ଅଫିସ ଅଫ ପ୍ରଫିଟ ମାମଲା: ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

The Sakala Picture
Published On

ରାଞ୍ଚି: ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଇଡିରେ ହାଜର ହେବା ପୂର୍ବରୁ ସୋରେନ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ମାଇନିଂ ମାମଲାରେ ତାଙ୍କୁ ଫସାଯାଉଥିବା ସୋରେନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏକ ସାମ୍ବିଧାନିକ ପଦବୀରେ ଅଛି । କିନ୍ତୁ ଯେଉଁଭଳି ଭାବେ ମୋତେ ସମନ […]

ରାଞ୍ଚି: ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଇଡିରେ ହାଜର ହେବା ପୂର୍ବରୁ ସୋରେନ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ମାଇନିଂ ମାମଲାରେ ତାଙ୍କୁ ଫସାଯାଉଥିବା ସୋରେନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏକ ସାମ୍ବିଧାନିକ ପଦବୀରେ ଅଛି । କିନ୍ତୁ ଯେଉଁଭଳି ଭାବେ ମୋତେ ସମନ କରାଯାଇଛି ଲାଗୁଛି ମୁଁ ଦେଶ ଛାଡି ଫେରାର ହୋଇଯିବି’’।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

ବିଜେପି ଇଙ୍ଗିତରେ କେନ୍ଦ୍ରୀୟ ଏଜେନ୍ସି ବିରୋଧୀଙ୍କୁ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି । ରାଞ୍ଚିରେ ଜେଏମଏମ ନେତା ଓ ସମର୍ଥକମାନେ ଏକାଠି ହୋଇ ସୋରେନଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରାଯାଉଥିବା ନେଇ ନାରାବାଜି କରିଥିଲେ । ସମର୍ଥକଙ୍କ ଭିଡକୁ ଦୃଷ୍ଟିରେ ରଖି ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

ଇଡି ସମନ ପରେ ଗତକାଲି ଜେଏମଏମ ଓ କଂଗ୍ରେସ ବିଧାୟକଙ୍କ ଅଲଗା ଅଲଗା ବୈଠକ ବସିଥିଲା । ଏହାପରେ ସୋରେନ ସରକାରରେ ସାମିଲ ଥିବା ସମସ୍ତ ଦଳର ବିଧାୟକଙ୍କ ବୈଠକ ହୋଇଥିଲା । ବୈଠକରେ ନିଷ୍ପତ୍ତି ମୁତାବକ ଆଜି ସୋରେନ ଇଡି କାର୍ଯ୍ୟାଳୟରେ ହାଜର ହେବେ । ବେଆଇନ ଖଣି ଖନନ, ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଇଡି ଏକାଧିକ ଗିରଫଦାରୀ କରିସାରିଛି ।

17 Nov 2022 By The Sakala

ଅଫିସ ଅଫ ପ୍ରଫିଟ ମାମଲା: ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ରାଞ୍ଚି: ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଇଡିରେ ହାଜର ହେବା ପୂର୍ବରୁ ସୋରେନ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ମାଇନିଂ ମାମଲାରେ ତାଙ୍କୁ ଫସାଯାଉଥିବା ସୋରେନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏକ ସାମ୍ବିଧାନିକ ପଦବୀରେ ଅଛି । କିନ୍ତୁ ଯେଉଁଭଳି ଭାବେ ମୋତେ ସମନ କରାଯାଇଛି ଲାଗୁଛି ମୁଁ ଦେଶ ଛାଡି ଫେରାର ହୋଇଯିବି’’।

ବିଜେପି ଇଙ୍ଗିତରେ କେନ୍ଦ୍ରୀୟ ଏଜେନ୍ସି ବିରୋଧୀଙ୍କୁ ଟାର୍ଗେଟ କରୁଛି ବୋଲି ସେ କହିଛନ୍ତି । ରାଞ୍ଚିରେ ଜେଏମଏମ ନେତା ଓ ସମର୍ଥକମାନେ ଏକାଠି ହୋଇ ସୋରେନଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରାଯାଉଥିବା ନେଇ ନାରାବାଜି କରିଥିଲେ । ସମର୍ଥକଙ୍କ ଭିଡକୁ ଦୃଷ୍ଟିରେ ରଖି ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଇଡି ସମନ ପରେ ଗତକାଲି ଜେଏମଏମ ଓ କଂଗ୍ରେସ ବିଧାୟକଙ୍କ ଅଲଗା ଅଲଗା ବୈଠକ ବସିଥିଲା । ଏହାପରେ ସୋରେନ ସରକାରରେ ସାମିଲ ଥିବା ସମସ୍ତ ଦଳର ବିଧାୟକଙ୍କ ବୈଠକ ହୋଇଥିଲା । ବୈଠକରେ ନିଷ୍ପତ୍ତି ମୁତାବକ ଆଜି ସୋରେନ ଇଡି କାର୍ଯ୍ୟାଳୟରେ ହାଜର ହେବେ । ବେଆଇନ ଖଣି ଖନନ, ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଇଡି ଏକାଧିକ ଗିରଫଦାରୀ କରିସାରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର