ବିବାହ ମଣ୍ଡପରେ ଅଗ୍ନିକାଣ୍ଡ, ବରକନ୍ୟାଙ୍କ ସହ ଜଳିଗଲେ ୧୦୦ରୁ ଅଧିକ ଅତିଥି

The Sakala Picture
Published On

ବାଗଦାଦ୍: ଉତ୍ତର ଇରାକର ହାମ୍ଦାନିୟା ସହରରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିୂ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ୧୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ଅବସ୍ଥା ଗମ୍ଭୀର ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ବଢାଇଛି। ମିଳିଥିବା ଖବର ଅନୁସାରେ ଇରାକ୍ର ମୋସୁଲ୍ ସହରର ନିକଟସ୍ଥ ଅଞ୍ଚଳ ହେଉଛି ହାମ୍ଦାନିୟା ଅଞ୍ଚଳ। ଯେଉଁଠି ଅଧିକାଂଶ ଭାବେ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକ ବସବାସ କରିଥାଆନ୍ତି। ମଙ୍ଗଳବାର ରାତିରେ […]

ବାଗଦାଦ୍: ଉତ୍ତର ଇରାକର ହାମ୍ଦାନିୟା ସହରରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିୂ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ୧୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ଅବସ୍ଥା ଗମ୍ଭୀର ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ବଢାଇଛି। ମିଳିଥିବା ଖବର ଅନୁସାରେ ଇରାକ୍ର ମୋସୁଲ୍ ସହରର ନିକଟସ୍ଥ ଅଞ୍ଚଳ ହେଉଛି ହାମ୍ଦାନିୟା ଅଞ୍ଚଳ। ଯେଉଁଠି ଅଧିକାଂଶ ଭାବେ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକ ବସବାସ କରିଥାଆନ୍ତି। ମଙ୍ଗଳବାର ରାତିରେ ଏଠାକାର ଏକ ବିବାହ ମଣ୍ଡପରେ ବିବାହ ଉତ୍ସବ ଚାଲିଥିବା ବେଳେ ଅଚାନକ ଭାବେ ମଣ୍ଡପରେ ନିଆଁ ଲାଗି ଯାଇଥିଲା।

ଆହୁରି ପଢ଼ନ୍ତୁ: ଭଙ୍ଗା ଚୁଡ଼ି ଖୋଲିଲା ହତ୍ୟା ରହସ୍ୟ: ନିର୍ଯାତନାରେ ଅତିଷ୍ଠ ହୋଇ ମାଲିକାଣୀଙ୍କୁ ହତ୍ୟା କଲା ଚାକରାଣୀ

ନିଆଁର ବେଗ ଏତେ ତୀବ୍ର ଥିଲା ଯେ, ନମିଷକେ ମଧ୍ୟରେ ସମଗ୍ର ହଲ୍ ହୁତୁହୁତୁ ହୋଇ ଜଳିଥିଲା। ଏହି ସମୟର ଏକ ଭିଡିଓ ଦୃଶ୍ୟ ଭାଇରାଲ ହୋଇଥିବା ବେଳେ ନିଆଁର ପ୍ରଖରତା କେତେ ଥିଲା ତାହା ସ୍ପଷ୍ଟ ହୋଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲଗୁଡିକରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ଅଗ୍ନିକାଣ୍ଡର କାରଣ କ’ଣ ଥିଲା ତାହା ସ୍ପଷ୍ଟ ହୋଇ ନାହିଁ।

ଆହୁରି ପଢ଼ନ୍ତୁ: ବୈଶାଳୀରେ ହାଇଭୋଲଟେଜ୍ ଡ୍ରାମା: ପ୍ରେମିକାକୁ ନେଇ ଫେରାର ହେଉଥିବା ବେଳେ ପ୍ରେମିକକୁ ନିସ୍ତୁକ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp