ଜୟପୁରରେ ୩୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍: ଅଭିଯୁକ୍ତଙ୍କୁ ଖାଲି ପାଦରେ ଚଲାଇଲା ପୋଲିସ, ଭିଡିଓ ଭାଇରାଲ୍

Suryakanta Picture
Published On

ଜୟପୁରରେ ଏକ ବଡ଼ ଧରଣର ଅଳଙ୍କାର ଲୁଟ୍ ଘଟଣାରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜସ୍ଥାନର ଜୟପୁର ପୋଲିସ ୩୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ ଘଟଣାସ୍ଥଳରେ ଖାଲି ପାଦରେ ଚଲାଇ ଚଲାଇ ସିନ୍ ରିକ୍ରିଏସନ୍ (ଶିନାଖ୍ତ ପରେଡ୍) କରାଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଅଭିଯୁକ୍ତମାନଙ୍କ ଏହି ପରେଡ୍‌ର ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

କିପରି ହୋଇଥିଲା ଲୁଟ୍?

ସୂଚନା ଅନୁଯାୟୀ, ଗତ ଜୁଲାଇ ୩ ତାରିଖ ରାତିରେ ଖୋରାବିସଲ ଅଞ୍ଚଳର ନାଙ୍ଗଲ ଲାଡି ଠାରେ ଏହି ହାଇପ୍ରୋଫାଇଲ୍ ଲୁଟ୍ ଘଟିଥିଲା। ଅଳଙ୍କାର ବ୍ୟବସାୟୀ ଶଙ୍କରଲାଲ ଶର୍ମା ନିଜ ବାଇକରେ ଘରକୁ ଫେରୁଥିବା ବେଳେ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଏକ କାର୍ ସାହାଯ୍ୟରେ ତାଙ୍କ ବାଇକ୍ ଆଗରେ ଗାଡି ରଖି ରାସ୍ତା ଅଟକାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଲାଠି ଓ ବାଡ଼ିରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଶଙ୍କରଲାଲଙ୍କ ଦୁଇ ହାତ ଭାଙ୍ଗିଯିବା ସହ ତାଙ୍କ ମୁଣ୍ଡ ଏବଂ ନାକରେ ଗଭୀର ଆଘାତ ଲାଗିଥିଲା। ଦୁର୍ବୃତ୍ତମାନେ ତାଙ୍କ ନିକଟରୁ ପ୍ରାୟ ୩୫ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଏବଂ ୧.୫୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଲୁଟି ନେଇ ଫେରାର୍ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଭାଇରାଲ୍ ଭିଡିଓ

ଏହି ଘଟଣାର ତଦନ୍ତ କରି ଜୟପୁର ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ପରେ ପୋଲିସ ସେମାନଙ୍କୁ ଅପରାଧ ଘଟିଥିବା ସ୍ଥାନକୁ ଆଣି ପରେଡ୍ କରାଇଥିଲା। ଭାଇରାଲ୍ ହେଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ଅଭିଯୁକ୍ତମାନେ ପୋଲିସ ଘେରବନ୍ଦୀ ମଧ୍ୟରେ ଖାଲି ପାଦରେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି ଏବଂ ମୁଣ୍ଡ ତଳକୁ କରି କ୍ଷମା ମାଗୁଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଅପରାଧୀଙ୍କ ଏଭଳି ଦଶା ଦେଖିବା ପାଇଁ ସେଠାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା। ଉପସ୍ଥିତ ଜନତା ପୋଲିସର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ 'ଜୟପୁର ପୋଲିସ ଜିନ୍ଦାବାଦ' ନାରା ଲଗାଇଥିଲେ। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର