ଇସ୍ରୋ ବୈଜ୍ଞାନିକଙ୍କୁ ସଫଳତା, ମଙ୍ଗଳ ଗ୍ରହରେ ଘର ନିର୍ମାଣ ପାଇଁ ଗଢ଼ିଲେ ‘ମହାକାଶ ଇଟା’

The Sakala Picture
Published On

ବେଙ୍ଗାଲୁରୁ: ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ରରେ ମନୁଷ୍ୟ ଘର ନିର୍ମାଣ କରିବାକୁ ପ୍ରୟାସ କରୁଛି। ଏହା ଉପରେ ଗବେଷଣା ଜାରି ରହିଛି। ଏ ଦିଗରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ (ଆଇଆଇଏସସି) ର ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ସେମାନେ ମହାକାଶ ଇଟା (ସ୍ପେସ ବ୍ରିକ୍ସ) ନିର୍ମାଣ କରିଛନ୍ତି। ଏହି ଇଟା ସାହାଯ୍ୟରେ ମଙ୍ଗଳ ଗ୍ରହରେ ଘର ନିର୍ମାଣ କରାଯାଇପାରିବ। ଇସ୍ରୋର ଏହି ଅଧ୍ୟୟନ ପ୍ଲସ ୱାନ ପତ୍ରିକାରେ ପ୍ରକାଶ […]

ବେଙ୍ଗାଲୁରୁ: ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ରରେ ମନୁଷ୍ୟ ଘର ନିର୍ମାଣ କରିବାକୁ ପ୍ରୟାସ କରୁଛି। ଏହା ଉପରେ ଗବେଷଣା ଜାରି ରହିଛି। ଏ ଦିଗରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ (ଆଇଆଇଏସସି) ର ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ସେମାନେ ମହାକାଶ ଇଟା (ସ୍ପେସ ବ୍ରିକ୍ସ) ନିର୍ମାଣ କରିଛନ୍ତି। ଏହି ଇଟା ସାହାଯ୍ୟରେ ମଙ୍ଗଳ ଗ୍ରହରେ ଘର ନିର୍ମାଣ କରାଯାଇପାରିବ। ଇସ୍ରୋର ଏହି ଅଧ୍ୟୟନ ପ୍ଲସ ୱାନ ପତ୍ରିକାରେ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଭାରତୀୟ ବୈଜ୍ଞାନିକମାନେ ମହାକାଶ ଇଟା ବନାଇବାକୁ ଜୀବାଣୁ ଆଧାରିତ ଜ୍ଞାନକୌଶଳର ସହାୟତା ନେଇଛନ୍ତି। ପ୍ରଥମେ ମଙ୍ଗଳରୁ ଅଣାଯାଇଥିବା ମାଟିକୁ ସ୍ପୋରୋସାରସିନା ପେଷ୍ଟୁରି ନାମକ ଜୀବାଣୁ, ଗୁଆଁର ଗୁଣ୍ଡ, ୟୁରିଆ ଏବଂ ନିକେଲ କ୍ଲୋରାଇଡରେ ମିଶା ଯାଇଥିଲା। ପରେ ଏହାକୁ ଇଟା ଛାଞ୍ଚରେ ପକାଯାଇଥିଲା। କିଛି ଦିନ ପରେ ଜୀବାଣୁ ୟୁରିଆକୁ କ୍ୟାଲସିୟମ କାର୍ବୋନେଟର କ୍ରିଷ୍ଟାଲ (ସ୍ପଟିକ) ରେ ବଦଳେଇ ଦେଇଥିଲେ। ଏଥିଯୋଗୁଁ ଇଟା କଠିନ ହୋଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଯାଇଥିଲା। ଏହା ପୂର୍ବରୁ ୨୦୨୦ ଅଗଷ୍ଟରେ ଆଇଆଇଏସସି ଏବଂ ଇସ୍ରୋର ବୈଜ୍ଞାନିକମାନେ ଏଭଳି ପ୍ରୟୋଗ କରି ଚନ୍ଦ୍ର ପାଇଁ ଇଟା ପ୍ରସ୍ତୁତ କରିଥିଲେ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଇଆଇଏସସିର ମେକାନିକାଲ ଇଞ୍ଜିନିୟର ବିଭାଗର ସହାୟକ ପ୍ରଫେସର ଏବଂ ଗବେଷକ ଆଲୋକ କୁମାରଙ୍କ ଅନୁଯାୟୀ ମଙ୍ଗଳ ଗ୍ରହର ମାଟିରେ ଇଟା ପ୍ରସ୍ତୁତ କରିବା ସହଜ ନୁହେଁ। ମଙ୍ଗଳ ମାଟିରେ ଆଇରନ ଅକ୍ସାଇଡ ମାତ୍ରା ଅଧିକ ରହିଛି। ଏଥିଯୋଗୁଁ ସେଥିରେ ଜୀବାଣୁ ବଞ୍ଚି ପାରୁନାହିଁ। ତେଣୁ ମାଟିକୁ ଜୀବାଣୁ ପାଇଁ ଅନୁକୂଳ ବନାଇବାକୁ ନିକେଲ କ୍ଲୋରାଇଡର ସହାୟତା ନିଆଯାଇଥିଲା। ବୈଜ୍ଞାନିକ ଏବେ ପ୍ରୋଟୋ ଟାଇପ ମହାକାଶ ଇଟା ବନାଇଛନ୍ତି। ଏବେ ଏହା ଉପରେ ଅଧିକ ଗବେଷଣା କରାଯିବ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର