ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଭରଣପୋଷଣ ନାମରେ ସମାନ ସମ୍ପତ୍ତି ବାଣ୍ଟିବା ଭୁଲ୍‌…

The Sakala Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ବଡ଼ ରାୟ ଦେଇଛନ୍ତି। ଭରଣପୋଷଣ ଭତ୍ତା ନାମରେ ସ୍ବାମୀଙ୍କ ସମ୍ପତ୍ତିକୁ ସମାନ ଭାବେ ବାଣ୍ଟିବା ଭୁଲ୍‌ ବୋଲି କୋର୍ଟ କହିଛନ୍ତି। ଆର୍ଥିକ ସ୍ଥିତିକୁ ସ୍ବାମୀଙ୍କ ସମାନ କରିବାକୁ ଏହି ଭତ୍ତା ଉଦ୍ଦିଷ୍ଟ ନୁହେଁ। ଏହା କେବଳ ଜୀବନଯାପନ ସ୍ତରକୁ ଉତ୍ତମ କରିବା ପାଇଁ ଦିଆଯାଇଥାଏ। ମହିଳା ଏଥିପ୍ରତି ସାବଧାନ ରହିବା ଉଚିତ ଯେ ଆଇନ ସେମାନଙ୍କ ମଙ୍ଗଳ ପାଇଁ ରହିଛି। ସ୍ବାମୀଙ୍କୁ ଦଣ୍ଡ ଦେବାକୁ, ଧମକାଇବାକୁ, ତାଙ୍କ ଉପରେ ଚାପ ପକାଇ ଜୋର […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ବଡ଼ ରାୟ ଦେଇଛନ୍ତି। ଭରଣପୋଷଣ ଭତ୍ତା ନାମରେ ସ୍ବାମୀଙ୍କ ସମ୍ପତ୍ତିକୁ ସମାନ ଭାବେ ବାଣ୍ଟିବା ଭୁଲ୍‌ ବୋଲି କୋର୍ଟ କହିଛନ୍ତି। ଆର୍ଥିକ ସ୍ଥିତିକୁ ସ୍ବାମୀଙ୍କ ସମାନ କରିବାକୁ ଏହି ଭତ୍ତା ଉଦ୍ଦିଷ୍ଟ ନୁହେଁ। ଏହା କେବଳ ଜୀବନଯାପନ ସ୍ତରକୁ ଉତ୍ତମ କରିବା ପାଇଁ ଦିଆଯାଇଥାଏ। ମହିଳା ଏଥିପ୍ରତି ସାବଧାନ ରହିବା ଉଚିତ ଯେ ଆଇନ ସେମାନଙ୍କ ମଙ୍ଗଳ ପାଇଁ ରହିଛି। ସ୍ବାମୀଙ୍କୁ ଦଣ୍ଡ ଦେବାକୁ, ଧମକାଇବାକୁ, ତାଙ୍କ ଉପରେ ଚାପ ପକାଇ ଜୋର ଜବରଦସ୍ତି ଟଙ୍କା ଆଦାୟ କରିବା ପାଇଁ ଆଇନକୁ ବ୍ୟବହାର କରାଯାଇପାରିବ ନାହିଁ। ଦେଶରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମାମଲାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ଅତୁଲ ରାଷ୍ଟ୍ରପତିଙ୍କ ନାମରେ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଏଥିରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାରକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସୁପ୍ରିମକୋର୍ଟରେ ଏକ ଦମ୍ପତ୍ତି ଛାଡ଼ପତ୍ର ଆବେଦନ କରିଥିଲେ। ଉଭୟଙ୍କ ବିବାହ ୨୦୨୧ରେ ହୋଇଥିଲା। ଏହାପରେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ମହିଳା ୮୦ ବର୍ଷୀୟ ଶଶୁରଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଅପ୍ରାକୃତିକ ଯୌନ ସମ୍ବନ୍ଧ ମାମଲା ରୁଜୁ କରିଥିଲେ। ଏହି ବ୍ୟକ୍ତି ଆମେରିକା ନାଗରିକ ଥିଲେ। ସେ ଆଇଟି କନ୍‌ସଲଟାନ୍ସି ବ୍ୟବସାୟ କରୁଥିଲେ। ଏହି ମାମଲାରେ ପତ୍ନୀ କୋର୍ଟରେ ଦାବି କରିଥିଲେ ଯେ ତାଙ୍କ ସ୍ବାମୀ ୫ ହଜାର କୋଟି ଟଙ୍କାର ମାଲିକ। ଏହା ସହିତ ଆମେରିକା ଏବଂ ଭାରତରେ ତାଙ୍କର ଅନେକ ସମ୍ପତ୍ତି ରହିଛି। ପୂର୍ବ ପତ୍ନୀଠାରୁ ଅଲଗା ହେବା ସମୟରେ ସେ ୫୦୦ କୋଟି ଟଙ୍କାର ସମ୍ପତ୍ତି ଏବଂ ଭର୍ଜିନିଆରେ ଘର ଦେଇଥିଲେ। ଉଭୟଙ୍କ ସମ୍ବନ୍ଧ ସୁଧୁରି ପାରିବନାହିଁ ବୋଲି ମତ ଦେଇ ସୁପ୍ରିମକୋର୍ଟ ଛାଡ଼ପତ୍ରକୁ ମଞ୍ଜୁରି ଦେଇଥିଲେ। ପତ୍ନୀଙ୍କୁ ଏକାଥରକେ ମାସେ ଭିତରେ ୧୨ କୋଟି ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଖଣ୍ଡପୀଠ କହିଥିଲେ ଯେ ଭରଣପୋଷଣ ଭତ୍ତା ନାମରେ ସମ୍ପତ୍ତିକୁ ସମାନ ଭାବେ ବଣ୍ଟା ଯାଇପାରିବ ନାହିଁ। ଅନେକ ସମୟରେ ଭରଣପୋଷଣ ଭତ୍ତା ଜନିତ ଆବେଦନରେ ସମ୍ପତ୍ତି ବିଷୟରେ ଖୁଲାସା ହୋଇଥାଏ। ଜୀବନସାଥିର ସମ୍ପତ୍ତି, ସ୍ଥିତି ଏବଂ ଆୟ ବିଷୟରେ ଜଣାପଡ଼ିଥାଏ। ପରେ ପତ୍ନୀ ନିଜ ସ୍ବାମୀଠାରୁ ଅଧା ସମ୍ପତ୍ତି ଚାହିଁଥାଆନ୍ତି। କୋର୍ଟ ଆବେଦନକାରୀ ମହିଳାଙ୍କୁ ପ୍ରଶ୍ନ କରିଥିଲେ ଯେ ଯଦି ଅଲଗା ହେବା ପରେ ସ୍ବାମୀ ଭିକାରୀ ହୋଇଯିବେ ତେବେ ସେ କ’ଣ ନିଜ ସମ୍ପତ୍ତିର ସମାନ ହକ୍‌ ଦେବେ? ଖଣ୍ଡପୀଠ ମତ ଦେଇଥିଲେ ଯେ ହିନ୍ଦୁଙ୍କ ପାଇଁ ବିବାହ ପବିତ୍ର ସଂସ୍କାର ହୋଇଥାଏ। ଏହାକୁ ପରିବାରର ମୂଳଦୁଆ ଧରାଯାଇଥାଏ। ଏହାକୁ ବ୍ୟବସାୟ ଭାବେ ଦେଖିବା ଅନୁଚିତ।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

21 Dec 2024 By The Sakala

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଭରଣପୋଷଣ ନାମରେ ସମାନ ସମ୍ପତ୍ତି ବାଣ୍ଟିବା ଭୁଲ୍‌…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ବଡ଼ ରାୟ ଦେଇଛନ୍ତି। ଭରଣପୋଷଣ ଭତ୍ତା ନାମରେ ସ୍ବାମୀଙ୍କ ସମ୍ପତ୍ତିକୁ ସମାନ ଭାବେ ବାଣ୍ଟିବା ଭୁଲ୍‌ ବୋଲି କୋର୍ଟ କହିଛନ୍ତି। ଆର୍ଥିକ ସ୍ଥିତିକୁ ସ୍ବାମୀଙ୍କ ସମାନ କରିବାକୁ ଏହି ଭତ୍ତା ଉଦ୍ଦିଷ୍ଟ ନୁହେଁ। ଏହା କେବଳ ଜୀବନଯାପନ ସ୍ତରକୁ ଉତ୍ତମ କରିବା ପାଇଁ ଦିଆଯାଇଥାଏ। ମହିଳା ଏଥିପ୍ରତି ସାବଧାନ ରହିବା ଉଚିତ ଯେ ଆଇନ ସେମାନଙ୍କ ମଙ୍ଗଳ ପାଇଁ ରହିଛି। ସ୍ବାମୀଙ୍କୁ ଦଣ୍ଡ ଦେବାକୁ, ଧମକାଇବାକୁ, ତାଙ୍କ ଉପରେ ଚାପ ପକାଇ ଜୋର ଜବରଦସ୍ତି ଟଙ୍କା ଆଦାୟ କରିବା ପାଇଁ ଆଇନକୁ ବ୍ୟବହାର କରାଯାଇପାରିବ ନାହିଁ। ଦେଶରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମାମଲାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ଅତୁଲ ରାଷ୍ଟ୍ରପତିଙ୍କ ନାମରେ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଏଥିରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାରକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।

ସୁପ୍ରିମକୋର୍ଟରେ ଏକ ଦମ୍ପତ୍ତି ଛାଡ଼ପତ୍ର ଆବେଦନ କରିଥିଲେ। ଉଭୟଙ୍କ ବିବାହ ୨୦୨୧ରେ ହୋଇଥିଲା। ଏହାପରେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ମହିଳା ୮୦ ବର୍ଷୀୟ ଶଶୁରଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଅପ୍ରାକୃତିକ ଯୌନ ସମ୍ବନ୍ଧ ମାମଲା ରୁଜୁ କରିଥିଲେ। ଏହି ବ୍ୟକ୍ତି ଆମେରିକା ନାଗରିକ ଥିଲେ। ସେ ଆଇଟି କନ୍‌ସଲଟାନ୍ସି ବ୍ୟବସାୟ କରୁଥିଲେ। ଏହି ମାମଲାରେ ପତ୍ନୀ କୋର୍ଟରେ ଦାବି କରିଥିଲେ ଯେ ତାଙ୍କ ସ୍ବାମୀ ୫ ହଜାର କୋଟି ଟଙ୍କାର ମାଲିକ। ଏହା ସହିତ ଆମେରିକା ଏବଂ ଭାରତରେ ତାଙ୍କର ଅନେକ ସମ୍ପତ୍ତି ରହିଛି। ପୂର୍ବ ପତ୍ନୀଠାରୁ ଅଲଗା ହେବା ସମୟରେ ସେ ୫୦୦ କୋଟି ଟଙ୍କାର ସମ୍ପତ୍ତି ଏବଂ ଭର୍ଜିନିଆରେ ଘର ଦେଇଥିଲେ। ଉଭୟଙ୍କ ସମ୍ବନ୍ଧ ସୁଧୁରି ପାରିବନାହିଁ ବୋଲି ମତ ଦେଇ ସୁପ୍ରିମକୋର୍ଟ ଛାଡ଼ପତ୍ରକୁ ମଞ୍ଜୁରି ଦେଇଥିଲେ। ପତ୍ନୀଙ୍କୁ ଏକାଥରକେ ମାସେ ଭିତରେ ୧୨ କୋଟି ଟଙ୍କା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଖଣ୍ଡପୀଠ କହିଥିଲେ ଯେ ଭରଣପୋଷଣ ଭତ୍ତା ନାମରେ ସମ୍ପତ୍ତିକୁ ସମାନ ଭାବେ ବଣ୍ଟା ଯାଇପାରିବ ନାହିଁ। ଅନେକ ସମୟରେ ଭରଣପୋଷଣ ଭତ୍ତା ଜନିତ ଆବେଦନରେ ସମ୍ପତ୍ତି ବିଷୟରେ ଖୁଲାସା ହୋଇଥାଏ। ଜୀବନସାଥିର ସମ୍ପତ୍ତି, ସ୍ଥିତି ଏବଂ ଆୟ ବିଷୟରେ ଜଣାପଡ଼ିଥାଏ। ପରେ ପତ୍ନୀ ନିଜ ସ୍ବାମୀଠାରୁ ଅଧା ସମ୍ପତ୍ତି ଚାହିଁଥାଆନ୍ତି। କୋର୍ଟ ଆବେଦନକାରୀ ମହିଳାଙ୍କୁ ପ୍ରଶ୍ନ କରିଥିଲେ ଯେ ଯଦି ଅଲଗା ହେବା ପରେ ସ୍ବାମୀ ଭିକାରୀ ହୋଇଯିବେ ତେବେ ସେ କ’ଣ ନିଜ ସମ୍ପତ୍ତିର ସମାନ ହକ୍‌ ଦେବେ? ଖଣ୍ଡପୀଠ ମତ ଦେଇଥିଲେ ଯେ ହିନ୍ଦୁଙ୍କ ପାଇଁ ବିବାହ ପବିତ୍ର ସଂସ୍କାର ହୋଇଥାଏ। ଏହାକୁ ପରିବାରର ମୂଳଦୁଆ ଧରାଯାଇଥାଏ। ଏହାକୁ ବ୍ୟବସାୟ ଭାବେ ଦେଖିବା ଅନୁଚିତ।

https://www.thesakala.in/national-international/it-is-wrong-to-divide-equal-property-in-the-name-of-maintenance/article-37399
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର