ଇସ୍ରାଏଲର ବଡ଼ ଦାବି: ବନ୍ଦର ଆବ୍ବାସ ଆକ୍ରମଣରେ ଇରାନ IRGC ନୌସେନା କମାଣ୍ଡର ଅଲିରେଜା ତାଙ୍ଗସିରି ନିହତ

Suryakanta Picture
Published On

ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇସ୍ରାଏଲର ଗଣମାଧ୍ୟମ ଦାବି କରିଛି ଯେ ଏକ ସଠିକ୍ ଏୟାର ଷ୍ଟ୍ରାଇକ୍‌ରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ନୌସେନା କମାଣ୍ଡର ଅଲିରେଜା ତାଙ୍ଗସିରି (Alireza Tangsiri) ନିହତ ହୋଇଛନ୍ତି। ଇରାନର ଦକ୍ଷିଣ ବନ୍ଦର ସହର ବନ୍ଦର ଆବ୍ବାସ (Bandar Abbas) ଠାରେ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ବିଶ୍ୱର ଅନ୍ୟତମ ପ୍ରମୁଖ ତୈଳ ବାଣିଜ୍ୟ ମାର୍ଗ ହର୍ମୁଜ ପ୍ରଣାଳୀ (Strait of Hormuz) ନିକଟରେ ଥିବା ଏହି ବନ୍ଦର ସହର ଇରାନ ପାଇଁ ସାମରିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଲିରେଜା ତାଙ୍ଗସିରି ଏହି ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାର ରଣନୀତି ଏବଂ ଆମେରିକୀୟ ଜାହାଜ ଗୁଡ଼ିକୁ ଟାର୍ଗେଟ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେଣୁ ତାଙ୍କର ମୃତ୍ୟୁ ଇରାନ ସେନା ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଇରାନ ପକ୍ଷରୁ ମିଳିନାହିଁ କୌଣସି ସ୍ପଷ୍ଟୀକରଣ

ଇସ୍ରାଏଲର 'ଚ୍ୟାନେଲ ୧୨' ଏବଂ କିଛି ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଏହି ଖବର ପ୍ରକାଶ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଇରାନ ସରକାର କିମ୍ବା ଆନୁଷ୍ଠାନିକ ଭାବରେ ଇସ୍ରାଏଲ ସେନା (IDF) ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ଯଦି ଏହି ଖବର ସତ୍ୟ ପ୍ରମାଣିତ ହୁଏ, ତେବେ ଗତ ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଆମେରିକା-ଇସ୍ରାଏଲ ଏବଂ ଇରାନ ଯୁଦ୍ଧରେ ଏହା ଆଉ ଏକ ବଡ଼ ଧରଣର ସାମରିକ କ୍ଷତି ହେବ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

କିଏ ଥିଲେ ଅଲିରେଜା ତାଙ୍ଗସିରି?

ଅଗଷ୍ଟ ୨୦୧୮ ମସିହାରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଦ୍ୱାରା ଅଲିରେଜା ତାଙ୍ଗସିରିଙ୍କୁ IRGC ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ସେ ଆରମ୍ଭରୁ ହିଁ ଆମେରିକା ଏବଂ ଇସ୍ରାଏଲ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଆସୁଥିଲେ। ଗଲ୍ଫ ଅଞ୍ଚଳରେ ଇରାନର ନୌସେନାକୁ ଶକ୍ତିଶାଳୀ କରିବା ସହିତ ଛୋଟ ଏବଂ ଦ୍ରୁତଗତି ସମ୍ପନ୍ନ ବୋଟ୍ ମାଧ୍ୟମରେ ଶତ୍ରୁ ପକ୍ଷକୁ ଆକ୍ରମଣ କରିବାରେ ସେ ମାହିର ଥିଲେ।

ମଧ୍ୟପ୍ରାଚ୍ୟରେ ବଢୁଛି ଉତ୍ତେଜନା

ବର୍ତ୍ତମାନ ପଶ୍ଚିମ ଏସିଆରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ଇସ୍ରାଏଲ ଏବଂ ଆମେରିକାକୁ କଡ଼ା ଜବାବ ଦେବା ପାଇଁ ଇରାନର IRGC ପକ୍ଷରୁ ଲଗାତାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମାଧ୍ୟମରେ ୮୨ତମ ପର୍ଯ୍ୟାୟ (Wave 82) ଆକ୍ରମଣ ଜାରି ରହିଛି ବୋଲି ଦାବି କରାଯାଇଛି। ଅନ୍ୟପକ୍ଷରେ, ଇରାନ ମାଟିରେ କୌଣସି ପ୍ରକାର ସ୍ଥଳପଥ ଆକ୍ରମଣ ନକରିବାକୁ IRGC ପକ୍ଷରୁ ଆମେରିକା ଏବଂ ଇସ୍ରାଏଲ ସେନାକୁ କଡ଼ା ଚେତାବନୀ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର