ମନୋରଞ୍ଜନ
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ
ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ( JMM)ର ବିଧାୟକ ଦଳ ନେତା ଚମ୍ପଇ ସୋରେନ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ରାଜଭବନରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳ ନେତା ହେଉଛନ୍ତି ୬୨ ବର୍ଷୀୟ ଚମ୍ପଇ ସୋରେନ। ୨୦୦୫ ମସିହାରୁ କ୍ରମାଗତ ଭାବେ ଚମ୍ପଇ ସୋରେନ ୪ ଥର ବିଧାୟକ ଭାବେ ଜିତିଛନ୍ତି । ୩ ଥର ବିଭିନ୍ନ […]
ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ( JMM)ର ବିଧାୟକ ଦଳ ନେତା ଚମ୍ପଇ ସୋରେନ ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ରାଜଭବନରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଦଳ ନେତା ହେଉଛନ୍ତି ୬୨ ବର୍ଷୀୟ ଚମ୍ପଇ ସୋରେନ। ୨୦୦୫ ମସିହାରୁ କ୍ରମାଗତ ଭାବେ ଚମ୍ପଇ ସୋରେନ ୪ ଥର ବିଧାୟକ ଭାବେ ଜିତିଛନ୍ତି । ୩ ଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ହେମନ୍ତ ସୋରେନଙ୍କ ମନ୍ତ୍ରୀମଣ୍ଡଳରେ ଚମ୍ପଇ ସୋରେନ ପରିବହନ, ପଛୁଆ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ । ୨୦୦୫ ମସିହାରେ ପ୍ରଥମ ଥର ପାଇଁ ସରାୟକେଲା ଆସନରୁ ଚମ୍ପାଇ ସୋରେନ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।






