ମହାମାରୀ ସମୟରେ ରୋଗୀଙ୍କ ଦୁଃଖର ଲାଭ ଉଠାଇ ବୃହତ ଶିଳ୍ପରେ ପରିଣତ ହେଲାଣି ଘରୋଇ ହସ୍ପିଟାଲ, ବନ୍ଦ କରିଦେବା ଭଲ: ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଘରୋଇ ହସ୍ପିଟାଲଗୁଡ଼ିକ ଲୋକଙ୍କ ଦୁଃଖରୁ ଲାଭ ଉଠାଇ ବୃହତ ଶିଳ୍ପରେ ପରିଣତ ହେଲେଣି। ରାଜ୍ୟ ସରକାରଗୁଡ଼ିକ ଘରୋଇ ଡାକ୍ତରଖାନାକୁ ଅନୁମତି ନଦେଇ ସରକାରୀ କ୍ଷେତ୍ରରେ ଅଧିକ ଉନ୍ନତ ହସ୍ପିଟାଲ ଖୋଲିବା ଦରକାର। ସରକାରୀ ସ୍ତରରେ ଉତ୍ତମ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେଉନଥିବାରୁ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି ରୋଗୀ ଓ ସେମାନଙ୍କ ପରିବାର । ଅଧିକାଂଶ ରୋଗୀ ସରକାରୀ ପରିବର୍ତ୍ତେ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ପସନ୍ଦ କରୁଛନ୍ତି […]

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଘରୋଇ ହସ୍ପିଟାଲଗୁଡ଼ିକ ଲୋକଙ୍କ ଦୁଃଖରୁ ଲାଭ ଉଠାଇ ବୃହତ ଶିଳ୍ପରେ ପରିଣତ ହେଲେଣି। ରାଜ୍ୟ ସରକାରଗୁଡ଼ିକ ଘରୋଇ ଡାକ୍ତରଖାନାକୁ ଅନୁମତି ନଦେଇ ସରକାରୀ କ୍ଷେତ୍ରରେ ଅଧିକ ଉନ୍ନତ ହସ୍ପିଟାଲ ଖୋଲିବା ଦରକାର। ସରକାରୀ ସ୍ତରରେ ଉତ୍ତମ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେଉନଥିବାରୁ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି ରୋଗୀ ଓ ସେମାନଙ୍କ ପରିବାର । ଅଧିକାଂଶ ରୋଗୀ ସରକାରୀ ପରିବର୍ତ୍ତେ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ପସନ୍ଦ କରୁଛନ୍ତି । ଆଉ ଏହାର ସୁଯୋଗ ନେଇ ଘରୋଇ ହସ୍ପିଟାଲଗୁଡିକ ମାଲାମାଲ ହେବା ଆଳରେ ଲୋକଙ୍କ କଷ୍ଟରୁ ଉଠାଉଛନ୍ତି ଲାଭ । ଏସବୁ ଉପରେ ଦୃଷ୍ଟି କେନ୍ଦ୍ରିତ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

କୋରୋନା ସମୟରେ ଘରୋଇ ହସ୍ପିଟାଲଗୁଡିକ ରୋଗୀଙ୍କ କଷ୍ଟରୁ ଲାଭ ହାତେଇବାକୁ ପ୍ରୟାସ କରୁଛନ୍ତି । ତେବେ ରାଜ୍ୟସରକାର ଘରୋଇ ହସ୍ପିଟାଲଗୁଡିକୁ ଅନୁମତି ଦେବା ପରିବର୍ତ୍ତେ ସରକାରୀ କ୍ଷେତ୍ରରେ ଉନ୍ନତ ହସ୍ପିଟାଲ ଖୋଲିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।ହସ୍ପିଟାଲଗୁଡିକ ଏବେ ରିଅଲ ଇଷ୍ଟେଟ ତଥା ବଡବଡ ଶିଳ୍ପସଂସ୍ଥାରେ ପରିଣତ ହେଉଛି । ତେବେ ଏସବୁକୁ ବନ୍ଦ କରିଦେଲେ ଭଲ ହେବ ବୋଲି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ଅଦାଲତ ।ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ହସ୍ପିଟାଲଗୁଡ଼ିକ ଏବେ ଲୋକଙ୍କ କଷ୍ଟ ଉପରେ ବଡବଡ ଶିଳ୍ପସଂସ୍ଥାରେ ଛିଡାକରିବାରେ ଲାଗିଛନ୍ତି। ସେମାନଙ୍କୁ ଲୋକଙ୍କ ଜୀବନକୁ ନେଇ ଆର୍ଥିକ ସ୍ତରରେ ଶକ୍ତିଶାଳୀ ହେବାକୁ ଦିଆଯିବ ନାହିଁ ସେଭଳି ହସ୍ପିଟାଲଗୁଡ଼ିକୁ ଏବେ ବନ୍ଦ କରି ଦିଆଯାଉ, ଯାହା ସମସ୍ତଙ୍କ ପାଇଁ ଭଲ ହେବ ବୋଲି କହିଛନ୍ତି କୋର୍ଟ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ସୂଚନାଯୋଗ୍ୟ ଗୁଜୁରାଟର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ମାମଲାର ଣୁଣାଣି କରି କୋର୍ଟ ଏହା କହିଛନ୍ତି। ହସ୍ପିଟାଲଗୁଡ଼ିକ ପାଇଁ ଧାର୍ୟ୍ୟ ସୁରକ୍ଷା ସମ୍ପର୍କିତ ଅନୁମତିର ତାରିଖକୁ ଗୁଜରାଟ ସରକାର ବୃଦ୍ଧି କରିଥିବାରୁ ଏହାକୁ ନେଇ ମଧ୍ୟ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି।ଖଣ୍ଡପୀଠ କହିଛନ୍ତି, ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଯାଇଥିଲେ। ସେ ଗୋଟିଏ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥାଆନ୍ତେ। କିନ୍ତୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁ ତାଙ୍କର ମୃତ୍ୟୁ ଘଟିଲା। ଦୁଇ ଜଣ ନର୍ସ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଗଲେ। ଏହି ଘଟଣା ଆମ ଆଖି ଆଗରେ ଘଟିଛି। ଏହା ସତ୍ତ୍ୱେ ଆମେ ଏପରି ହସ୍ପିଟାଲଗୁଡ଼ିକ ପାଇଁ ଧାର୍ୟ୍ୟ ସମୟକୁ ବୃଦ୍ଧି କରିବାରେ ଲାଗିଛେ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

19 Jul 2021 By The Sakala

ମହାମାରୀ ସମୟରେ ରୋଗୀଙ୍କ ଦୁଃଖର ଲାଭ ଉଠାଇ ବୃହତ ଶିଳ୍ପରେ ପରିଣତ ହେଲାଣି ଘରୋଇ ହସ୍ପିଟାଲ, ବନ୍ଦ କରିଦେବା ଭଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଘରୋଇ ହସ୍ପିଟାଲଗୁଡ଼ିକ ଲୋକଙ୍କ ଦୁଃଖରୁ ଲାଭ ଉଠାଇ ବୃହତ ଶିଳ୍ପରେ ପରିଣତ ହେଲେଣି। ରାଜ୍ୟ ସରକାରଗୁଡ଼ିକ ଘରୋଇ ଡାକ୍ତରଖାନାକୁ ଅନୁମତି ନଦେଇ ସରକାରୀ କ୍ଷେତ୍ରରେ ଅଧିକ ଉନ୍ନତ ହସ୍ପିଟାଲ ଖୋଲିବା ଦରକାର। ସରକାରୀ ସ୍ତରରେ ଉତ୍ତମ ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେଉନଥିବାରୁ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି ରୋଗୀ ଓ ସେମାନଙ୍କ ପରିବାର । ଅଧିକାଂଶ ରୋଗୀ ସରକାରୀ ପରିବର୍ତ୍ତେ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ପସନ୍ଦ କରୁଛନ୍ତି । ଆଉ ଏହାର ସୁଯୋଗ ନେଇ ଘରୋଇ ହସ୍ପିଟାଲଗୁଡିକ ମାଲାମାଲ ହେବା ଆଳରେ ଲୋକଙ୍କ କଷ୍ଟରୁ ଉଠାଉଛନ୍ତି ଲାଭ । ଏସବୁ ଉପରେ ଦୃଷ୍ଟି କେନ୍ଦ୍ରିତ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ।

କୋରୋନା ସମୟରେ ଘରୋଇ ହସ୍ପିଟାଲଗୁଡିକ ରୋଗୀଙ୍କ କଷ୍ଟରୁ ଲାଭ ହାତେଇବାକୁ ପ୍ରୟାସ କରୁଛନ୍ତି । ତେବେ ରାଜ୍ୟସରକାର ଘରୋଇ ହସ୍ପିଟାଲଗୁଡିକୁ ଅନୁମତି ଦେବା ପରିବର୍ତ୍ତେ ସରକାରୀ କ୍ଷେତ୍ରରେ ଉନ୍ନତ ହସ୍ପିଟାଲ ଖୋଲିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।ହସ୍ପିଟାଲଗୁଡିକ ଏବେ ରିଅଲ ଇଷ୍ଟେଟ ତଥା ବଡବଡ ଶିଳ୍ପସଂସ୍ଥାରେ ପରିଣତ ହେଉଛି । ତେବେ ଏସବୁକୁ ବନ୍ଦ କରିଦେଲେ ଭଲ ହେବ ବୋଲି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ଅଦାଲତ ।ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ହସ୍ପିଟାଲଗୁଡ଼ିକ ଏବେ ଲୋକଙ୍କ କଷ୍ଟ ଉପରେ ବଡବଡ ଶିଳ୍ପସଂସ୍ଥାରେ ଛିଡାକରିବାରେ ଲାଗିଛନ୍ତି। ସେମାନଙ୍କୁ ଲୋକଙ୍କ ଜୀବନକୁ ନେଇ ଆର୍ଥିକ ସ୍ତରରେ ଶକ୍ତିଶାଳୀ ହେବାକୁ ଦିଆଯିବ ନାହିଁ ସେଭଳି ହସ୍ପିଟାଲଗୁଡ଼ିକୁ ଏବେ ବନ୍ଦ କରି ଦିଆଯାଉ, ଯାହା ସମସ୍ତଙ୍କ ପାଇଁ ଭଲ ହେବ ବୋଲି କହିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଗୁଜୁରାଟର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ମାମଲାର ଣୁଣାଣି କରି କୋର୍ଟ ଏହା କହିଛନ୍ତି। ହସ୍ପିଟାଲଗୁଡ଼ିକ ପାଇଁ ଧାର୍ୟ୍ୟ ସୁରକ୍ଷା ସମ୍ପର୍କିତ ଅନୁମତିର ତାରିଖକୁ ଗୁଜରାଟ ସରକାର ବୃଦ୍ଧି କରିଥିବାରୁ ଏହାକୁ ନେଇ ମଧ୍ୟ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି।ଖଣ୍ଡପୀଠ କହିଛନ୍ତି, ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଯାଇଥିଲେ। ସେ ଗୋଟିଏ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥାଆନ୍ତେ। କିନ୍ତୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁ ତାଙ୍କର ମୃତ୍ୟୁ ଘଟିଲା। ଦୁଇ ଜଣ ନର୍ସ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଗଲେ। ଏହି ଘଟଣା ଆମ ଆଖି ଆଗରେ ଘଟିଛି। ଏହା ସତ୍ତ୍ୱେ ଆମେ ଏପରି ହସ୍ପିଟାଲଗୁଡ଼ିକ ପାଇଁ ଧାର୍ୟ୍ୟ ସମୟକୁ ବୃଦ୍ଧି କରିବାରେ ଲାଗିଛେ ବୋଲି କୋର୍ଟ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର