ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ତୁର୍କୀ ଡ୍ରୋନରେ ଭାରତକୁ ଟାର୍ଗେଟ କରିଥିଲା ପାକିସ୍ତାନ: MEA

The Sakala Picture
Published On

ନୂଆଦିଲ୍ଲୀ: ଅପରେସନ ‘ସିନ୍ଦୂର’କୁ ନେଇ ଆଜି  MEA ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ,  ପାକିସ୍ତାନ ଷଡଯନ୍ତ୍ର କରି ଭାରତ ସୀମୀରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ଏଥିପାଇଁ ପାକିସ୍ତାନ ୩୦୦ରୁ ୪୦୦ଡ୍ରୋନ ବ୍ୟବହାର କରିଥିବାବେଳେ, ଭାରତୀୟ ସଶସ୍ତ୍ର ବଳ କାଇନାଇଟିକ୍ ଓ ନନକାଇନାଇଟିକ୍ ଟେକନିକ ବିନିଯୋଗ କରି ଏହାକୁ ପ୍ରତିହତ କରିଛି । ଡ୍ରୋନଗୁଡିକୁ ଖସାଇ ପକାଇଛି । ଖସିପଡିଥିବା ପାକ୍ ଡ୍ରୋନ ଗୁଡିକର ଭଗ୍ନାଂଶକୁ  ଫରେନ୍ସିକ ଯାଞ୍ଚ […]

ନୂଆଦିଲ୍ଲୀ: ଅପରେସନ ‘ସିନ୍ଦୂର’କୁ ନେଇ ଆଜି  MEA ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ,  ପାକିସ୍ତାନ ଷଡଯନ୍ତ୍ର କରି ଭାରତ ସୀମୀରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ଏଥିପାଇଁ ପାକିସ୍ତାନ ୩୦୦ରୁ ୪୦୦ଡ୍ରୋନ ବ୍ୟବହାର କରିଥିବାବେଳେ, ଭାରତୀୟ ସଶସ୍ତ୍ର ବଳ କାଇନାଇଟିକ୍ ଓ ନନକାଇନାଇଟିକ୍ ଟେକନିକ ବିନିଯୋଗ କରି ଏହାକୁ ପ୍ରତିହତ କରିଛି । ଡ୍ରୋନଗୁଡିକୁ ଖସାଇ ପକାଇଛି । ଖସିପଡିଥିବା ପାକ୍ ଡ୍ରୋନ ଗୁଡିକର ଭଗ୍ନାଂଶକୁ  ଫରେନ୍ସିକ ଯାଞ୍ଚ କରାଯାଉଛି।

ଆହୁରି ପଢ଼ନ୍ତୁ: ଆମେରିକା ଉପରେ ଇରାନର ନୂଆ ସର୍ତ୍ତ: ହର୍ମୁଜ ପ୍ରଣାଳୀ ଖୋଲିବାକୁ ମାଗିଲା ସମ୍ପୂର୍ଣ୍ଣ କ୍ଷତିପୂରଣ

ପାରମ୍ଭିକ ରିପୋର୍ଟ ମୁତାବକ, ଏସବୁ ଡ୍ରୋନ ତୁର୍କୀର ଡ୍ରୋନ ବୋଲି ଜଣାପଡିଛି । ଏହାପରେ ରାତିରେ ପାକିସ୍ତାନ ଭଟିଣ୍ଡାର ଏକ ସଶସ୍ତ୍ର ସୈନ୍ୟ ଷ୍ଟେସନକୁ ଟାର୍ଗେଟ କରିଥିଲା , ଯାହାକୁ ଲୋକେଟ୍ କରିବା ସହ ନିଷ୍କ୍ରିୟ କରାଯାଇଥିଲା । ସୀମାବର୍ତ୍ତୀ ଇଲାକାର ଅଧିକାଂଶ ସ୍ଥାନରେ ଆର୍ଟିଲାରୀ ଗନ୍, ସଶସ୍ତ୍ର ଡ୍ରୋନ ସାହାଯ୍ୟରେ ନିୟନ୍ତ୍ରଣ ରେଖା ପାଖରେ ପ୍ରବଳ ଗୁଳିମାଡ ବି କରିଥିଲା । ଯାହାର ପରିଣାମ ସ୍ବରୂପ ଭାରତର କିଛି ଯବାନ ସହିଦ ହେବା ସହ ଆଉ କିଛି ଯବାନ ଆହତ ହୋଇଛନ୍ତି । ଏହା ପାକିସ୍ତାନର ଜିଦଖୋର ମନୋଭାବକୁ ପ୍ରକାଶ କରିଛି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ବିବାଦରେ ପୂର୍ବତନ ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ବଡ଼ ଦାୟିତ୍ୱ: ରୁଷ ପକ୍ଷରୁ ମଧ୍ୟସ୍ଥକାରୀ ନିଯୁକ୍ତ

ମେ ୭ରେ ରାତି ସାଢେ ୭ଟାରେ ନିଜ ନାଗରିକ ବିମାନ ସେବା ବନ୍ଦ ନ କରି ବରଂ ଏହାକୁ ଭାରତ ବିରୋଧରେ ଢାଲ ଭାବେ ବ୍ୟବହାର କରୁଛି । ପାକିସ୍ତାନ ଜାଣିଛି ଭାରତ ଯେଉଁଭଳି ପ୍ରତିଆକ୍ରମଣ କରୁଛି ତା ଫଳରେ ଦୁଇ ଦେଶର ଆକାଶ ପଥରେ ଗଭୀର ପ୍ରଭାବ ପଡିବ, ଯାହା ନିଜ ନିଜ ଦେଶର ବିମାନ ଉଡାଣ ସହ ବିଦେଶ ଉଡାଣ ପାଇଁ ଆଦୌ ସୁରକ୍ଷିତ ନୁହେଁ । ତଥାପି ବିମାନ ଉଡାଣ ଜାରି ରଖିଛି । ଅନ୍ୟପଟେ ଭାରତୀୟ ବାୟୁସେନା ନିଜର ପୂର୍ଣ୍ଣ ସଞ୍ଜମତା ଦେଖାଇଛି ଏବଂ ଏହି ଭାବରେ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ସେବାରେ ସୁରକ୍ଷାକୁ ସୁନିଶ୍ଚିତ କରିଛି।

ଆହୁରି ପଢ଼ନ୍ତୁ: ବିହାରରେ ଶିକ୍ଷକ ନିଯୁକ୍ତିକୁ ନେଇ ହଙ୍ଗାମା: ସରକାରଙ୍କୁ ୫ ଦିନର ଅଲ୍ଟିମେଟମ୍, ୧୮ରୁ ଆମରଣ ଅନଶନ ଚେତାବନୀ

ଆମ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଛି ପାକିସ୍ତାନ । LOCରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି।  ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ।ପାକିସ୍ତାନ ଗୁରୁଦ୍ବାରା, ଚର୍ଚ୍ଚ ଉପରେ ଆକ୍ରମଣ କରୁଛି । ଏକ ଖ୍ରୀଷ୍ଟିଆନ୍ ସ୍କୁଲକୁ ଟାର୍ଗେଟ କରିଛି ପାକିସ୍ତାନ। ଯେଉଁଥିରେ ୨ ଜଣ ପ୍ରାଣ ହରାଇଛନ୍ତି । ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ।

09 May 2025 By The Sakala

ତୁର୍କୀ ଡ୍ରୋନରେ ଭାରତକୁ ଟାର୍ଗେଟ କରିଥିଲା ପାକିସ୍ତାନ: MEA

ନୂଆଦିଲ୍ଲୀ: ଅପରେସନ ‘ସିନ୍ଦୂର’କୁ ନେଇ ଆଜି  MEA ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ,  ପାକିସ୍ତାନ ଷଡଯନ୍ତ୍ର କରି ଭାରତ ସୀମୀରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ଏଥିପାଇଁ ପାକିସ୍ତାନ ୩୦୦ରୁ ୪୦୦ଡ୍ରୋନ ବ୍ୟବହାର କରିଥିବାବେଳେ, ଭାରତୀୟ ସଶସ୍ତ୍ର ବଳ କାଇନାଇଟିକ୍ ଓ ନନକାଇନାଇଟିକ୍ ଟେକନିକ ବିନିଯୋଗ କରି ଏହାକୁ ପ୍ରତିହତ କରିଛି । ଡ୍ରୋନଗୁଡିକୁ ଖସାଇ ପକାଇଛି । ଖସିପଡିଥିବା ପାକ୍ ଡ୍ରୋନ ଗୁଡିକର ଭଗ୍ନାଂଶକୁ  ଫରେନ୍ସିକ ଯାଞ୍ଚ କରାଯାଉଛି।

ପାରମ୍ଭିକ ରିପୋର୍ଟ ମୁତାବକ, ଏସବୁ ଡ୍ରୋନ ତୁର୍କୀର ଡ୍ରୋନ ବୋଲି ଜଣାପଡିଛି । ଏହାପରେ ରାତିରେ ପାକିସ୍ତାନ ଭଟିଣ୍ଡାର ଏକ ସଶସ୍ତ୍ର ସୈନ୍ୟ ଷ୍ଟେସନକୁ ଟାର୍ଗେଟ କରିଥିଲା , ଯାହାକୁ ଲୋକେଟ୍ କରିବା ସହ ନିଷ୍କ୍ରିୟ କରାଯାଇଥିଲା । ସୀମାବର୍ତ୍ତୀ ଇଲାକାର ଅଧିକାଂଶ ସ୍ଥାନରେ ଆର୍ଟିଲାରୀ ଗନ୍, ସଶସ୍ତ୍ର ଡ୍ରୋନ ସାହାଯ୍ୟରେ ନିୟନ୍ତ୍ରଣ ରେଖା ପାଖରେ ପ୍ରବଳ ଗୁଳିମାଡ ବି କରିଥିଲା । ଯାହାର ପରିଣାମ ସ୍ବରୂପ ଭାରତର କିଛି ଯବାନ ସହିଦ ହେବା ସହ ଆଉ କିଛି ଯବାନ ଆହତ ହୋଇଛନ୍ତି । ଏହା ପାକିସ୍ତାନର ଜିଦଖୋର ମନୋଭାବକୁ ପ୍ରକାଶ କରିଛି ।

ମେ ୭ରେ ରାତି ସାଢେ ୭ଟାରେ ନିଜ ନାଗରିକ ବିମାନ ସେବା ବନ୍ଦ ନ କରି ବରଂ ଏହାକୁ ଭାରତ ବିରୋଧରେ ଢାଲ ଭାବେ ବ୍ୟବହାର କରୁଛି । ପାକିସ୍ତାନ ଜାଣିଛି ଭାରତ ଯେଉଁଭଳି ପ୍ରତିଆକ୍ରମଣ କରୁଛି ତା ଫଳରେ ଦୁଇ ଦେଶର ଆକାଶ ପଥରେ ଗଭୀର ପ୍ରଭାବ ପଡିବ, ଯାହା ନିଜ ନିଜ ଦେଶର ବିମାନ ଉଡାଣ ସହ ବିଦେଶ ଉଡାଣ ପାଇଁ ଆଦୌ ସୁରକ୍ଷିତ ନୁହେଁ । ତଥାପି ବିମାନ ଉଡାଣ ଜାରି ରଖିଛି । ଅନ୍ୟପଟେ ଭାରତୀୟ ବାୟୁସେନା ନିଜର ପୂର୍ଣ୍ଣ ସଞ୍ଜମତା ଦେଖାଇଛି ଏବଂ ଏହି ଭାବରେ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ସେବାରେ ସୁରକ୍ଷାକୁ ସୁନିଶ୍ଚିତ କରିଛି।

ଆମ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଛି ପାକିସ୍ତାନ । LOCରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି।  ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ।ପାକିସ୍ତାନ ଗୁରୁଦ୍ବାରା, ଚର୍ଚ୍ଚ ଉପରେ ଆକ୍ରମଣ କରୁଛି । ଏକ ଖ୍ରୀଷ୍ଟିଆନ୍ ସ୍କୁଲକୁ ଟାର୍ଗେଟ କରିଛି ପାକିସ୍ତାନ। ଯେଉଁଥିରେ ୨ ଜଣ ପ୍ରାଣ ହରାଇଛନ୍ତି । ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର