ସିରିଆରେ ଆମେରିକାର ବଡ଼ଧରଣର ଆକ୍ରମଣ; ଆଇଏସ୍ଆଇଏସ୍ କମାଣ୍ଡର ଅବୁ ଇବ୍ରାହିମ୍ ନିହତ

The Sakala Picture
Published On

ନ୍ୟୁୟର୍କ: ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଆମେରିକାର ବଡ଼ଧରଣର ଆକ୍ରମଣ । ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ ର ମୁଖ୍ୟ ତଥ୍ୟା କୁଖ୍ୟାତ ଆତଙ୍କବାଦୀ ଅବୁ ଇବ୍ରାହିମ୍ ଅଲ ହାସିମ୍ କ୍ୟୁରେସିକୁ ନିପାତ କରିଛି ଆମେରିକା । ସ୍ପେଶାଲ୍ ଫୋର୍ସ ଆକ୍ରମଣରେ ନୂଆ ISIS କମାଣ୍ଡର ଅବୁ କ୍ୟୁରେସିର ମୃତ୍ୟୁ ହୋଇଛି । ଆକ୍ରମଣରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଅବୁ ଇବ୍ରାହିମର ବାସଭବନରେ ଡ୍ରୋନ ହମଲା ଓ ଗ୍ରେନଡ ମାଡ […]

ନ୍ୟୁୟର୍କ: ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଆମେରିକାର ବଡ଼ଧରଣର ଆକ୍ରମଣ । ଆତଙ୍କବାଦୀ ସଙ୍ଗଠନ ଆଇଏସ୍ଆଇଏସ୍ ର ମୁଖ୍ୟ ତଥ୍ୟା କୁଖ୍ୟାତ ଆତଙ୍କବାଦୀ ଅବୁ ଇବ୍ରାହିମ୍ ଅଲ ହାସିମ୍ କ୍ୟୁରେସିକୁ ନିପାତ କରିଛି ଆମେରିକା । ସ୍ପେଶାଲ୍ ଫୋର୍ସ ଆକ୍ରମଣରେ ନୂଆ ISIS କମାଣ୍ଡର ଅବୁ କ୍ୟୁରେସିର ମୃତ୍ୟୁ ହୋଇଛି । ଆକ୍ରମଣରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଅବୁ ଇବ୍ରାହିମର ବାସଭବନରେ ଡ୍ରୋନ ହମଲା ଓ ଗ୍ରେନଡ ମାଡ କରି ଆମେରିକା ଦୁର୍ଦ୍ଦଷ ଆତଙ୍କବାଦୀଙ୍କୁ ନିହତ କରିଛି । ଏନେଇ ସୂଚନା ଦେଇଛନ୍ତି ନିଜେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୨ ଘଣ୍ଟା ଧରି ଅପରେସନ୍ ଚାଲିଥିବାବେଳେ ହାସିମ୍ କ୍ୟୁରେସି ନିଜ ଘରେ ବୋମା ବିସ୍ଫୋରଣ କରିଥିଲା । ଫଳରେ ତା ସହିତ ପୁରା ପରିବାରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ନିଜେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେ କହିଛନ୍ତି ବିଶ୍ୱବାସୀଙ୍କ ମନରୁ ଆଉ ଏକ ଆତଙ୍କୀ ଭୟକୁ ଦୁର କରିଦିଆଗଲା ।ବାଗଦାଦିର ମୃତ୍ୟୁ ପରେ କ୍ୟୁରେସି ତାହାର ସ୍ଥାନ ନେଇଥିଲା ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର