ଇସ୍ରୋକୁ ଆଉ ଏକ ସଫଳତା: ସିଙ୍ଗାପୁରର ୭ଟି ସାଟେଲାଇଟ୍‌ ନେଇ କକ୍ଷପଥରେ ସ୍ଥାପନ କଲା ‘ଇ‌ସ୍ରୋ’ର ‘PSLV C56’ ରକେଟ୍‌

The Sakala Picture
Published On

ଶ୍ରୀହରିକୋଟା: ଇସ୍ରୋକୁ ଆଉ ଏକ ସଫଳତା । ଆଜି ସକାଳେ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ପିଏସ୍‌ଏଲ୍‌ଭି-ସି୫୬’ ରକେଟ୍‌ ଯୋଗେ ଗୋଟିଏ ‘ଡିଏସ୍‌-ଏସ୍‌ଏଆର୍‌’ ସମେତ ସିଙ୍ଗାପୁରର ୭ଟି ସାଟେଲାଇଟ୍‌ ମହାକାଶକୁ ଉତ୍‌କ୍ଷେପଣ କରିଛି। ସକାଳ ୬.୩୦ରେ କରାଯାଇଥିବା ଏହି ଉତ୍‌କ୍ଷେପଣ ସଫଳ ହେବା ସହିତ ସାଟେଲାଇଟ୍‌ଗୁଡ଼ିକୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଥିବା କଥା ‘ଇସ୍ରୋ’ କହିଛି। ଏହା ହେଉଛି ‘ପିଏସ୍‌ଏଲ୍‌ଭି’ର ୫୮ତମ ମହାକାଶ ଯାତ୍ରା। ଏହି ସାଟେଲାଇଟ୍ ରାଡାର […]

ଶ୍ରୀହରିକୋଟା: ଇସ୍ରୋକୁ ଆଉ ଏକ ସଫଳତା । ଆଜି ସକାଳେ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌’ରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ‘ପିଏସ୍‌ଏଲ୍‌ଭି-ସି୫୬’ ରକେଟ୍‌ ଯୋଗେ ଗୋଟିଏ ‘ଡିଏସ୍‌-ଏସ୍‌ଏଆର୍‌’ ସମେତ ସିଙ୍ଗାପୁରର ୭ଟି ସାଟେଲାଇଟ୍‌ ମହାକାଶକୁ ଉତ୍‌କ୍ଷେପଣ କରିଛି। ସକାଳ ୬.୩୦ରେ କରାଯାଇଥିବା ଏହି ଉତ୍‌କ୍ଷେପଣ ସଫଳ ହେବା ସହିତ ସାଟେଲାଇଟ୍‌ଗୁଡ଼ିକୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇଥିବା କଥା ‘ଇସ୍ରୋ’ କହିଛି। ଏହା ହେଉଛି ‘ପିଏସ୍‌ଏଲ୍‌ଭି’ର ୫୮ତମ ମହାକାଶ ଯାତ୍ରା।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଏହି ସାଟେଲାଇଟ୍ ରାଡାର ମାଧ୍ୟମରେ ପୃଥିବୀର ବିଭିନ୍ନ ଛବି ଉତ୍ତୋଳନ କରିପାରିବ । ଉପରୋକ୍ତ ସାଟେଲାଇଟ୍‌ଗୁଡ଼ିକୁ ସିଙ୍ଗାପୁର ସରକାରଙ୍କର ବିଭିନ୍ନ ଏଜେନ୍‌ସିମାନଙ୍କର ଆବଶ୍ୟକତା ପୂରଣ କରିବ। ୩୬୦କେଜି ଓଜନର ଏହି ସାଟେଲାଇଟକୁ ସିଙ୍ଗାପୁର ସରକାରଙ୍କ DSTA  ଓ ଏସଟି ଇଂଜିନିୟରିଂ ପକ୍ଷରୁ ମିଳିତ ଭାବେ ତିଆରି କରାଯାଇଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର