ଆଦିତ୍ୟ ଏଲ୍‌-୧କୁ ବଡ଼ ସଫଳତା: ସୂର୍ଯ୍ୟଙ୍କ କୋରୋନାରୁ ପ୍ଲାଜ୍‌ମା ବାହାରୁଥିବା ରେକର୍ଡ କଲା

The Sakala Picture
Published On

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌-୧’କୁ ବଡ଼ ସଫଳତା ମିଳିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ର ଏହି ଯାନରେ ଲାଗିଥିବା ଇନ୍‌-ସିଟୁ ପେଲୋଡ଼ ପ୍ଲାଜମା ଆନାଲାଇଜର ପ୍ୟାକେଜ ଫର ଆଦିତ୍ୟ (ପାପା)ସୂର୍ଯ୍ୟଙ୍କ ବାହ୍ୟ କ୍ଷେତ୍ର କୋରୋନାରୁ ପ୍ଲାଜମା ବାହାରୁଥିବା ଘଟଣାକୁ ରେକର୍ଡ କରିଛି। ଏହି ଘଟଣାକୁ କୋରୋନଲ ମାସ ଇଜେକ୍ସନ (ସିଏମଇ) କୁହାଯାଇଥାଏ। ଏହା ସୂର୍ଯ୍ୟଙ୍କ କାର୍ଯ୍ୟକଳାପର ଅଧ୍ୟୟନରେ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ। ସିଏମଇ ସମୟରେ ସୌର ପବନରେ ଇଲକେଟ୍ରୋନ ଏବଂ ଆୟନର […]

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌-୧’କୁ ବଡ଼ ସଫଳତା ମିଳିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ର ଏହି ଯାନରେ ଲାଗିଥିବା ଇନ୍‌-ସିଟୁ ପେଲୋଡ଼ ପ୍ଲାଜମା ଆନାଲାଇଜର ପ୍ୟାକେଜ ଫର ଆଦିତ୍ୟ (ପାପା)ସୂର୍ଯ୍ୟଙ୍କ ବାହ୍ୟ କ୍ଷେତ୍ର କୋରୋନାରୁ ପ୍ଲାଜମା ବାହାରୁଥିବା ଘଟଣାକୁ ରେକର୍ଡ କରିଛି। ଏହି ଘଟଣାକୁ କୋରୋନଲ ମାସ ଇଜେକ୍ସନ (ସିଏମଇ) କୁହାଯାଇଥାଏ। ଏହା ସୂର୍ଯ୍ୟଙ୍କ କାର୍ଯ୍ୟକଳାପର ଅଧ୍ୟୟନରେ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ। ସିଏମଇ ସମୟରେ ସୌର ପବନରେ ଇଲକେଟ୍ରୋନ ଏବଂ ଆୟନର ସଂଖ୍ୟା ଅଧିକ ବୃଦ୍ଧି ପାଇଥିବା ପାପାର ସେନ୍‌ସର ରେକର୍ଡ କରିଛି। ଏହି ପେଲୋଡକୁ ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟରର ସ୍ପେସ ଫିଜିକ୍ସ ଲାବରୋଟୋରୀ ଆଣ୍ଡ ଏଭିୟୋନିକ୍ସ ଏନଟିଟି ପ୍ରସ୍ତୁତ କରିଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଏହା ପୂର୍ବରୁ ୨୦୨୩ ଡିସେମ୍ବର ୧୫ ଏବଂ ୨୦୨୪ ଫେବୃଆରୀ ୧୦-୧୧ରେ ସୂର୍ଯ୍ୟ ପୃଷ୍ଠରେ ସିଏମଇ ଘଟଣା ଘଟିଥିଲା। ପାପା ପେଲୋଡକୁ ସୌର ପବନରେ ଥିବା ଇଲେକଟ୍ରୋନ ଏବଂ ଆୟନର ସମୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ୨ଟି ସେନ୍‌ସର ସୋଲାର ୱିଣ୍ଡ ଇଲେକଟ୍ରୋନ ଏନର୍ଜି ପ୍ରୋବ (ସ୍ବିପ) ଏବଂ ସୋଲାର ୱିଣ୍ଡ ଆୟନ କମ୍ପୋଜିସନ ଆନାଲାଇଜର (ସ୍ବୀକାର) ଲାଗିଛି। ସ୍ବିପ୍‌ ୧୦ ଇଲେକଟ୍ରୋନଭୋଲ୍ଟରୁ ନେଇ ୩ କିଲୋ ଇଲେକଟ୍ରୋନଭୋଲ୍ଟ ପର୍ଯ୍ୟନ୍ତ ଇଲେକଟ୍ରୋନ ଗଣନା କରିପାରିବ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର