ଆଉ କେଇ ଘଣ୍ଟାର ଅପେକ୍ଷା: ମହାକାଶ ବିଜ୍ଞାନରେ କୀର୍ତ୍ତିମାନ ରଚିବ ଇସ୍ରୋ, ଆଜି ଚନ୍ଦ୍ର ଅଭିମୁଖେ ଉଡାଣ ଭରିବ ଚନ୍ଦ୍ରଯାନ-୩’

The Sakala Picture
Published On

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଚନ୍ଦ୍ର ଅଭିଯାନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ମଧ୍ୟାହ୍ନରେ ଚନ୍ଦ୍ରଯାନ-୩’ ଚନ୍ଦ୍ର ଅଭିମୁଖେ ଉଡାଣ ଭରିବ। ଏଥିପାଇଁ ପ୍ରାୟ ୨୫ ଘଣ୍ଟା ୩୦ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ଗୁରୁବାର ଅପରାହ୍ଣ ୧.୦୫ ମିନିଟ୍‌ରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଚନ୍ଦ୍ରଯାନ-୩ ଆଜି ଦିନ ୨ଟା ୩୫ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉଡାଣ ଭରିବ। ଏଥିପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଚନ୍ଦ୍ରଯାନ-୩କୁ ଅନ୍ତରୀକ୍ଷକୁ ନେବା […]

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଚନ୍ଦ୍ର ଅଭିଯାନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ମଧ୍ୟାହ୍ନରେ ଚନ୍ଦ୍ରଯାନ-୩’ ଚନ୍ଦ୍ର ଅଭିମୁଖେ ଉଡାଣ ଭରିବ। ଏଥିପାଇଁ ପ୍ରାୟ ୨୫ ଘଣ୍ଟା ୩୦ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ଗୁରୁବାର ଅପରାହ୍ଣ ୧.୦୫ ମିନିଟ୍‌ରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଚନ୍ଦ୍ରଯାନ-୩ ଆଜି ଦିନ ୨ଟା ୩୫ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉଡାଣ ଭରିବ। ଏଥିପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଚନ୍ଦ୍ରଯାନ-୩କୁ ଅନ୍ତରୀକ୍ଷକୁ ନେବା ଲାଗି ଅତ୍ୟାଧୁନିକ ତଥା ଅପଗ୍ରେଡେଡ୍‌ ଲଞ୍ଚ ଭେଇକିଲ ମଧ୍ୟ ପ୍ରସ୍ତୁତ ରହିଛି। ଏଲଭିଏମ-୩ ରକେଟ୍‌ ଯୋଗେ ଚନ୍ଦ୍ରଯାନ-୩ ଉଡ଼ାଣ ଭରିବ। ଏଲଭିଏମ-୩ର ଗତି କରିବାର ସଫଳତା ୧୦୦ ପ୍ରତିଶତ ରହିଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ଚନ୍ଦ୍ରଯାନ-୩କୁ ଅନ୍ତରୀକ୍ଷରେ ପହଞ୍ଚାଇବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ବୈଜ୍ଞାନିକମାନେ ନିଶ୍ଚିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଏହାବ୍ୟତୀତ ଚଳିତ ଅଭିଯାନ ମଧ୍ୟ ଶତପ୍ରତିଶତ ସଫଳ ହେବା ନେଇ ସେମାନେ ଆଶବାଦୀ ରହିଛନ୍ତି। ଏହି ଅଭିଯାନର ସଫଳତା ପାଇଁ ଇସ୍ରୋ ବୈଜ୍ଞାନିକମାନେ ଗୁରୁବାର ତିରୁପତି ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହାବ୍ୟତୀତ ତାମିଲନାଡୁ ଏବଂ କର୍ଣ୍ଣାଟକର ବହୁ ମନ୍ଦିର ସମେତ ଚନ୍ଦ୍ର ଭଗବାନଙ୍କ ମନ୍ଦିରରେ ମଧ୍ୟ ବିପୁଳ ସଂଖ୍ୟାରେ ଲୋକମାନେ ପୂଜାର୍ଚ୍ଚନା କରିଛନ୍ତି। ଭାରତର ଚନ୍ଦ୍ରଯାନ-୩ ଅଭିଯାନର ସଫଳତା ଦ୍ବାରା ମହାକାଶ ବିଜ୍ଞାନ କ୍ଷେତ୍ରରେ ଇସ୍ରୋ ନୂଆ ଇତିହାସ ରଚିବ। ପୂର୍ବରୁ ଚନ୍ଦ୍ର ପୃଷ୍ଠରେ ବୈଜ୍ଞାନିକ ଗବେଷଣା କରିବା ନେଇ ଆମେରିକା, ରୁଷିଆ ଏବଂ ଚୀନ ଭଳି ତିନୋଟି ରାଷ୍ଟ୍ର ସଫଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଭାରତ ଚନ୍ଦ୍ରପୃଷ୍ଠରେ ଗବେଷଣା ଚଳାଇବା ଲକ୍ଷ୍ୟରେ ୨୦୧୯ରେ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ଅଭିଯାନ ଅସଫଳ ହୋଇଥିଲା। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର-ରୋଭରର ‘ସଫ୍ଟଟଚ୍‌’ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ଚନ୍ଦ୍ରଯାନ-୨ କ୍ରାଶଲ୍ୟାଣ୍ଡ କରିଯାଇଥିଲା। ଫଳରେ ଭାରତର ଚନ୍ଦ୍ରଯାନ-୨ ଅଭିଯାନକୁ ନେଇ ବୈଜ୍ଞାନିକଙ୍କ ମହଲରେ ନୈରାଶ୍ୟ ଦେଖାଯାଇଥିଲା। ତେବେ ଚନ୍ଦ୍ରଯାନ-୩ ଅଭିଯାନକୁ ନେଇ ଭାରତୀୟ ମହାକାଶ ବିଜ୍ଞାନୀ ଉତ୍ସାହିତ ରହିଛନ୍ତି। ଚଳିତ ଅଭିଯାନରେ ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡିବା ସହିତ ଭାରତ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ବିଶ୍ବର ଚତୁର୍ଥ ରାଷ୍ଟ୍ର ହେବ ବୋଲି ସେମାନେ ଖୁବ୍‌ ଆଶାବାଦୀ ରହିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଭାରତର ଏହି ଅଭିଯାନକୁ ନେଇ ସାରା ବିଶ୍ବର ଦୃଷ୍ଟି ନିବଦ୍ଧ ରହିଛି। ଅଗଷ୍ଟ ୨୪ କିମ୍ବା ୨୫ ତାରିଖ ସୁଦ୍ଧା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଏହାପରେ ପ୍ରାୟ ୧୪ ଦିନ ଧରି ଲ୍ୟାଣ୍ଡର-ରୋଭର ୩୬୦ ଡିଗ୍ରୀରେ ଚନ୍ଦ୍ରପୃଷ୍ଠରେ ବିଚରଣ କରି ଏହି ଅନ୍ଧକାରପୂର୍ଣ୍ଣ ସ୍ଥାନର ରହସ୍ୟ ଖୋଜିବ। ଏହାଛଡ଼ା ଚନ୍ଦ୍ର ପୃଷ୍ଠରେ ଆମୋନଆ, ମିଥେନ୍‌, ସୋଡିୟମ ମରକ୍ୟୁରୀ ଭଳି ବିଭିନ୍ନ ଗ୍ୟାସ ସମେତ ସିଲଭର ଉପାଦାନର ଉପସ୍ଥିତିକୁ ନେଇ ତଥ୍ୟ ଖୋଜିବ। ବୈଜ୍ଞାନିକମାନଙ୍କ ଅନୁଯାୟୀ, ଦକ୍ଷିଣ ମେରୁରେ ଏଭଳି ବିଶାଳ ଗର୍ତ୍ତ ରହିଛି ଯାହା ଉପରେ ଲକ୍ଷ ଲକ୍ଷ ବର୍ଷ ଧରି ସୂର୍ଯକିରଣ ପଡ଼ିନାହିଁ । ତେଣୁ ଏହି ଅଭିଯାନରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ରହସ୍ୟ ସମ୍ପର୍କରେ ଚନ୍ଦ୍ରଯାନ-୩ ତଥ୍ୟ ହାସଲ କରିବ ବୋଲି କୁହାଯାଇଛି। ଏହି ଅଭିଯାନ ପାଇଁ ମୋଟ ୬୧୫ କୋଟି ଟଙ୍କା ବ୍ୟୟ କରାଯାଇଛି। ବର୍ତ୍ତମାନ ମଧ୍ୟ ଆମେରିକା, ଜାପାନ, ଚୀନ, ରୁଷ ଭଳି ଅନେକ ଦେଶ ମଧ୍ୟ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଛନ୍ତି। ଯଦି ଭାରତ ଏଥିରେ ସଫଳ ହୁଏ ତେବେ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଇତିହାସ ରଚିବ।

ଉଲ୍ଲେଖଯୋଗ୍ୟ ଯେ, ଚନ୍ଦ୍ରଯାନ-୨ ଅଭିଯାନରେ ଅରବିଟର, ଲ୍ୟାଣ୍ଡର ବିକ୍ରମ ଏବଂ ରୋଭୋର ପ୍ରଜ୍ଞାନ ରହିଥିଲା। ଅରବିଟର ଚନ୍ଦ୍ର କକ୍ଷରେ ସଫଳତାପୂର୍ବକ ସ୍ଥାପିତ ହୋଇଥିଲେ ହେଁ ଦୁର୍ଭାଗ୍ୟବଶତଃ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ମୁହୂର୍ତ୍ତ ପୂର୍ବରୁ କ୍ରାସ୍ କରିଯାଇଥିଲା। ଯାହାକୁ ନେଇ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାର ଆଶା ଧୂଳିସାତ୍ ହୋଇଯାଇଥିଲା। ତେବେ ଚଳିତ ଅଭିଯାନ ସଫଳ ରହିବା ସହିତ ଏହି ସ୍ବପ୍ନ ସାକାର ହେବାକୁ ଯାଉଛି ବୋଲି ଭାରତୀୟ ବୈଜ୍ଞାନିକ ମହଲ ଉତ୍ସାହିତ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର