ୍ରଧାନବିଚାରପତି(ସିଜେଆଇ)ଙ୍କ ଅନୁମତି ଲୋଡ଼ି ଚିଠି ଲେଖିବା ଘଟଣା ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଚାକିରି ଜୀବନରେ ସେ ବିଭିନ୍ନ ସ୍ଥାନରେ ଯେଭଳି ନିର୍ଯାତନାର ଶିକାର ହୋଇଛନ୍ତି ତଦ୍ବାରା ସେ ନିଜ ଜୀବନକୁ ଘୃଣା କରିବା ସହିତ ମୃତ୍ୟୁକୁ ପସନ୍ଦ କରୁଛନ୍ତି ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସିଜେଆଇଙ୍କୁ ଚିଠି ଲେଖିଥିବା ଏହି ମହିଳା ବିଚାରପତି ଜଣଙ୍କ ହେଲେ ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା କୋର୍ଟର ଜଣେ ବିଚାରପତି। ସେ ନିଜ ପାଠ ପଢା ଶେଷ କରିବା ପରେ ନ୍ୟାୟିକ ସେବାରେ ଯୋଗ ଦେଇ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ଅତ୍ୟନ୍ତ ଉତ୍ସାହର ସହିତ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯାହା କିଛି ଦେଖିଲେ ଏବଂ ଅନୁଭବ କଲେ ତାହାକୁ ସେ କଦାଚିତ କଳ୍ପନା କରି ନଥିଲେ ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ସିଇସିଙ୍କ ବିରୋଧରେ ଅକ୍ଟୋବର ୧୦ରେ ଜନ୍ତର ମନ୍ତରରେ ବିକ୍ଷୋଭ: ଦିଲ୍ଲୀ ପୋଲିସକୁ ଔପଚାରିକ ସୂଚନା ଦେଲେ ସୌରଭ ଦାସ

ସେ କହିଛନ୍ତି ଯେ, ଚାକିରି ଜୀବନର ପ୍ରାରମ୍ଭରୁ ସେ ବିଭିନ୍ନ ସ୍ଥାନରେ ଲୋକଙ୍କ ଠାରୁ ଗାଳି ଶୁଣିବା ସହିତ ଅତ୍ୟନ୍ତ କଠୋର ଏବଂ ଅଶ୍ଲୀଳ ଭାଷାର ଶିକାର ହୋଇଛନ୍ତି। ଏପରିକି ସାଧାରଣ ମଞ୍ଚରେ ମଧ୍ୟ ଲୋକମାନେ ତାଙ୍କୁ ଯେଭଳି ଗାଳି ଗୁଲଜ କରି ନିର୍ଯାତନା ଦେଇଛନ୍ତି ତାହା ମଧ୍ୟ ଅବର୍ଣ୍ଣନୀୟ। କେବଳ ସେତିକିେର ବି କଥା ସରିନାହିଁ। ତାଙ୍କୁ ଅନେକ ସ୍ଥାନରେ ମଧ୍ୟ ଯୌନ ନିର୍ଯାତନା ଦିଆଯାଇଛି ବୋଲି ବିଚାରପତି ଜଣଙ୍କ ସିଜେଆଇଙ୍କୁ ଲେଖିଥିବା ତାଙ୍କ ଚିଠିରେ ଦର୍ଶାଇଛନ୍ତି। ତାଙ୍କ ସବୁସ୍ଥାନରେ ଅଳିଆଗଦା ଭଳି ବ୍ୟବହାର କରାଯାଇଥିଲା ବେଳେ ଅତ୍ୟନ୍ତ ଅମଣିଷ ଭଳି ବ୍ୟବହାର କରାଯାଇଛି। ଜଣେ ବିଚାରପତିଙ୍କ ପ୍ରତି ଯଦି ସମାଜରେ ଏଭଳି ସମସ୍ୟା ରହିଛି ତେବେ ଦେଶରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାଙ୍କ ସ୍ଥିତି କିଭଳି ରହିଥିବା ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ CJPର ବିଶାଳ ବିକ୍ଷୋଭ: ୧୭୦ଟି ପାସେଞ୍ଜର ଟ୍ରେନ୍ ବାତିଲ, ଯାତ୍ରୀଙ୍କ ପାଇଁ ସମସ୍ୟା

ଦୀର୍ଘ ଦିନ ସେ ନିର୍ଯାତନାର ଶିକାର ହୋଇ ଆସୁଥିଲା ବେଳେ ଏଥିପାଇଁ ସେ ବିଭିନ୍ନ ମଞ୍ଚରେ ଅଭିଯୋଗ କରିଛନ୍ତି। କିନ୍ତୁ ତାଙ୍କ ଅଭିଯୋଗ ପ୍ରତି କେହି ବି ଗୁରୁତ୍ବ ଦେଇ ନାହାନ୍ତି। ତେଣୁ ଜଣେ ସାଧାରଣ ମହିଳାଙ୍କ ଅବସ୍ଥା କ’ଣ ହେଉଥିବ ତାହା ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏପରିକି ତାଙ୍କୁ ରାତିରେ ଦେଖା କରିବାକୁ ଏଠାକାର ଜିଲ୍ଲା ଜଜ୍‌ ତାଙ୍କୁ ବହୁବାର କହିଛନ୍ତି। ଏହାକୁ ବିରୋଧ କରି ସେ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଜଣାଇଛନ୍ତି। କିନ୍ତୁ ତାଙ୍କ ଠାରୁ ମଧ୍ୟ କୌଣସି ଉତ୍ତର ପାଇନାହାନ୍ତି। ପରେ ପରେ ଆଡମିନିଷ୍ଟ୍ରେଟିଭ୍‌ ଜଜ୍‌ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ମଧ୍ୟ ଲେଖି ଜଣାଇଛନ୍ତି। କିନ୍ତୁ ସବୁଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଦେଶରେ ମହିଳାଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ପାଇଁ ମହିଳା ଯୌନ ସୁରକ୍ଷା ଆଇନ(୨୦୧୩) ପ୍ରଣୟନ କରାଯାଇଛି। କିନ୍ତୁ ଏହାର କୌଣସି ଯଥାର୍ଥତା ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ମହିଳା ବିଚାରପତି ଜଣକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଲେ କୋର୍ଟ କରିବେ ହସ୍ତକ୍ଷେପ: ସିଜେଆଇ ସୂର୍ଯ୍ୟ କାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର