ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାର ରୋଚକ ମୋଡ଼ : ଲାଞ୍ଚ ଅଭିଯୋଗରେ ସମୀର ଓ୍ଵାଙ୍ଖେଡ଼େଙ୍କ ବିରୋଧରେ ହେବ ଭିଜିଲାନ୍ସ ତଦନ୍ତ

The Sakala Picture
Published On

ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ବିରୋଧରେ ଚାଲିଥିବା ଡ୍ରଗ୍ସ ମାମଲା ରବିବାର ଏକ ନୂଆ ମୋଡ଼ ନେଇଛି। ଏହି ମାମଲାରେ ସାକ୍ଷୀ ରହିଥÒବା ପ୍ରଭାକର ସେଲ୍‌ ସମସ୍ତଙ୍କୁ ଚକିତ କଲା ଭଲି ଖୁଲାସା କରିଛନ୍ତି। ପ୍ରଭାକର ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାୱିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଆର୍ଯ୍ୟନଙ୍କୁ ଛାଡିବା ପାଇଁ କେପି ଗୋସାୱି, ସାମୀର ଓ ଶ୍ୟାମ୍‌ଙ୍କ ମଧ୍ୟରେ […]

ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ବିରୋଧରେ ଚାଲିଥିବା ଡ୍ରଗ୍ସ ମାମଲା ରବିବାର ଏକ ନୂଆ ମୋଡ଼ ନେଇଛି। ଏହି ମାମଲାରେ ସାକ୍ଷୀ ରହିଥÒବା ପ୍ରଭାକର ସେଲ୍‌ ସମସ୍ତଙ୍କୁ ଚକିତ କଲା ଭଲି ଖୁଲାସା କରିଛନ୍ତି। ପ୍ରଭାକର ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଏବଂ ଅନ୍ୟ ସାକ୍ଷୀ କେ.ପି ଗୋସାୱିଙ୍କ ବିରୋଧରେ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଆର୍ଯ୍ୟନଙ୍କୁ ଛାଡିବା ପାଇଁ କେପି ଗୋସାୱି, ସାମୀର ଓ ଶ୍ୟାମ୍‌ଙ୍କ ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର ଡିଲ ହୋଇଥÒଲା। ହେଲେ ପରବର୍ତ୍ତୀ ସମୟରେ ଏହା ୧୮ କୋଟି ଟଙ୍କାରେ ଫାଇନାଲ ହୋଇଥିବା କଥା ପ୍ରଭାକର ଶୁଣିଥିବା କହିଛନ୍ତି। ହେଲେ ଏବେ ଗୋସାୱି ଏବଂ ଶ୍ୟାମ୍‌ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଛନ୍ତି। ଏପରି ଅଭିଯୋଗ ଆସିବା ପରେ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହେବା ସହ ସମୀର ଓ୍ଵାଙ୍ଖେଡ଼େଙ୍କ ବିରୋଧରେ ବହୁ ନେତା ବାହାରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଏପରି ଅଭିଯୋଗ ଆସିବା ‘ଏନ୍‌ବିସି’ ସୀମରଙ୍କ ବିପକ୍ଷରେ ଭିଜିଲାନ୍ସ ତଦନ୍ତ କରିବାକୁ ଆଦେଶ ଦେଇଛି। ୱାଙ୍ଖଡେଙ୍କ ବିରୋଧରେ ତଦନ୍ତ କରିବେ ଚିଫ ଭିଜିଲାନ୍ସ ଅଫିସର । ଏହା ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏନସିବି ଉପମହାନିର୍ଦ୍ଦେଶକ ତଥା ଚିଫ ଭିଜିଲାନ୍ସ ଅଫିସର ଜ୍ଞାନେଶ୍ୱର ସିଂହ କହିଛନ୍ତି ୱାଙ୍ଖଡେଙ୍କ ବିରୋଧର ହେବାକୁ ଥିବା ତଦନ୍ତର ନେତୃତ୍ୱ ସେ ନେବେ। ତେବେ ଜୋନାଲ ନିର୍ଦ୍ଦେଶକ ପଦରେ ୱାୃଙ୍ଖଡେ ରହିବେ କି ନାହିଁ ସେନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି ଜ୍ଞାନେଶ୍ୱର । ଏହାସହ ଲାଞ୍ଚ କାରବାର ନେଇ ସମସ୍ତ ତଥ୍ୟ ମଧ୍ୟ ଉପମହାନିର୍ଦ୍ଦେଶକଙ୍କ ନିକଟରେ ଦାଖଲ ହୋଇଛି ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ସେପଟେ ଏସବୁ ଅଭିଯୋଗକୁ ନାର୍କୋଟିକ୍ସ କଣ୍ଟ୍ରୋଲ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଖଣ୍ଡନ କରିଛନ୍ତି। ମାମଲାରେ କୌଣସି ବି ହେରଫେର ହୋଇନଥିବା ସେ କହିଛନ୍ତି। ସମୟ ଆସିଲେ ସେ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି । ଏହି ଦାବିକୁ ଭିତ୍ତିହୀନ ବୋଲି ଏଜେନ୍ସି କହିଛି। ଏନ୍‌ସିବିର ଛବି ଖରାପ କରିବାକୁ ଏଭଳି ମିଥ୍ୟା ଦାବି କରାଯାଉଛି। ସମୀର ୱାଙ୍ଖଡେ ତାଙ୍କୁ ମିଥ୍ୟା ମାମଲାରେ ଓ ପ୍ରତିଶୋଧ ପାଇଁ ଗିରଫ କରାଯାଇ ପାରେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କୁ କିଛି ବିଶିଷ୍ଟ ବ୍ୟକ୍ତି ଜେଲ ଓ ଚାକିରିରୁ ବରଖାସ୍ତ କରିବାକୁ ଧମକ ମଧ୍ୟ ଦେଇଥିବା ସମୀର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ମୁମ୍ବାଇ ପୁଲିସ୍‌ ଠାରୁ ଆଇନଗତ ସୁରକ୍ଷା ଲୋଡ଼ିଛନ୍ତି। ଏନେଇ ସେ ମୁମ୍ବାଇ ପୁଲିସ୍‌ ମୁଖ୍ୟଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଛନ୍ତି। ଏଥିରେ ସେ “ମୋତେ ଗିରଫ କରନି’ ବୋଲି ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର