ହାତ ଛାଡି ବିଜେପିରେ ଯୋଗଦେବେ କି କମଲନାଥ ! ଏ ନେଇ ଏମିତି ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା କମଲନାଥ…

The Sakala Picture
Published On

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ରାଜନୀତିରେ ହେବ କି ବଡ ପରିବର୍ତ୍ତନ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସେ ତାଙ୍କ ସାଂସଦ ପୁଅ ନକୁଲନାଥ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଚାଲିଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି କମଳନାଥ । କମଳନାଥ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ଏମିତି କିଛି କଥା ଥାଏ, ତେବେ […]

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ରାଜନୀତିରେ ହେବ କି ବଡ ପରିବର୍ତ୍ତନ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସେ ତାଙ୍କ ସାଂସଦ ପୁଅ ନକୁଲନାଥ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଚାଲିଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି କମଳନାଥ । କମଳନାଥ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ଏମିତି କିଛି କଥା ଥାଏ, ତେବେ ମୁଁ ଜଣାଇବି ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ସୂଚନାଯୋଗ୍ୟ, ବିଜେପି ମୁଖପାତ୍ର ତଥା କମଳନାଥଙ୍କ ପୂର୍ବତନ ଗଣମାଧ୍ୟମ ଉପଦେଷ୍ଟା ନରେନ୍ଦ୍ର ସାଲୁଜା ବାପପୁଅଙ୍କ ଫଟୋରେ ଜୟ ଶ୍ରୀରାମ କ୍ୟାପସନ ଦେଇ ପୋଷ୍ଟ କରିବା ପରେ କଂଗ୍ରେସ ଛାଡ଼ିବା ଚର୍ଚ୍ଚା ଜୋର ଧରିଛି । କେବଳ କମଳ ନୁହେଁ ବରଂ ତାଙ୍କ ସହିତ ୧୦ରୁ ୧୨ ବିଧାୟକ କଂଗ୍ରେସ ଛାଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଏହା ସହ ନକୁଳନାଥ ମଧ୍ୟ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରୁ କଂଗ୍ରେସ ଶବ୍ଦକୁ ହଟାଇ ଦେଇଛନ୍ତି । ଏହାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି । ଅନ୍ୟପଟେ ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏହାକୁ ଖଣ୍ଡନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର